Advertisment

ଗିରଫ ହେବେ କି କଙ୍ଗନା?

ମୁମ୍ବାଇ:  ଗିରଫ ହୋଇପାରନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା। ତାଙ୍କ ନାଁରେ ଜାରି ହୋଇପାରେ ଗିରଫ ୱାରେଣ୍ଟ। ଯଦି ସେ କଥା ନଶୁଣନ୍ତି କି ହଜାର ନହୁଅନ୍ତି ତେବେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ବଲିଉଡ ପ୍ରସିଦ୍ଧ ଗୀତିକାର ଜାବେଦ ଅଖତର କଙ୍ଗନାଙ୍କ ବିରୋଧରେ ଆଣିଥିବା ମାନହାନୀ ମାମଲାର ଶୁଣାଣି କରି ମୁମ୍ବାଇର ଅନ୍ଦେରୀ କୋର୍ଟ ଏହା କହିଛନ୍ତି। ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମନହାନୀ ମକଦ୍ଦମା କରିଥିଲେ। ଏହାର ଆଜି ଶୁଣାଣି ମୁମ୍ବାଇର ଅନ୍ଧେରୀ କୋର୍ଟରେ […]

ଗିରଫ ହେବେ କି କଙ୍ଗନା?

Kangana

Advertisment

ମୁମ୍ବାଇ:  ଗିରଫ ହୋଇପାରନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା। ତାଙ୍କ ନାଁରେ ଜାରି ହୋଇପାରେ ଗିରଫ ୱାରେଣ୍ଟ। ଯଦି ସେ କଥା ନଶୁଣନ୍ତି କି ହଜାର ନହୁଅନ୍ତି ତେବେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ବଲିଉଡ ପ୍ରସିଦ୍ଧ ଗୀତିକାର ଜାବେଦ ଅଖତର କଙ୍ଗନାଙ୍କ ବିରୋଧରେ ଆଣିଥିବା ମାନହାନୀ ମାମଲାର ଶୁଣାଣି କରି ମୁମ୍ବାଇର ଅନ୍ଦେରୀ କୋର୍ଟ ଏହା କହିଛନ୍ତି।

Advertisment

ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମନହାନୀ ମକଦ୍ଦମା କରିଥିଲେ। ଏହାର ଆଜି ଶୁଣାଣି ମୁମ୍ବାଇର ଅନ୍ଧେରୀ କୋର୍ଟରେ ହୋଇଛି। ତେବେ ଏହି ଶୁଣାଣି ବେଳେ ଜାଭେଦ ଅଖତର ତାଙ୍କ ପତ୍ନୀ ଶବାନା ଆଜମୀଙ୍କ ସହ ଉପସ୍ଥିତ ଥିବାବେଳେ କଙ୍ଗନା କିନ୍ତୁ କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ।

କଙ୍ଗନାଙ୍କ ଓକିଲ କହିଥିଲେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଏଥିସହ ସେ ତାଙ୍କର ଫିଲ୍ମ ପ୍ରମୋସନରେ ବାହାରକୁ ଯାଇଛନ୍ତି। ତାଙ୍କ ନିକଟରେ କରୋନା ଲକ୍ଷଣ ମଧ୍ୟ ରହିଛି। ତେଣୁ ସେ କୋର୍ଟ ହାଜର ହୋଇପାରି ନଥିବା ନେଇ କଙ୍ଗନାଙ୍କ  ଓକିଲ କୋର୍ଟଙ୍କୁ ଜଣାଇଥିଲେ।

Advertisment

ସେପଟେ ଏହାକୁ ନେଇ ଜାବେଦଙ୍କ ଓକିଲ ଯୁକ୍ତ ବାଢ଼ିଥିଲେ ଯେ, କଙ୍ଗନାଙ୍କ ଏହା ଅଭ୍ୟାସ ହୋଇଗଲାଣି। ପ୍ରତିଥର ସେ କୌଣସି ନା କୌଣସି କାରଣ ଦେଖାଇ କୋର୍ଟରେ ହାଜର ହେଉନାହାନ୍ତି। ତାଙ୍କୁ ଫେବୃଆରୀ ମାସରୁ ସମନ ହୋଇଛି। କିନ୍ତୁ ସେ କୋର୍ଟରେ ହାଜର ହୋଇନାହାନ୍ତି। ଏହା ତାଙ୍କର ଏକ ସୁଚିନ୍ତିତ ଯୋଜନା ବୋଲି ସେ କହିଥିଲୋ।

ଦୁଇପକ୍ଷର ଯୁକ୍ତ ଶୁଣିବା ପରେ ଅଦାଲତ କଙ୍ଗନାଙ୍କୁ ଆଜି ଦିନକ ପାଇଁ ଛୁଟି ମଞ୍ଜୁର କରିଥିଲେ। ଏଥିସହ ଯଦି ପରବର୍ତ୍ତୀ ଶୁଣାଣି ବେଳେ କଙ୍ଗନା କୋର୍ଟରେ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଦିଆଯିବ ବୋଲି କୋର୍ଟ କଡା ଭାଷାରେ କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ।

ଗତ ଗୁରୁବାର ଦିନ ଜାବେଦ ଅଖତରଙ୍କ ମାନହାନୀ ମକଦ୍ଦମାରେ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ତଦନ୍ତକୁ ରଦ୍ଦ କରିବା ପାଇଁ କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ।

ସୂଚନା ମୁତାବକ ଗତ ବର୍ଷ ନଭେମ୍ବର ମାସରେ ଜାବେଦ ଅଖତର କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଗତ ବର୍ଷ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ପରିବାରବାଦକୁ ନେଇ କଙ୍ଗନା ଏକ ସାକ୍ଷାତକାର୍‌ରେ ଜାବେଦଙ୍କ ନାଁ ଉଠାଇଥିବା ନେଇ ସେ ଅଭିଯୋଗ କରିଥିଲେ।

Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe