କୋର୍ଟଙ୍କ ତାଗିଦ ପରେ ଆବେଦନ ପ୍ରତ୍ୟାହାର କଲେ ଅଭିନେତ୍ରୀ ଜ୍ୟାକଲିନ

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଯିବାକୁ କୋର୍ଟରେ ଅନୁମତି ଲୋଡ଼ିଥିବା ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଡିଜ୍‌ ଆଜି ନିଜର ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି। କୋର୍ଟ ତାଙ୍କ ଆବେଦନ ଉପରେ ଆପତ୍ତି ଉଠାଇବାରୁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ଜ୍ୟାକଲିନ ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ପାଇଁ ବାହାରିନ ଯିବାକୁ ଚାହୁଁଥିବାରୁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ୨୦୦ କୋଟି ଟଙ୍କା ଠକେଇ ଘଟଣାର ଶୁଣାଣି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚି ଥିବାରୁ କୋର୍ଟ ଆବେଦନ ବିରୋଧରେ ପ୍ରଶ୍ନ […]

court

court

Hemant Lenka
  • Published: Thursday, 22 December 2022
  • Updated: 22 December 2022, 06:15 PM IST

Sports

Latest News

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଯିବାକୁ କୋର୍ଟରେ ଅନୁମତି ଲୋଡ଼ିଥିବା ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଡିଜ୍‌ ଆଜି ନିଜର ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି। କୋର୍ଟ ତାଙ୍କ ଆବେଦନ ଉପରେ ଆପତ୍ତି ଉଠାଇବାରୁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ଜ୍ୟାକଲିନ ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ପାଇଁ ବାହାରିନ ଯିବାକୁ ଚାହୁଁଥିବାରୁ କୋର୍ଟରେ ଆବେଦନ କରିଥିଲେ।

କିନ୍ତୁ ୨୦୦ କୋଟି ଟଙ୍କା ଠକେଇ ଘଟଣାର ଶୁଣାଣି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚି ଥିବାରୁ କୋର୍ଟ ଆବେଦନ ବିରୋଧରେ ପ୍ରଶ୍ନ କରିଥିଲେ। ଏହା ଶୁଣି ଜ୍ୟାକଲିନ ନିଜର ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

ମହାଠକ ସୁକେଶ ଚନ୍ଦ୍ରଶେଖର ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଗିରଫ ହୋଇ ଜେଲରେ ରହିଛି। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ଜ୍ୟାକଲିନ। ଏଥିପାଇଁ ଜ୍ୟାକଲିନଙ୍କୁ ମଧ୍ୟ ଘନଘନ ଜେରା ଓ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ପଡ଼ୁଛି। ତାଙ୍କୁ ଦେଶ ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି।

ତେବେ ଅସୁସ୍ଥ ମା’ଙ୍କୁ ଦେଖିବା ପାଇଁ ଜ୍ୟାକଲିନ ବାହାରିନ ଯିବାକୁ ଚାହୁଁଥିବାରୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ଶୁଣାଣି ବେଳେ ଜ୍ୟାକଲିନଙ୍କ ଓକିଲ କହିଥିଲେ ଯେ ଡିସେମ୍ବର ୨୦୨୧ରେ ତାଙ୍କ(ଜ୍ୟାକଲିନ) ମା’ଙ୍କ ଷ୍ଟ୍ରୋକର ସମ୍ମୁଖୀନ ହୋଇଥିଲେ। ଏବେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଛି।

କୋର୍ଟ ପଚାରି ଥିଲେ ଯେ ବାହାରିନ ଯିବାକୁ ଜ୍ୟାକଲିନ କେମିତି ଭିସା ପାଇବେ? ଏହାର ଜବାବରେ ତାଙ୍କ ଓକିଲ କହିଥିଲେ ଯେ ଜ୍ୟାକଲିନଙ୍କ ବାପା ମା’ ସେଠାରେ ରୁହନ୍ତି। ତାଙ୍କ ପାଖରେ ପୂର୍ବରୁ ଭିସା ରହିଛି। ତଥାପି କୋର୍ଟ ମାମଲାର ଶୁଣାଣି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଆବେଦନକୁ ବିରୋଧ କରିଥିଲେ। କୋର୍ଟର ବିଚାରପତି କହିଛନ୍ତି, “ମୁଁ ଜାଣେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। କିନ୍ତୁ ମାମଲାରଟି ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି।”

ଜ୍ୟାକିଲନଙ୍କ ଓକିଲ କୋର୍ଟଙ୍କୁ ଅନୁମତି ଦେବାକୁ ଅନୁରୋଧ କରି କହିଥିଲେ ଯେ “ମାମଲାର ଶୁଣାଣି ଜାନୁଆରୀ ୬ରେ ହେବ। ଜ୍ୟାକଲିନ ଜାନୁଆରୀ ୫ ସୁଦ୍ଧା ଭାରତ ଫେରି ଆସିବେ। ସେ ଶୁଣାଣି ମିସ୍‌ କରିବେ ନାହିଁ। ଦ୍ୱିତୀୟତଃ ଜ୍ୟାକଲିନ ୧୦ନଂ ଅଭିଯୁକ୍ତ। ୬ ଜାନୁଆରୀରେ ଅଭିଯୁକ୍ତ ନଂ ୧ ତା’ର ପକ୍ଷ ରଖିବ। ତେଣୁ ଆମ ପକ୍ଷ ରଖିବା ପାଇଁ ବିଳମ୍ବରେ ସମୟ ମିଳିବ।”

ଆପଣ ବିଦେଶ ଗସ୍ତ କରିବାର ଅନୁମତି ପାଇବା ପାଇଁ ଇଡି ସମେତ ବିଭିନ୍ନ ସରକାରୀ ଏଜେନ୍ସି ପାଖକୁ ଯାଇଥିଲେ। ଆପଣ କେଉଁ ପ୍ରକ୍ରିୟାରେ ଗସ୍ତ ଅନୁମତି ପାଇଁ ଇଡି ପାଖକୁ ଯାଇଥିଲେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏଥିସହ ବିଚାରପତି କହିଥିଲେ ଯେ “ମୁଁ ସବୁ କିଛି ଆପଣଙ୍କ ଉପରେ ଛାଡ଼ୁଛି। ଯଦି ଆପଣ ଚାହିଁବେ ତା’ହେଲେ ଆବେଦନ ପ୍ରତ୍ୟାହାର କରିପାରିବେ କିମ୍ବା ଆପଣ ନ୍ୟାୟିକ ନିର୍ଦ୍ଦେଶ ପାଇପାରିବେ।” ଏହା ଶୁଣିବା ପରେ ଜ୍ୟାକଲିନ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story