Advertisment

ହିନ୍ଦୁ ସଂପ୍ରଦାୟକୁ ସହିଷ୍ଣୁ କହି ପ୍ରଶଂସାରେ ପୋତି ପକାଇଲେ ଜାଭେଦ ଅଖତର

ବର୍ତ୍ତମାନ ସମାଜରେ ଅସହିଷ୍ଣୁତା ବଢ଼ିବାରେ ଲାଗିଥିବାରୁ ଜାଭେଦ ଅଖତର ଚିନ୍ତା ପ୍ରକଟ କରିଛନ୍ତି।

author-image
Hemant Lenka
Mumbai

Mumbai

ଭେଟରାନ କବି ତଥା ବଲିଉଡର ଲୋକପ୍ରିୟ ଗୀତିକାର ଜାଭେଦ ଅଖତର ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ସହିଷ୍ଣୁ କହି ପ୍ରଶଂସାରେ ପୋତି ପକାଇଛନ୍ତି। ହିନ୍ଦୁ ସଂସ୍କୃତି ଓ ପରମ୍ପରା ପାଇଁ ଭାରତରେ ଗଣତନ୍ତ୍ର ରହିଛି ବୋଲି ମଧ୍ୟ ସେ କହିଛନ୍ତି।

Advertisment

ବର୍ତ୍ତମାନ ସମାଜରେ ଅସହିଷ୍ଣୁତା ବଢ଼ିବାରେ ଲାଗିଥିବାରୁ ଜାଭେଦ ଅଖତର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, “ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଅସହିଷ୍ଣୁ। ହିନ୍ଦୁମାନେ ସେମିତି ନୁହନ୍ତି। ସେମାନଙ୍କ ପାଖରେ ମହାନ ଗୁଣ ରହିଛି। ସେମାନେ ଉଦାର ଓ ସେମାନଙ୍କ ହୃଦୟ ବେଶ ବିଶାଳ। ଦୟା କରି ଏହାକୁ ପରିତ୍ୟାଗ କରନ୍ତୁ ନାହିଁ। ନଚେତ ଆପଣମାନେ ମଧ୍ୟ ଅନ୍ୟମାନଙ୍କ ଭଳି ହୋଇଯିବେ।”

ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ଆୟୋଜିତ ଦୀପତ୍ସୋବରେ ଯୋଗଦେଇ ଜାଭେଦ ଏକଥା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ ଠାକରେ ମଧ୍ୟ ଉପସ୍ଥିତ ରହିଥିଲେ। ଜାଭେଦ ଅଖତର ଆହୁରି କହିଛନ୍ତି, “କେମିତି ଆମ ଜୀବନଶୈଳୀକୁ ଆଗକୁ ନେବାକୁ ହେବ, ସେକଥା ଆମେ ହିନ୍ଦୁଙ୍କ ଠାରୁ ଶିଖିଛୁ। କ’ଣ ଆମେ ଏହାକୁ ଛାଡ଼ି ପାରିବୁ?”

Advertisment

ପ୍ରଖ୍ୟାତ ସ୍କ୍ରିପ୍ଲେ ଲେଖକ ସଲିମ ଖାନ ମଧ୍ୟ ଏପରି ବୟାନ ଦେବା ବେଳେ ଜାଭେଦ ଅଖତରଙ୍କ ପାଖରେ ବସିଥିଲେ। ଅଭିନେତା ତଥା ଫିଲ୍ମ ନିର୍ମାତା ରିତେଶ ଦେଶମୁଖ ବି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଭଗବାନ ରାମ ଓ ମା’ ସୀତାଙ୍କ ମାଟିରେ ଜନ୍ମ ଗ୍ରହଣ କରିଥିବାରୁ ଜାଭେଦ ଅଖତର ଗର୍ବ ଅନୁଭବ କରୁଥିବା କହିଛନ୍ତି। ସେ ସବୁବେଳେ ଭଗବାନ ରାମ ଓ ମା’ ସୀତାଙ୍କୁ ଦେଶର ସମ୍ପତ୍ତି ଭାବେ ବିବେଚନା କରନ୍ତି।

ସେ ଜୟ ସିୟାରାମ ନାରା ଦେଇ କହିଛନ୍ତି ଯେ “ରାମାୟଣ ହେଉଛି ଆମ ଐତିହ୍ୟ ସଂସ୍କୃତି। ଏହା ହିନ୍ଦୁ ସଂସ୍କୃତି। ଏହା ସଭ୍ୟତା। ଏହା ଆମକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚୟ ଦେଇଛି। ଏହି କାରଣ ପାଇଁ ଦେଶରେ ଗଣତନ୍ତ୍ର ରହିଛି। ଆମେ ଠିକ ଓ ଅନ୍ୟମାନେ ଭୁଲ ବୋଲି ଭାବିବା ହିନ୍ଦୁମାନଙ୍କ କାମ ନୁହେଁ। ଯେଉଁମାନେ ଏପରି ଆପଣମାନଙ୍କୁ ଶିଖାନ୍ତି, ସେମାନେ ଭୁଲ।”

Mumbai Bollywood Javed Akhtar