ଜ୍ୟାକଲିନଙ୍କୁ ପୁଣି ୮ ଘଣ୍ଟା ଘାଣ୍ଟିଲା ଇଡି

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କୁ ପୁଣି ଜେରା। ୮ ଘଣ୍ଟା ଘାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପୁଣି ଜ୍ୟାକଲିନଙ୍କୁ ପଚରାଉଚରା କରିଛି ଇଡି। ପିଟିଆଇ ମୁତାବକ, ଜ୍ୟାକ୍‌ଲିନ୍‌ଙ୍କୁ ସୋମବାର ନିଜ ବୟାନ ରେକର୍ଡ କରିବା ପାଇଁ ନୂଆ ସମନ ଜାରି କରାଯାଇଥିଲା। ଚନ୍ଦ୍ରଶେଖର ଗତ ବର୍ଷ ଫେବ୍ରୁଆରୀରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ସହ ଯୋଗାଯୋଗରେ ଥିଲା ବୋଲି ତଦନ୍ତରୁ ଜଣାପଡିଛି। ଏହା ପୂର୍ବରୁ ମଧ୍ୟ […]

jacqueline-fernandez

jacqueline-fernandez

Madhupriya Mistry
  • Published: Tuesday, 28 June 2022
  • Updated: 28 June 2022, 12:25 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କୁ ପୁଣି ଜେରା। ୮ ଘଣ୍ଟା ଘାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପୁଣି ଜ୍ୟାକଲିନଙ୍କୁ ପଚରାଉଚରା କରିଛି ଇଡି।

ପିଟିଆଇ ମୁତାବକ, ଜ୍ୟାକ୍‌ଲିନ୍‌ଙ୍କୁ ସୋମବାର ନିଜ ବୟାନ ରେକର୍ଡ କରିବା ପାଇଁ ନୂଆ ସମନ ଜାରି କରାଯାଇଥିଲା। ଚନ୍ଦ୍ରଶେଖର ଗତ ବର୍ଷ ଫେବ୍ରୁଆରୀରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ସହ ଯୋଗାଯୋଗରେ ଥିଲା ବୋଲି ତଦନ୍ତରୁ ଜଣାପଡିଛି।

ଏହା ପୂର୍ବରୁ ମଧ୍ୟ ଜ୍ୟାକଲିନଙ୍କୁ ଅନେକ ଥର ଜେରା କରିସାରିଛି ଇଡି। ରିପୋର୍ଟ ଅନୁଯାୟୀ, ସୁକେଶର କିଛି ଆକାଉଣ୍ଟ ବିଷୟରେ ଅଭିନେତ୍ରୀ ଅବଗତ ଥିଲେ। ସେ ସୁକେଶଙ୍କ ସହ ସମ୍ପର୍କ ରଖିଛନ୍ତି। ହେଲେ ସେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି । ଇଡି ତା'ର ଚାର୍ଜସିଟରେ ଏନେଇ ବଡ ଖୁଲାସା କରିଥିଲା।

ଚାର୍ଜସିଟ୍ ଅନୁଯାୟୀ, ସୁକେଶ ଜ୍ୟାକଲିନଙ୍କୁ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିଲେ। ଏପ୍ରିଲରେ, ଅନୁସନ୍ଧାନକାରୀ ଟିମ୍‌ ଜ୍ୟାକଲିନଙ୍କ ୭.୨୭ କୋଟି ଟଙ୍କା ସମ୍ପତ୍ତିକୁ ସିଜ୍‌ କରିଥିଲା।

ଗତ ବର୍ଷ ଅଗଷ୍ଟ ଏବଂ ଅକ୍ଟୋବରରେ ରେକର୍ଡ କରିଥିବା ଜ୍ୟାକଲିନ ତାଙ୍କ ବୟାନରେ ଇଡିଙ୍କୁ କହିଛନ୍ତି', ସେ ଚନ୍ଦ୍ରଶେଖରଙ୍କ ଠାରୁ ଗୁଚି, ଚାନେଲ, ତିନୋଟି ଡିଜାଇନର୍ ବ୍ୟାଗ୍, ଜିମ୍‌ରେ ପିନ୍ଧିବା ପାଇଁ ଦୁଇଟି ଗୁଚି ଡ୍ରେସ୍, ଗୋଟିଏ ଯୋଡି ଲୁଇ ଭିଟନ୍ ଜୋତା, ଦୁଇଟି ହୀରା କାନଫୁଲ, ମଲ୍ଟି ରଙ୍ଗର ପଥର କଙ୍କଣ ଏବଂ ଦୁଇଟି ହର୍ମେସ୍ ବ୍ରେସଲେଟ୍ ଉପହାର ସ୍ୱରୂପ ଗ୍ରହଣ କରିଥିଲେ। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଆହୁରି ମଧ୍ୟ କହିଛନ୍ତି, ସୁକେଶ ତାଙ୍କୁ  ଏକ ମିନି କପୁର୍ କାର୍ ମଧ୍ୟ ଉପହାର ରୂପେ ଦେଇଥିଲେ କିନ୍ତୁ ସେ ତାକୁ ଫେରାଇ ଦେଇଥିଲେ।

ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଉପରେ ବର୍ତ୍ତମାନର ଇଡିରେ ମାମଲା ରହିଛି। ଲୋକଙ୍କୁ ଠକିବା ପାଇଁ ନକଲି ଫୋନ୍ ନମ୍ବର ବ୍ୟବହାର କରୁଥିଲେସୁକେଶ। ୨୦୦ କୋଟି ଠକେଇ ମାମଲାରେ ଅଭିଯୋଗ ହେତୁ ସୁକେଶ ଏବଂ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌ଙ୍କୁ ସେପ୍ଟେମ୍ବର ୨୦୨୧ ରେ ଦିଲ୍ଲୀ ପୁଲିସ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos