୨୦୦ କୋଟି ଠକେଇ ମାମଲା: ଅଭିନେତ୍ରୀ ଜ୍ୟାକଲିନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: କୋର୍ଟରେ ହାଜର ହେବା ପରେ ନିୟମିତ ଜାମିନ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌। ୨୦୦ କୋଟି ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଶୈଳନ୍ଦ୍ର ମଲିକ ତାଙ୍କୁ ବ୍ୟକ୍ତିଗତ ୫୦ ହଜାର ଟଙ୍କାର ବଣ୍ଡ ଓ ସମାନ ପରିମାଣର ଗୋଟି ସ୍ୟୁରିଟି ବଳରେ ଜ୍ୟାକଲିନଙ୍କୁ ଜାମିନ ଦେଇଛନ୍ତି। ପୂର୍ବରୁ […]

Jacqueline

Jacqueline

Hemant Lenka
  • Published: Tuesday, 15 November 2022
  • Updated: 15 November 2022, 05:10 PM IST

Sports

Latest News

ନୂଆଦିଲ୍ଲୀ: କୋର୍ଟରେ ହାଜର ହେବା ପରେ ନିୟମିତ ଜାମିନ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌। ୨୦୦ କୋଟି ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ସ୍ୱତନ୍ତ୍ର ବିଚାରପତି ଶୈଳନ୍ଦ୍ର ମଲିକ ତାଙ୍କୁ ବ୍ୟକ୍ତିଗତ ୫୦ ହଜାର ଟଙ୍କାର ବଣ୍ଡ ଓ ସମାନ ପରିମାଣର ଗୋଟି ସ୍ୟୁରିଟି ବଳରେ ଜ୍ୟାକଲିନଙ୍କୁ ଜାମିନ ଦେଇଛନ୍ତି। ପୂର୍ବରୁ କୋର୍ଟ ତାଙ୍କୁ ଏହି ମାମଲାରେ ଅନ୍ତରୀଣ ଜାମିନ ଦେଇଥିଲେ। ମଙ୍ଗଳବାର ଏହାର ଅବଧି ଶେଷ ହେଉଥିବାରୁ ଜ୍ୟାକଲିନ ନିଜ ଲିଗାଲ ଟିମ ସହ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ। ସେ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ମିଳିଛି।

ଏହାପୂର୍ବରୁ ଇଡି ଜ୍ୟାକଲିନଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। କିନ୍ତୁ ପ୍ରତିପପକ୍ଷ ଓକିଲ କହିଥିଲେ ଯେ ଜ୍ୟାକଲିନଙ୍କୁ ଗିରଫ କରିବାର କୌଣସି ଆବଶ୍ୟକ ନାହିଁ। କାରଣ ୨୦୦ କୋଟି ଠକେଇ ମାମଲାରେ ଇଡି ତଦନ୍ତ କରି ଚାର୍ଜଶିଟ ଓ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରି ସାରିଛି।

ପ୍ରଥମ ଚାର୍ଚଶିଟରେ ଇଡି ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ନଥିଲେ। ଏଥିରେ କେବଳ ମହାଠକ ସୁକେଶ ଓ ତା’ର ପତ୍ନୀର ନାଁ ରହିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଇଡି ଦାଖଲ କରିଥିବା ଚାର୍ଜଶିଟରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ମହାଠକ ସୁକେଶ ପ୍ରେମରେ ଜ୍ୟାକଲିନ ପଡ଼ିଥିଲେ। ସୁକେଶ ଠକାମୀରୁ ପାଇଥିବା ଅର୍ଥକୁ ବ୍ୟବହାର କରି ଜ୍ୟାକଲିନଙ୍କୁ ଦାମୀ ଉପହାର ମଧ୍ୟ ଦେଇଥିଲା ବୋଲି ଇଡି କହିଥିଲା।

ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ପାଇବା ପରେ ବିଚାରପତି ଶୈଳେନ୍ଦ୍ର ମଲିକ ଅଗଷ୍ଟ ୩୧ରେ ଜ୍ୟାକଲିନଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos