ସଲମାନଙ୍କ ନାଁ ନେଇ ମିଛ କହୁଥିଲେ ଜ୍ୟାକ୍‌ଲିନ୍‌, ଧରିଲା ଇଡି

ମୁମ୍ବାଇ: ପୁଣି ବିବାଦରେ ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ବଲିଉଡର ଦବଙ୍ଗ ସଲମାନ ଖାନ୍‌ଙ୍କ ନାଁ ନେଇ କହୁଥିଲେ ମିଛ। ଶେଷରେ ତାଙ୍କର ଏହି ମିଛ ଧରାପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ମିଛ ଧରାପକାଇଛି। ଏଥିସହ ସେ ବିଦେଶ ଯିବା ପାଇଁ କରିଥିବା ଆବେଦନକୁ ବିରୋଧ କରିଛି ଇଡି। ଚଳିତ IIFA ଆୱାର୍ଡରେ ନଜର ଆସିବେନି ଜ୍ୟାକ୍‌ଲିନ୍‌। ମନି ଲଣ୍ଡରିଂ କେସ୍‌ରେ ଫସିଥିବା ଜ୍ୟାକ୍‌ଲିନ୍‌ଙ୍କ ବିଦେଶ ଗସ୍ତ ଏବେ ମୁସ୍‌କିଲ୍‌ ହୋଇପଡିଛି। ଇଡି ଜ୍ୟାକ୍‌ଲିନ୍‌ଙ୍କ ଦେଶ ବାହାରକୁ […]

Jacqueline Fernandez

Jacqueline Fernandez

Madhupriya Mistry
  • Published: Wednesday, 18 May 2022
  • Updated: 18 May 2022, 05:14 PM IST

Sports

Latest News

ମୁମ୍ବାଇ: ପୁଣି ବିବାଦରେ ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ବଲିଉଡର ଦବଙ୍ଗ ସଲମାନ ଖାନ୍‌ଙ୍କ ନାଁ ନେଇ କହୁଥିଲେ ମିଛ। ଶେଷରେ ତାଙ୍କର ଏହି ମିଛ ଧରାପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ମିଛ ଧରାପକାଇଛି। ଏଥିସହ ସେ ବିଦେଶ ଯିବା ପାଇଁ କରିଥିବା ଆବେଦନକୁ ବିରୋଧ କରିଛି ଇଡି।

ଚଳିତ IIFA ଆୱାର୍ଡରେ ନଜର ଆସିବେନି ଜ୍ୟାକ୍‌ଲିନ୍‌। ମନି ଲଣ୍ଡରିଂ କେସ୍‌ରେ ଫସିଥିବା ଜ୍ୟାକ୍‌ଲିନ୍‌ଙ୍କ ବିଦେଶ ଗସ୍ତ ଏବେ ମୁସ୍‌କିଲ୍‌ ହୋଇପଡିଛି। ଇଡି ଜ୍ୟାକ୍‌ଲିନ୍‌ଙ୍କ ଦେଶ ବାହାରକୁ ଯିବା ପାଇଁ ଅନୁମତି ଦେଇନାହିଁ। ଏହି ମାମଲରେ ଗତ କିଛି ଦିନ ତଳେ ଜ୍ୟାକ୍‌ଲିନ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଦେଶ ଯିବା ପାଇଁ ଅନୁମତି ମାଗିଥିଲେ। ଏବେ ଜ୍ୟାକ୍‌ଲିନ୍‌ଙ୍କ ଏହି କାହାଣୀରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି।

ଜ୍ୟାକ୍‌ଲିନ୍‌ ବିଦେଶ ଯିବା ପାଇଁ କୋର୍ଟରେ ଯେଉଁ ଆବେଦନ କରିଥିଲେ ତାକୁ ଏବେ ସେ ଫେରାଇ ନେଇଛନ୍ତି। ତଦନ୍ତ ବେଳେ ଜ୍ୟାକ୍‌ଲିନ୍‌ ବିଦେଶ ଯିବା ପାଇଁ ମିଛ କହିଥିବା ନେଇ ଇଡି ଖୁଲାସା କରିଛି। ଜ୍ୟାକଲିନ୍‌ ଦାବି କରିଥିଲେ ଯେ, ସଲମାନ ଖାନ୍‌ଙ୍କ ନେପାଳ ଦବଙ୍ଗ ଟୁର୍‌ ପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିପାଇଁ ନେପାଳ ଯିବାକୁ ସେ ଚାହୁଁଛନ୍ତି। ତେବେ ଯାଞ୍ଚ ପରେ ତାଙ୍କର ଏହି ଦାବି ମିଛ ବୋଲି ଧରାପଡିଛି। ସେ ଚଳିତ ଦବଙ୍ଗ ଟୁର୍‌ରେ ସାମିଲ ନଥିବା ଇଡି ଖୁଲାସା କରିଛି। ଜ୍ୟାକ୍‌ଲିନଙ୍କ ଏହି ମିଛ ଇଡି ସାମ୍ନାକୁ ଆସିବା ପରେ କୋର୍ଟରେ ଦେଇଥିବା ଆବେଦନକୁ ସେ ଫେରାଇ ନେବାକୁ ବାଧ୍ୟ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ବିଦେଶ ଗସ୍ତରେ ଯିବା ପାଇଁ ଆବେଦନ କରିଥିଲେ ଜ୍ୟାକ୍‌ଲିନ୍‌। ଇଡି ଏଯାଏଁ ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡରିଂ ମାମଲାରେ କ୍ଲିନ୍‌ ଚିଟ୍‌ ଦେଇ ନାହିଁ। ଏଥିପାଇଁ ତାଙ୍କ ବିଦେଶ ଯାତ୍ରା ଉପରେ ରୋକ୍‌ ଲାଗିଛି। ଏହି ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଅନେକ ଥର ପଚରାଉଚରା କରିସାରିଲାଣି। ସୁକେଶ ଠକେଇ କରିଥିବା ଟଙ୍କାରେ ଜ୍ୟାକ୍‌ଲିନ୍‌ ଓ ତାଙ୍କ ପରିବାରକୁ ଦାମୀ ଗିଫ୍ଟ ଦେଇଥିଲା। ଏଥିପାଇଁ ଇଡି କଠୋର କାର୍ଯ୍ୟାନୁଷ୍ଠାନ ନେଇ ଜ୍ୟାକଲିନ୍‌ଙ୍କ ୭.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos