ସେଲ୍ଫି ନେବା ବେଳେ ରାଗିଗଲେ ଜୟା ବଚ୍ଚନ

ମୁମ୍ବାଇ: ପୁଣି ଆଙ୍ଗ୍ରି ଲେଡି ଲୁକ୍‌ରେ ମିସେସ୍‌ ବଚ୍ଚନ। ନାଲିଆଖି ଦେଖାଇଲେ ଜୟା ବଚ୍ଚନ। ପୁଣି ଥରେ ଫ୍ୟାନ୍‌ମାନଙ୍କ ଉପରେ ଭଡକିଗଲେ। ସମସ୍ତଙ୍କ ଆଗରେ ଗାଳି ଦେଲେ। ଜୟ ବଚ୍ଚନଙ୍କ ଆଙ୍ଗ୍ରି ଲୁକ୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୁଧବାର ଦିନ ଜୟା ବଚ୍ଚନ ପୁଅ ଅଭିଷେକ ବଚ୍ଚନ ସହ ଭୋପାଲ ଯାଇଥିଲେ। ଦୁହେଁ ନ୍ୟୁ ମାର୍କେଟ୍‌ ସ୍ଥିତ କାଲିବାଡିରେ ପୂଜାର୍ଚ୍ଚନା କରିଥିଲେ। ତେବେ ସେଠାରେ ଥିବା ଲୋକେ ଜୟା ଓ ଅଭିଷେକଙ୍କୁ […]

Jaya Bachchan

Jaya Bachchan

Madhupriya Mistry
  • Published: Wednesday, 05 October 2022
  • Updated: 05 October 2022, 05:34 PM IST

Sports

Latest News

ମୁମ୍ବାଇ: ପୁଣି ଆଙ୍ଗ୍ରି ଲେଡି ଲୁକ୍‌ରେ ମିସେସ୍‌ ବଚ୍ଚନ। ନାଲିଆଖି ଦେଖାଇଲେ ଜୟା ବଚ୍ଚନ। ପୁଣି ଥରେ ଫ୍ୟାନ୍‌ମାନଙ୍କ ଉପରେ ଭଡକିଗଲେ। ସମସ୍ତଙ୍କ ଆଗରେ ଗାଳି ଦେଲେ। ଜୟ ବଚ୍ଚନଙ୍କ ଆଙ୍ଗ୍ରି ଲୁକ୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବୁଧବାର ଦିନ ଜୟା ବଚ୍ଚନ ପୁଅ ଅଭିଷେକ ବଚ୍ଚନ ସହ ଭୋପାଲ ଯାଇଥିଲେ। ଦୁହେଁ ନ୍ୟୁ ମାର୍କେଟ୍‌ ସ୍ଥିତ କାଲିବାଡିରେ ପୂଜାର୍ଚ୍ଚନା କରିଥିଲେ। ତେବେ ସେଠାରେ ଥିବା ଲୋକେ ଜୟା ଓ ଅଭିଷେକଙ୍କୁ ଦେଖି ଉତ୍ସାହିତ ହୋଇଯାଇଥିଲେ। ସମସ୍ତେ ଜୟା ଓ ଅଭିଷେକଙ୍କୁ ଦେଖା କରିବାକୁ ତାଙ୍କ ନିକଟକୁ ଆସିଥିଲେ। ଆଉ ସାଙ୍ଗରେ ସେଲ୍ଫି ଉଠାଇବାକୁ ଲାଗିଥିଲେ। ବାସ୍‌ ଏହା ଦେଖି ବଦଳି ଯାଇଥିଲା ଜୟା ବଚ୍ଚନଙ୍କ ମୁଡ୍‌।

ଫ୍ୟାନ୍‌ମାନଙ୍କୁ ସେଲ୍ଫି ଉଠାଉଥିବା ଦେଖି ସେ ରାଗି ଯାଇଥିଲେ। ଏହାପରେ ସେ ଫ୍ୟାନ୍‌ମାନଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ। ଆଖି ଉପରେ ଲାଇଟ୍‌ ପଡୁଛି। ଆପଣମାନେ କ'ଣ କରୁଛନ୍ତି। ଆପଣମାନଙ୍କୁ ଲାଜ ମାଡୁନି କି? ଏଭଳି କିଛି କହି ସମସ୍ତଙ୍କ ଆଗରେ ଗାଳି ଦେବାକୁ ପଛାଇ ନଥିଲେ ଜୟା। ଜୟାଙ୍କ ଏହି ଆଙ୍ଗ୍ରି ଲୁକ୍‌ ଏବେ ସୋଶାଲ ମିଡିଆର ଚର୍ଚ୍ଚାର ବିଷୟ ପାଲିଟିଛି। ତାଙ୍କ ଭିଡିଓ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଥର ଜୟା ବଚ୍ଚନ ମିଡିଆ ଆଗରେ ନିଜ ଚଣ୍ଡି ରୂପ ଦେଖାଇ ସାରିଛନ୍ତି। ଫଟୋଗ୍ରାଫରଙ୍କ ଠାରୁ ଆରମ୍ଭ କରି ରିପୋର୍ଟର୍‌ ଆଉ ଫ୍ୟାନ୍‌ମାନଙ୍କୁ ସେ ଗାଳି ଦେଇସାରିଛନ୍ତି। ସେଲ୍ଫି ଉଠାଉଥିବା ଲୋକଙ୍କୁ ସେ ବିରୋଧ ମଧ୍ୟ କାରିସାରିଛନ୍ତି।

 

View this post on Instagram

 

A post shared by ETimes (@etimes)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos