Advertisment

ଅଡୁଆରେ ଅଭିନେତ୍ରୀ, ଜ୍ୟାକ୍‌ଲିନ୍‌ଙ୍କୁ ପୁଣି ଜେରା

ନୂଆଦିଲ୍ଲୀ: ପୁଣି ବଢ଼ିଲା ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ପ୍ରଥମେ ଇଡି ଆଉ ଏବେ ଇଓଡବ୍ଲୁର କରୁଛି ଜେରା। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ ଆଦି ଦିଲ୍ଲୀ ପୁଲିସରେ ହାଜର ହୋଇଛନ୍ତି। ଇଓଡ଼ବ୍ଲୁର ୫ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫସିଛନ୍ତି । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଥିଲା ଦିଲ୍ଲୀ ପୁଲିସ୍ । ସେପ୍ଟେମ୍ବର […]

ଅଦ୍ୟତନ ହୋଇଛି
ଦିଲ୍ଲୀ ପୁଲିସ ନିକଟରେ ହାଜର ହେଲେ ଜ୍ୟାକଲିନ୍‌

jacqueline-fernandez

Advertisment

ନୂଆଦିଲ୍ଲୀ: ପୁଣି ବଢ଼ିଲା ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ପ୍ରଥମେ ଇଡି ଆଉ ଏବେ ଇଓଡବ୍ଲୁର କରୁଛି ଜେରା। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ ଆଦି ଦିଲ୍ଲୀ ପୁଲିସରେ ହାଜର ହୋଇଛନ୍ତି। ଇଓଡ଼ବ୍ଲୁର ୫ଜଣିଆ ଟିମ୍ ପଚରାଉଚରା କରୁଛନ୍ତି ।

Advertisment

ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫସିଛନ୍ତି । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଥିଲା ଦିଲ୍ଲୀ ପୁଲିସ୍ । ସେପ୍ଟେମ୍ବର ୧୪ରେ ପୁଲିସ ପାଖରେ ହାଜର ହେବାକୁ ସମନରେ କୁହାଯାଇଥିଲା। ସମନ ଆଧାରରେ ଆଜି ଜ୍ୟାକ୍‌ଲିନ୍‌ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି। ପିଙ୍କି ଇରାନୀ ଓ ଜ୍ୟାକ୍‌ଲିନ୍‌ଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି।

https://twitter.com/ANI/status/1569927406139621376?s=20&t=24O3Bk1mFe2jw7ejlYA9MA

Advertisment

ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ଏକ ଲମ୍ବା ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି। ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସମ୍ପର୍କ ଏବଂ ତାଙ୍କଠାରୁ ପ୍ରାପ୍ତ ଉପହାର ଉପରେ ସମସ୍ତ ପ୍ରଶ୍ନ ରହିବ। ସେ କିପରି ଏବଂ କାହା ମାଧ୍ୟମରେ ସୁକେଶଙ୍କ ସହ ପ୍ରଥମ ଥର ପାଇଁ ଯୋଗାଯୋଗ କଲେ? ବୋଲି ମଧ୍ୟ ପଚରାଯିବ। ଏହା ସହିତ, EOW ପିଙ୍କି ଇରାନୀଙ୍କୁ ମଧ୍ୟ ତଦନ୍ତରେ ସାମିଲ ହେବାକୁ ଡକାଇଛି। ସେ ସୁକେଶଙ୍କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିଥିଲେ। ସେ ଉଭୟଙ୍କୁ ଜାଣିଥିଲେ। ସୂଚନା ଅନୁସାରେ ଜ୍ୟାକ୍‌ଲିନ୍‌ଙ୍କୁ ଏହି ମାମଲାରେ ବ୍ୟାକ୍‌ ଟୁ ବ୍ୟାକ୍‌ ଜେରା ହୋଇପାରେ। ଏଥିପାଇଁ ପୁଲିସ ତାଙ୍କୁ ଦିଲ୍ଲୀରେ କିଛି ଦିନ ରହିବା ପାଇଁ କହିଛି।

ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଠକେଇ ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିସାରିଛି। ଏଥିରେ ଇଡି ଜ୍ୟାକ୍‌ଲିନ୍‌ଙ୍କ ଅଭିଯୁକ୍ତ ବୋଲି ଦର୍ଶାଇଛି। ସୁକେଶର ଠକେଇ ବିଷୟରେ ଆଗରୁ ଜାଣି ମଧ୍ୟ ଆର୍ଥିକ କାରବାରରେ ଜ୍ୟାକ୍‌ଲିନ୍‌ ତାଙ୍କ ସହ ସାମିଲ ହୋଇଥିବା ଇଡି ଅଭିଯୋଗ କରିଛି।

ଦିଲ୍ଲୀ ପୁଲିସ ଗତ ଅଗଷ୍ଟ ୨ ଓ ସେପ୍ଟେମ୍ବର ୧୨ରେ ସମନ ପରେ ବି ଅଭିନେତ୍ରୀ ହାଜର ହୋଇନଥିଲେ। ଜ୍ୟାକଲିନଙ୍କୁ ଠକ ସୁକେଶ ୫କୋଟିର ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ବେଆଇନ୍ ଅର୍ଥ ଚାଲାଣ ଆଇନ୍ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭କୋଟି ଟଙ୍କାର ସମ୍ପତି ସିଜ୍‌ କରିଥିଲା ଇଡ଼ି । ଏହି ମାମଲାରେ ଇଡ଼ି ଏବେ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କରିସାରିଛି । ପୂର୍ବରୁ କିଛି ଦିନ ତଳେ ଅଭିନେତ୍ରୀ ନୋରା ଫତେହୀଙ୍କୁ ମଧ୍ୟ ଇଓଡ଼ବ୍ଲୁ ଜେରା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe