Advertisment

ଜାବେଦଙ୍କୁ ପସନ୍ଦ ଆସିଲାନି କଙ୍ଗନାଙ୍କ ପ୍ରଶଂସା

ସେ କଙ୍ଗନାଙ୍କ ପ୍ରଶଂସାକୁ କୌଣସି ଗୁରୁତ୍ୱ ଦେଇନାହାନ୍ତି।

Kangana ranaut and Javed-akhtar

Kangana ranaut and Javed-akhtar

Advertisment

ବଲିଉଡର ଜଣାଶୁଣା ସଙ୍ଗୀତକାର ଜାବେଦ ଅଖତର। ନିଜ ଗୀତ ସହ ଯେକୌଣସି ପ୍ରସଙ୍ଗକୁ ନେଇ ରୋକଠୋକ ମନ୍ତବ୍ୟ ଦେବା ପାଇଁ ସେ ବେଶ୍ ପ୍ରସିଦ୍ଧ। ସେ ପ୍ରତିଟି ପ୍ରସଙ୍ଗରେ ନିଜ ମତ ରଖନ୍ତି, ଏହାକୁ ନେଇ ବେଳେ ବେଳେ ସେ ସୋଶାଲ ମିଡିଆରେ ବିରୋଧର ଶିକାର ମଧ୍ୟ ହୁଅନ୍ତି। ତେବେ ନିକଟରେ ଜାବେଦ ପାକିସ୍ତାନରେ ଥାଇ ପାକିସ୍ତାନୀଙ୍କୁ ମନେ ପକାଇ ଦେଇଥିଲେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କଥା। ଏହାକୁ ନେଇ ସେ ଦୃଢ଼ ନିନ୍ଦା କରିଥିଲେ। 

Advertisment

ଜାବେଦଙ୍କ ଏଭଳି କରିବା ସମସ୍ତଙ୍କୁ ପସନ୍ଦ ଆସିଥିଲା। ସମଗ୍ର ଦେଶ ତାଙ୍କର ପ୍ରଶଂସା କରିଥିଲା। ଏପରିକି ତାଙ୍କର ବିରୋଧୀ ଥିବା ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଜାବେଦଙ୍କ ପ୍ରଶଂସା ନକରି ରହିପାରି ନଥିଲେ। ପାକିସ୍ତାନକୁ ତା’ ଘରେ ପଶି ମାରିଛନ୍ତି ବୋଲି ସେ କହିଥିଲେ। କିନ୍ତୁ ଏବେ ଜାବେଦଙ୍କୁ କଙ୍ଗନାଙ୍କ ଏଭଳି ପ୍ରଶଂସା ପସନ୍ଦ ଆସିନାହିଁ। ସେ ତାଙ୍କ ପ୍ରଶଂସାକୁ କୌଣସି ଗୁରୁତ୍ୱ ଦେଇନାହାନ୍ତି।

ନିକଟରେ ଏକ ସାକ୍ଷାତକାର୍‌ରେ ଜାବେଦ କଙ୍ଗନା କରିଥିବା ପ୍ରଶଂସାକୁ ନେଇ କହିଥିଲେ, ‘ମୁଁ କଙ୍ଗନାକୁ ଗୁରୁତ୍ୱପୂର୍ଣ୍ଣ ମନେକରେ ନାହିଁ, ତେଣୁ ସେ କିପରି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇପାରିବେ। ତାଙ୍କ ବିଷୟରେ ଭୁଲିଯାଅ। ଆଗକୁ ବଢନ୍ତୁ। କିଛି ଦିନ ଭିତରେ ସେ ନିଜ ପୁରୁଣା ଜୋନ୍‌କୁ ପୁଣି ଫେରି ଆସିବେ।’ 

Advertisment

ନିକଟରେ ଉର୍ଦ୍ଦୁ କବି ଫଏଜ ଅହମଦ ଫଏଜଙ୍କ ସ୍ମୃତିରେ ଆୟୋଜିତ ଫଏଜ ଉତ୍ସବରେ ଯୋଗ ଦେଇଥିଲେ ଜାବେଦ। ଏଥିପାଇଁ ସେ ଲାହୋର ଯାଇଥିଲେ। ଏହି ଅବସରରେ ସେ କହିଥିଲେ, ଆମେ ପରସ୍ପରକୁ ଦୋଷ ଦେବା ଉଚିତ ନୁହେଁ। କାରଣ ଏହାଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ। ଉତ୍ତେଜନାପୂର୍ଣ୍ଣ ବାତାବରଣକୁ ଶାନ୍ତ କରିବାକୁ ହେବ। ମୁମ୍ବାଇରେ ଆକ୍ରମଣ କରିବାକୁ ନରୱେ କିମ୍ବା ଇଜିପ୍ଟରୁ ଆକ୍ରମଣକାରୀ ଆସି ନ ଥିଲେ। ସେମାନେ ଆପଣମାନଙ୍କ ଦେଶରେ ମୁକ୍ତରେ ବୁଲୁଛନ୍ତି। ଯଦି ଜଣେ ହିନ୍ଦୁସ୍ତାନୀଙ୍କ ହୃଦୟରେ ଆପତ୍ତି ରହିଛି, ତେବେ ସେଥିରେ ଆପଣମାନେ ଅପମାନିତ ଅନୁଭବ କରିବା ଉଚିତ ନୁହେଁ। 

ନୁସରତ ଫତେହ ଅଲି ଖାନ, ମେହେନ୍ଦି ହାସନଙ୍କ ଭଳି ପାକିସ୍ତାନ କଳାକାରଙ୍କୁ ଭାରତରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି। ହେଲେ ପାକିସ୍ତାନ ଲତା ମଙ୍ଗେସ୍‌କରଙ୍କ ପାଇଁ କେବେ କୌଣସି ଶୋ’ ଆୟୋଜନ କରିନାହିଁ ବୋଲି ଜାବେଦ ଅଖତର କହିଥିଲେ।

Bollywood News Bollywood Kangana Ranaut Javed Akhtar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe