Advertisment

ଫସିଯିବେ କି ଜାବେଦ ଅଖତର? କୋର୍ଟ ସମନ ବିରୋଧରେ ଅପିଲ୍‌

ସମନ ଅନୁଯାୟୀ ଜାବେଦ ଅଖତରଙ୍କୁ ଫେବ୍ରୁଆରୀ ୬ ରେ କୋର୍ଟରେ ହାଜର ହେବାକୁ ଥିଲା। କିନ୍ତୁ ଫେବ୍ରୁଆରୀ ୬ ପୂର୍ବରୁ ଜାବେଦ ଅଖତର ଏହି ସମନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
javed-akhtar-filed-an-appeal-against-the-court-summons

ଫଶିଯିବେ କି ଜାବେଦ ଅଖତର? କୋର୍ଟ ସମନ ବିରୋଧରେ ଅପିଲ୍‌

Advertisment

ବଲିଉଡର ପ୍ରସିଦ୍ଧ ଗୀତିକାର ତଥା ସ୍କ୍ରିପ୍ଟ ରାଇଟର୍ ଜାବେଦ ଅଖତର ପ୍ରାୟତଃ ନିଜ ବୟାନ ଯୋଗୁଁ ବିବାଦରେ ଫସିଥାନ୍ତି। ଜାବେଦ ଅଖତର ନିଜ କାମ ସହ ନିଜର ରୋକଠୋକ୍ ଜାବବ ପାଇଁ ମଧ୍ୟ ବେଶ୍ ଜଣାଶୁଣା।  ତେବେ ଅନେକ ଥର ତାଙ୍କ ବୟାନ ତାଙ୍କ ଉପରେ ହିଁ ଭାରି ପଡେ। 

Advertisment

ଜାବେଦ ଅଖତର ତାଙ୍କର ଏକ ସାକ୍ଷାତକାରରେ ଆରଏସଏସକୁ ତାଲିବାନ ସହିତ ତୁଳନା କରିଥିଲେ। ଯେଉଁଥିପାଇଁ ମୁମ୍ବାଇର ଏକ କୋର୍ଟ ତାଙ୍କୁ ନୋଟିସ ପଠାଇଥିଲେ। ବର୍ତ୍ତମାନ ଜାବେଦ ଅଖତର କୋର୍ଟଙ୍କ ସମନ ବିରୋଧରେ ଏକ ଆବେଦନ କରିଛନ୍ତି।

ବାସ୍ତବରେ, ଏହି ସମନ ଅନୁଯାୟୀ ଜାବେଦ ଅଖତରଙ୍କୁ ଫେବ୍ରୁଆରୀ ୬ ରେ କୋର୍ଟରେ ହାଜର ହେବାକୁ ଥିଲା। କିନ୍ତୁ ଫେବ୍ରୁଆରୀ ୬ ପୂର୍ବରୁ ଜାବେଦ ଅଖତର ଏହି ସମନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। 

Advertisment

ମୁମ୍ବାଇର ମୁଲୁଣ୍ଡ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଏହି ନୋଟିସ ପଠାଇଛନ୍ତି। ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ଜାବେଦ ଅଖତରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଯାହାକୁ ନେଇ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବାସ୍ତବରେ ଜାବେଦ ନିଜର ଏକ ପୁରୁଣା ଇଣ୍ଟରଭ୍ୟୁରେ ୨୦୨୧ ସେପ୍ଟମ୍ବର ୩ ତାରିଖରେ ଆଫଗାନିସ୍ତାନ ଉପରେ ତାଲିବାନର ଦଖଲକୁ ନେଇ ନିଜ ମନ୍ତବ୍ୟ ଦେଇଥିଲେ।  ଏହି ସାକ୍ଷାତକାରରେ ଜାବେଦ ଅଖତର ତାଲିବାନକୁ ଆରଏସଏସ ସହିତ ତୁଳନା କରିଥିଲେ। ସେ କହିଥିଲେ ଯେ ତାଲିବାନ ଅତ୍ୟନ୍ତ ବର୍ବର, ସେମାନଙ୍କର କାର୍ଯ୍ୟକଳାପ ଅତ୍ୟନ୍ତ ନିନ୍ଦନୀୟ। ଭାରତରେ ଥିବା ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ରାଷ୍ଟ୍ରିୟ ସ୍ୱଂୟ ସେବା ସଂଗଠନ ତାଲିବାନ ସହିତ ସମାନ। ତାଙ୍କର ଏହି ବୟାନକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ପୂରା ଦେଶରେ ଜାବେଦ ଅଖତରଙ୍କୁ ବିରୋଧ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe