Advertisment

ପାକିସ୍ତାନରେ ଥାଇ ପାକିସ୍ତାନୀଙ୍କୁ ୨୬/୧୧ ଆକ୍ରମଣ କଥା ମନେ ପକାଇଲେ ଜାବେଦ

ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଏବେ ବି ପାକିସ୍ତାନରେ ଖୋଲାରେ ବୁଲୁଥିବା ନେଇ ସେ ଆଣିଲେ ଅଭିଯୋଗ।

ଅଦ୍ୟତନ ହୋଇଛି
Javed Akhtar

Javed Akhtar

Advertisment

ପାକିସ୍ତାନକୁ ଆଇନା ଦେଖାଇଲେ ବଲିଉଡର ଜଣାଶୁଣା ସଙ୍ଗୀତକାର ଜାବେଦ ଅଖତର। ପାକିସ୍ତାନରେ ଥାଇ ପାକିସ୍ତାନୀଙ୍କୁ ମନେ ପକାଇଦେଲେ ୨୬/୧୧ ମୁମ୍ବାଇ ଆକ୍ରମଣ କଥା। ଦେଲେ ମୁହଁତୋଡ଼ ଜାବାବ। ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଏବେ ବି ପାକିସ୍ତାନରେ ଖୋଲାରେ ବୁଲୁଥିବା ନେଇ ସେ ଆଣିଲେ ଅଭିଯୋଗ। 

Advertisment

ନିକଟରେ ଜାବେଦ ଅଖତର ଫୈଜ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିଲେ। ଏହାକୁ ଅଲ୍‌ହାମରା ଆର୍ଟସ କାଉନ୍‌ସିଲ୍ ଲାହୋର୍‌ରେ ଆୟୋଜିତ କରିଥିଲା। ରବିବାର ଦିନ ଏହି ଫେଷ୍ଟିଭାଲ ଉଦ୍‌ଯାପିତ ହୋଇଥିଲା। ତେବେ ଶେଷରେ ଦିନରେ ଜାବେଦ ଅଖତର ପାକିସ୍ତାନୀଙ୍କ ଗହଣରେ ରହି ପାକିସ୍ତାନକୁ ଦେଖାଇଛନ୍ତି ଆଇନା। ସେ ମୁମ୍ବାଇ ୨୬/୧୧ ଆକ୍ରମଣକୁ ନେଇ ପାକିସ୍ତାନୀଙ୍କୁ ଟାର୍ଗେଟ୍ କରିଛନ୍ତି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନ ଓ ଭାରତ ମଧ୍ୟରେ ଥିବା ତିକ୍ତତା କମ୍ କରିବା ବିଷୟରେ ଜାବେଦ ଆଲୋଚନା କରିଛନ୍ତି। ଫେଷ୍ଟିଭାଲରେ ଯୋଗ ଦେଇଥିବା ଲୋକଙ୍କୁ ସେ ଭାରତୀୟଙ୍କ ମନରେ ଏବେବି ଅସନ୍ତୋଷ ରହିଛି ବୋଲି କହିଛନ୍ତି।

Advertisment

ଜାବେଦ କହିଛନ୍ତି, ‘ଆମେ ପରସ୍ପରକୁ ଦୋଷ ଦେବା ଉଚିତ୍ ନୁହେଁ । କିଛି ହାସଲ ହେବ ନାହିଁ। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଏହାକୁ ସଂଶୋଧନ କରାଯିବା ଉଚିତ୍। ଆମେ ମୁମ୍ବାଇବାସୀ। ଆମ ଉପରେ ଓ ଆମ ସହର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣକାରୀମାନେ ନରୱେ କିମ୍ବା ଇଜିପ୍ଟରୁ ଆସି ନାହାଁନ୍ତି । ସେହି ଲୋକ ଏବେବି ଆପଣଙ୍କ ଦେଶରେ ଖୋଲାଖୋଲି ଭାବେ ବୁଲୁଛନ୍ତି। ତେଣୁ, ଯଦି ଏହି ଅଭିଯୋଗ ଜଣେ ଭାରତୀୟଙ୍କ ହୃଦୟରେ ଅଛି, ତେବେ ଆପଣ ଖରାପ ଭାବିବା ଅନୁଚିତ।’

ଜାବେଦ ଆହୁରି କହିଛନ୍ତି, ‘ପାକିସ୍ତାନରେ ଭାରତୀୟ କଳାକାରଙ୍କୁ ସେହି ଭଳି ସମ୍ମାନ ମିଳୁନି, ଯେଉଁଭଳି ସମ୍ମାନ ଭାରତ ପାକିସ୍ତାନୀ କଳାକରଙ୍କୁ ଦେଇଛି। ଯେତେବେଳେ ପକିସ୍ତାନୀ ଲିଜେଣ୍ଟ୍ରି ଶାଏର୍ ଫୈଜ ଅହମ୍ମଦ ଫୈଜ ସାହବ ଭରତ ଆସିଥିଲେ, ତାଙ୍କର ସ୍ୱାଗତ ଜଣେ ବଡ ବ୍ୟକ୍ତିତ୍ୱ ରୂପେ କରାଯାଇଥିଲା। ଏହାକୁ ସବୁଠି ପ୍ରାସରିତ ମଧ୍ୟ କରାଯାଇଥିଲା। ଆମେ ନୁସରତ ଫତେହ ଅଲି ଖାନ୍ ଓ ମେହନ୍ଦୀ ହସନଙ୍କ ବଡ ବଡ କନସର୍ଟ କରାଇଲୁ । କିନ୍ତୁ ଆପଣ(ପାକିସ୍ତାନ) କେବେ ବି  ଲତା ମଙ୍ଗେସକରଙ୍କ ପାଇଁ କୌ ଣସି କାର‌୍ୟ୍ୟ କରିନାହାଁନ୍ତି।’

ପାକିସ୍ତାନରେ ଥାଇ ପାକିସ୍ତାନୀଙ୍କୁ ଏଭଳି ଆଇନା ଦେଖାଇଥିବା ଜାବେଦଙ୍କ ଏହି ମନ୍ତବ୍ୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚାରିଆଡେ ତାଙ୍କ ପ୍ରଶାଂସା କରାଯାଉଛି। କିଛି ୟୁଜର୍ସ ଜାବେଦଙ୍କ ଏହି ବୟାନକୁ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କହିଛନ୍ତି। 

ସେହିପରି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଜାବେଦ ଅଖତରଙ୍କ ପ୍ରଶଂସା ନକରି ରହିପାରି ନାହାନ୍ତି । ଜାବେଦଙ୍କ ବିରୋଧରେ ସର୍ବଦା କଡା ମନ୍ତବ୍ୟ ଦେଉଥିବା କଙ୍ଗନା ଖୋଦ୍ ତାଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ୍ କରି କହିଛନ୍ତି, ‘ପାକିସ୍ତାନୀଙ୍କୁ ତାଙ୍କ ଘରେ ପଶି ମାରିଛନ୍ତି ଜାବେଦ ।’ 

କଙ୍ଗନା ରାଣାୱତ ଜାବେଦ ଅଖତରଙ୍କୁ ଏଭଳି ପ୍ରଶଂସା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଗତ କିଛି ବର୍ଷ ଧରି ଜାବେଦ ଅଖତର ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କଙ୍ଗନା ଯେପରି ଭାବେ ଜାବେଦ ଅଖତରଙ୍କ ସହ ଥିବା ତାଙ୍କ ବିବାଦ ଏବଂ ଅଭିଯୋଗକୁ ଭୁଲି ତାଙ୍କୁ ପ୍ରଶଂସା କରିଛନ୍ତି, ତାହା ସମସ୍ତଙ୍କୁ ଖୁସି କରାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe