‘ଜ୍ୟାକଲିନ୍ ନିର୍ଦ୍ଦୋଷ’ ଦାବି କଲେ ଅଭିନେତ୍ରୀଙ୍କ ଓକିଲ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ମନିଲଣ୍ଡରିଂ ମାମଲାକୁ ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ। ଏହି ଠକେଇ ମାମଲାରେ ଇଡିର ଚାର୍ଜସିଟ୍‌ରେ ଜ୍ୟାକ୍‌ଲିନଙ୍କ ନାଁ ଶୀର୍ଷରେ ରହିଛି। ଏଥିସହ ସେ ଏହି ମାମଲାର ଅଭିଯୁକ୍ତ ବୋଲି ମଧ୍ୟ ଇଡି ଦର୍ଶାଇଛି। ତେବେ ଜ୍ୟାକ୍‌ଲିନ୍ ନିର୍ଦ୍ଦୋଶ। ସେ କିଛି କରି ନାହାନ୍ତି ବୋଲି ଏବେ ତାଙ୍କ ଓକିଲ ଦାବି କରିଛନ୍ତି। ନିକଟରେ ଏକ ସାକ୍ଷାତକରେ […]

jacqueline-fernandez

Madhupriya Mistry
  • Published: Wednesday, 26 October 2022
  • , Updated: 27 October 2022, 10:12 AM IST

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ମନିଲଣ୍ଡରିଂ ମାମଲାକୁ ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ। ଏହି ଠକେଇ ମାମଲାରେ ଇଡିର ଚାର୍ଜସିଟ୍‌ରେ ଜ୍ୟାକ୍‌ଲିନଙ୍କ ନାଁ ଶୀର୍ଷରେ ରହିଛି। ଏଥିସହ ସେ ଏହି ମାମଲାର ଅଭିଯୁକ୍ତ ବୋଲି ମଧ୍ୟ ଇଡି ଦର୍ଶାଇଛି। ତେବେ ଜ୍ୟାକ୍‌ଲିନ୍ ନିର୍ଦ୍ଦୋଶ। ସେ କିଛି କରି ନାହାନ୍ତି ବୋଲି ଏବେ ତାଙ୍କ ଓକିଲ ଦାବି କରିଛନ୍ତି।

ନିକଟରେ ଏକ ସାକ୍ଷାତକରେ ଜ୍ୟାକ୍‌ଲିନ୍‌ଙ୍କ ଓକିଲ ଜେଲ୍ ଭିତରୁ ସୁକେଶ ଲେଖିଥିବା ଚିଠି ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିସହ ଏହି ଠକେଇ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କ କୌଣସି ହାତ ନଥିବା ସେ କହିଛନ୍ତି। ଆଇନ୍ ଅନୁଯାୟୀ ନିଜ ସମ୍ମାନ ପାଇଁ ସେ ଲଢ଼େଇ ଜାରି ରଖିବେ ବୋଲି ଜ୍ୟାକ୍‌ଲିନ୍‌ଙ୍କ ଓକିଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ସୁକେଶ ଜେଲ୍ ଭିତରୁ ନିଜ ଓକିଲଙ୍କୁ ଏକ ଚିଠି ଲେଖିଥିଲା। ଏଥିରେ ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନଙ୍କ କୌଣସି ସମ୍ପୃକ୍ତି ନଥିବା ସେ କହିଥିଲା। ଅଯଥାରେ ତାଙ୍କୁ ଓ ତାଙ୍କ ପରିବାରକୁ ଏହି ମାମଲାରେ ଟଣା ଯାଉଛି। ଜ୍ୟାକଲିନଙ୍କ ସହ ତାଙ୍କର କେବଳ ପ୍ରେମ ସମ୍ପର୍କ ଥିବା ସୁକେଶ କହିଥିଲା।

ଏବେ ଏହି କଥାକୁ ଦୋହରାଇଛନ୍ତି ଜ୍ୟାକ୍‌ଲିନଙ୍କ ଓକିଲ। ଯେକୌଣସି ଅନୁସନ୍ଧାନର ଉଦ୍ଦେଶ୍ୟ ହେଉଛି ସତ୍ୟ ଜାଣିବା। ଯଦିଓ ଅଭିଯୁକ୍ତଙ୍କ ଦ୍ଵାରା କିଛି ତଥ୍ୟ ପ୍ରକାଶ କରାଯାଇଥାଏ, ତେବେ ଏଜେନ୍ସିଗୁଡିକ ଦ୍ୱାରା ନିରପେକ୍ଷ ଭାବେ ତଦନ୍ତ ହେବା ଉଚିତ୍। ତାଙ୍କ ବିବୃତ୍ତି ଆଇନର ପ୍ରଯୁଜ୍ୟ ଧାରା ଅନୁଯାୟୀ ରେକର୍ଡ ହୋଇପାରେ ଏବଂ ସତ୍ୟ ଜାଣିବା ପାଇଁ ତଦନ୍ତ କରାଯାଇପାରେ ବୋଲି ସେ କହିଛନ୍ତି।

ଗତମାସରେ ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କୁ ଦିଲ୍ଲୀ ଇଓଡବ୍ଲୁ ସମନ କରିଥିଲା। ଦିଲ୍ଲୀ ଅଫିସ ଡକାଇ ତାଙ୍କୁ ଘନ ଘନ ଜେରା କରିଥିଲା ପୁଲିସ। ଏସବୁ ଭିତରେ ଦୀପବାଳି ଅବସରରେ ଜ୍ୟାକଲିନଙ୍କ ଏକ ଫିଲ୍ମ ‘ରାମ ସେତୁ’ ମଧ୍ୟ ରିଲିଜ ହୋଇଛି। ଏଥିରେ ଅକ୍ଷୟ କୁମାରଙ୍କ ସହ ସେ ସ୍କ୍ରିନ୍ ଶେଆର କରିଛନ୍ତି।

Related story