Advertisment

କଙ୍ଗନାଙ୍କୁ ଜବାବ ଦେଲେ ଜାବେଦ୍‌ ଅଖତର୍‌

ମୁମ୍ୱାଇ: ବଲିଉଡ୍‌ରେ ଏବେ ଫିଲ୍ମ ନୁହେଁ, ନେପୋଟିଜିମ୍‌ ବା ଆଉଟ୍‌ସାଇଡର୍‌ ଓ ଇନସାଇଡରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଚର୍ଚ୍ଚାର ମୁଖ୍ୟରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍‌। କଙ୍ଗନା ଲଗାତାର ସମସ୍ତ ବଡ଼ ଅଭିନେତା, ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ନେପୋଟିଜିନ୍‌ର ଆବାହକ ବୋଲି ଦାବି କରିଆସୁଛନ୍ତି। ଏସବୁ ମଧ୍ୟରେ ସେ ଲୋକପ୍ରିୟ ଅଭିନେତା ଜାବେଦ୍‌ ଅଖତର୍‌ଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। କଙ୍ଗନାଙ୍କୁ ଜବାବ ଦେବା ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ଜାବେଦ୍‌। ଇଣ୍ଡିଆ ଟୁଡେକୁ […]

ଅଦ୍ୟତନ ହୋଇଛି
କଙ୍ଗନାଙ୍କୁ ଜବାବ ଦେଲେ ଜାବେଦ୍‌ ଅଖତର୍‌

kangana

Advertisment

ମୁମ୍ୱାଇ: ବଲିଉଡ୍‌ରେ ଏବେ ଫିଲ୍ମ ନୁହେଁ, ନେପୋଟିଜିମ୍‌ ବା ଆଉଟ୍‌ସାଇଡର୍‌ ଓ ଇନସାଇଡରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଚର୍ଚ୍ଚାର ମୁଖ୍ୟରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍‌। କଙ୍ଗନା ଲଗାତାର ସମସ୍ତ ବଡ଼ ଅଭିନେତା, ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ନେପୋଟିଜିନ୍‌ର ଆବାହକ ବୋଲି ଦାବି କରିଆସୁଛନ୍ତି। ଏସବୁ ମଧ୍ୟରେ ସେ ଲୋକପ୍ରିୟ ଅଭିନେତା ଜାବେଦ୍‌ ଅଖତର୍‌ଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି।

Advertisment

କଙ୍ଗନାଙ୍କୁ ଜବାବ ଦେବା ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ଜାବେଦ୍‌। ଇଣ୍ଡିଆ ଟୁଡେକୁ ଇଣ୍ଟରଭ୍ୟୁ ଦେଇ ସେ କଙ୍ଗନାଙ୍କ ବିରୋଧରେ ନୁହେଁ, ସପକ୍ଷରେ ମତ ରଖିଛନ୍ତି। କଙ୍ଗନାଙ୍କୁ ପ୍ରଶଂସା କରି ସେ କହିଛନ୍ତି, କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରୀରେ ରହିବା ଏହି କଥାର ପ୍ରମାଣ ଦେଉଛି ଯେ ଦକ୍ଷତା କେବେ ନଷ୍ଟ ହୁଏନାହିଁ। କଙ୍ଗନା ଜଣେ ଭଲ କଳାକାର। କଠୋର ପରିଶ୍ରମ ପାଇଁ ସେ ଆଜି ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି। ଏହା ବି ସତ ସେ ଜଣେ ଆଉଟ୍‌ସାଇଡର୍‌। ଇଣ୍ଡଷ୍ଟ୍ରୀକୁ ଆସୁଥିବା ସମସ୍ତ ଆଉଟ୍‌ ସାଇଡର୍‌ଙ୍କର ଜାବେଦ୍‌ ପ୍ରଶଂସା ମଧ୍ୟ କରିଛନ୍ତି।

ଏତିକି ନୁହେଁ, ନେପୋଟିଜିମ୍‌କୁ ନେଇ ଜାବେଦ୍‌ କହିଛନ୍ତି, ଜଣେ ବାପା ତା’ ପୁଅକୁ ସାହାଯ୍ୟ କରିବା କିଛି ଭୁଲ୍‌ ନୁହେଁ। ଯଦି ଏହାକୁ ନେପୋଟିଜିମ୍‌ କୁହାଯିବ, ତେବେ ଦେଶର ସମସ୍ତ ଇଣ୍ଟଷ୍ଟ୍ରିଆଲିଷ୍ଟ କ’ଣ ଜଣେ ଜଣେ ନେପୋଟିଷ୍ଟ କି ?

Advertisment

ସେହିପରି ଷ୍ଟାର୍‌ କଲଚର୍‌କୁ ଜାବେଦ୍‌ଙ୍କ ପୁଅ ଫରହାର୍‌ ଅଖତର୍‌ କହିଛନ୍ତି, ଏବେ ଇଣ୍ଡଷ୍ଟ୍ରୀରେ ସବୁଠାରୁ ଅଧିକ କଣ୍ଟେର୍‌ କ୍ରିଏଟ୍‌ କରାଯାଉଛି ଏବଂ ନୂଆ ଟାଲେଣ୍ଟଙ୍କୁ ସୁଯୋଗ ମଧ୍ୟ ମିଳୁଛି। ସ୍ପଷ୍ଟ କହିବାକୁ ଗଲେ ଷ୍ଟାର୍‌ କଲଚର୍‌ର ବର୍ତ୍ତମାନ କୌଣସି ଗୁରୁତ୍ୱ ବହନ କରୁନାହିଁ।

ଜାବେଦ୍‌ ଅଖତର୍‌ ନେପୋଟିଜିମ୍‌ଙ୍କୁ ନେଇ କଙ୍ଗନାଙ୍କର ପ୍ରଶଂସା କରିଥିଲେ ମଧ୍ୟ ତାଙ୍କ ଝିଅ ଜୋୟା ଅଖତର୍‌ ତାଙ୍କୁ ବିରୋଧ କରିଛନ୍ତି। ସେ କହିଛନ୍ତି, କଙ୍ଗନା ଆୱାର୍ଡ ଶୋ’କୁ ବଏକଟ୍‌ କରିବାକୁ କହୁଥିବା ବେଳେ ‘ଗଲି ବଏ’କୁ ଆୱାର୍ଡ କାହିଁକି ମିଳିଲା ବୋଲି କହୁଛନ୍ତି। ଆୱାର୍ଡ ଶୋ’କୁ ଯାଉନଥିବା କଙ୍ଗନା ଆୱାର୍ଡ ଶୋ’ ବିଷୟରେ କଥା ହେବା ପାଇଁ ପସନ୍ଦ କିପରି କରୁଛନ୍ତି। ଏବେ କେବଳ ଜୋୟାଙ୍କର ଏହି ଅଭିଯୋଗରୁ ନେଇ କଙ୍ଗନା ପ୍ରତିକ୍ରିୟାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe