Advertisment

ଫସିଯିବେ କି ଜ୍ୟାକ୍‌ଲିନ୍‌? ଚାର୍ଜଶିଟ୍‌ ଦାଖଲ କଲା ଇଡି

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଚାର୍ଜଶିଟ୍‌ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  PMLA ଅଧୀନରେ ଦିଲ୍ଲୀ କୋର୍ଟରେ ଇଡି ପକ୍ଷରୁ ଏହି ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରାଯାଇଛି। ଚାର୍ଜଶିଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ ମଧ୍ୟ ସାମିଲ ଅଛି। ଏଥିରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିବା ସୂଚନା ମିଳିଛି। ଇଡି ମୁତାବକ, ପୂର୍ବରୁ ହିଁ ଜ୍ୟାକ୍‌ଲିନ୍‌ଙ ମହାଠକ […]

ଅଦ୍ୟତନ ହୋଇଛି
ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କୁ ଦିଲ୍ଲୀ ପୁଲିସର ସମନ

jacqueline-fernández

Advertisment

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଚାର୍ଜଶିଟ୍‌ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  PMLA ଅଧୀନରେ ଦିଲ୍ଲୀ କୋର୍ଟରେ ଇଡି ପକ୍ଷରୁ ଏହି ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରାଯାଇଛି। ଚାର୍ଜଶିଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ ମଧ୍ୟ ସାମିଲ ଅଛି। ଏଥିରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିବା ସୂଚନା ମିଳିଛି।

Advertisment

ଇଡି ମୁତାବକ, ପୂର୍ବରୁ ହିଁ ଜ୍ୟାକ୍‌ଲିନ୍‌ଙ ମହାଠକ ସୁକେଶ ଅପରାଧିକ କାମ ଓ ଠକେଇ କରୁଥିବା କଥା ଜାଣିଥିଲେ। ଏହାପରେ ମଧ୍ୟ ସେ ତାଙ୍କ ସହ ମିଳାମିଶା କରିଥିଲେ। ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ଙ୍କ ଯେବେଠୁ ମହାଠକ ସୁକେଶଙ୍କ ସହ ଲିଙ୍କ ଥିବା କଥା ସାମ୍ନାକୁ ଆସିଛି ସେବେଠୁ ସେ ଆଇନ୍‌ ଜାଲରେ ଫସିଛନ୍ତି। ଇଡି ଜ୍ୟାକ୍‌ଲିନ୍‌ଙ୍କ ଉପରେ କଡା ନଜର ରଖିଛି। ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇବା ସହ ତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି।

Jacqueline Fernandez' photo with Sukesh Chandrasekhar surfaces online, actress flaunts hickey

ଏହା ପୂର୍ବରୁ ଏପ୍ରିଲ ମାସରେ ପିଏମ୍‌ଏଲ୍‌ଏ ଜରିଆରେ ଜ୍ୟାକ୍‌ଲିନଙ୍କ ୭ କୋଟି ଟଙ୍କାର ସମ୍ପତି ସିଜ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେତେବେଳେ ଇଡି ନିଜର ଏକ ବୟାନରେ କହିଥିଲା, ସୁକେଶ ଚନ୍ଦ୍ରଶେଖର ଠକେଇ ଟଙ୍କାରୁ ଜ୍ୟାକ୍‌ଲିନ୍‌ଙ୍କୁ ୫.୭୧ କୋଟି ଟଙ୍କାର ଗିଫ୍ଟ ଦେଇଥିଲା। ଗିଫ୍ଟ ସପ୍ଲାଏ କରିବା ପାଇଁ ଚନ୍ଦ୍ରଶେଖର ନିଜ ସହଯୋଗୀ ତଥା ଆଉ ଜଣେ ଅଭିଯୁକ୍ତ ପିଙ୍କି ଇରାନୀଙ୍କ ସହାୟତା ନେଇଥିଲା।

Advertisment

ଜ୍ୟାକଲିନ୍‌ଙ୍କ ଦିଆଯାଇଥିବା ଗିଫ୍ଟରେ ୫୨ ଲକ୍ଷ ଟଙ୍କାର ଘୋଡା ଓ ୯ ଲକ୍ଷ ଟଙ୍କାର ବିଲେଇ ସାମିଲ ଥିବା ଇଡି ଅଭିଯୋଗ କରିଛି। କେବଳ ସେତିକି ନୁହେଁ ଜ୍ୟାକଲିନଙ୍କ ପରିବାର ଲୋକଙ୍କୁ ସୁକେଶ ମୋଟା ଅଙ୍କର ଟଙ୍କା ଦେଇଥିବା ମଧ୍ୟ ଇଡି ଅଭିଯୋଗ କରିସାରିଛି।

ଉଲ୍ଲେଖଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ମାମଲାରେ ବର୍ତ୍ତମାନ ଯାଏଁ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ସୁକେଶ ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲିନା ମାରିଆ ପଲ୍‌ ମଧ୍ୟ ସାମିଲ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe