Advertisment

ବିଗ୍‌ ବି'ଙ୍କ ଘରେ ପୁଣି ପଶିଲା କରୋନା

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଘରେ ପୁଣି ପଶିଲା କରୋନା। ସଂକ୍ରମିତ ହେଲେ ବିଗ୍‌ ବିଙ୍କ ପତ୍ନୀ ତଥା ଜୟା ବଚ୍ଚନ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ଆଇସୋଲେସନରେ ଅଛନ୍ତି। ୨୦୨୦ରେ ଜୟା ବଚ୍ଚନଙ୍କୁ ଛାଡି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଥିଲେ। ନିକଟରେ ଜୟା ବଚ୍ଚନ କରଣ ଜୋହରଙ୍କ ଅପ୍‌କମିଂ ଫିଲ୍ମ ‘ରକି ଔର ରାନୀ କି ପ୍ରେମ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବିଗ୍‌ ବି'ଙ୍କ ଘରେ ପୁଣି ପଶିଲା କରୋନା

Jaya and amitabh bachchan

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଘରେ ପୁଣି ପଶିଲା କରୋନା। ସଂକ୍ରମିତ ହେଲେ ବିଗ୍‌ ବିଙ୍କ ପତ୍ନୀ ତଥା ଜୟା ବଚ୍ଚନ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ଆଇସୋଲେସନରେ ଅଛନ୍ତି। ୨୦୨୦ରେ ଜୟା ବଚ୍ଚନଙ୍କୁ ଛାଡି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଥିଲେ।

Advertisment

ନିକଟରେ ଜୟା ବଚ୍ଚନ କରଣ ଜୋହରଙ୍କ ଅପ୍‌କମିଂ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'ର ଶୁଟିଂ ପାଇଁ ଯାଇଥିଲେ। ଏହି ଶୁଟିଂ ବେଳେ ଅଭିନେତ୍ରୀ ଶବନା ଆଜମୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଏବେ ଜୟା ବଚ୍ଚନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣ ଅଭିନେତ୍ରୀ ସଂକ୍ରମିତ ହେବା ପରେ ଫିଲ୍ମର ଶୁଟିଂ ପ୍ରଭାବିତ ହୋଇଛି।

Shabana Azmi Gets Nostalgic, Reveals She Took Up Acting Because Of Jaya Bachchan

ବଲିଉଡ ହଙ୍ଗାମାର ରିପୋର୍ଟ ମୁତାବକ, 'ରକି ଔର ରାନୀ କି ପ୍ରେମ କାହାନୀ'ର ଶୁଣିଂ ଶେଡ୍ୟୁଲ ଫେବ୍ରୁଆରୀ ୨ରୁ ଆରମ୍ଭ ହୋଇ ୧୪ ତାରିଖ ଯାଏଁ ଚାଲିଥା'ନ୍ତା। କିନ୍ତୁ ତା ପୂର୍ବରୁ ଦୁଇ ଅଭିନେତ୍ରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ଯୋଗୁଁ ଶୁଟିଂକୁ ଘୁଞ୍ଚାଇ ଦିଆଯାଇଛି।

Advertisment

ଏହି ଫିଲ୍ମରେ ଶବାନା ଆଜମୀ ଓ ଜୟା ବଚ୍ଚନଙ୍କ ସମେତ ବଲିଉଡର ହି'ମ୍ୟାନ ଧର୍ମେନ୍ଦ୍ର ମଧ୍ୟ ଅଛନ୍ତି। ଫିଲ୍ମର ଲିଡ୍‌ ରୋଲ୍‌ରେ ରଣବୀର ସିଂହ ଓ ଆଲିଆ ଭଟ୍ଟ ନଜର ଆସିବେ। ଗତ ବର୍ଷ କରଣ ଜୋହର ଏହି ଫିଲ୍ମ ତିଆରି କରିବା ନେଇ ଘୋଷଣା କରିଥିଲେ ଏବଂ ଏହି ଫିଲ୍ମ ଜରିଆରେ ସେ ଦୀର୍ଘ ବର୍ଷ ପରେ ପୁଣି ଥରେ ନିର୍ଦ୍ଦେଶନା ଭାର ସମ୍ଭାଳିବେ ବୋଲି କହିଥିଲେ।