Advertisment

ଜିଆଙ୍କ ମା’କୁ ମାରିଦେବେ ବୋଲି କହିଥିଲେ ମହେଶ ଭଟ୍ଟ

ମୁମ୍ବାଇ: ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରାବିଆ ଖାନ୍। ସେ କହିଛନ୍ତି, ଜିଆଙ୍କ ଅନ୍ତିମ କ୍ରିୟା ବେଳେ ମହେଶ ଭଟ୍ଟ ତାଙ୍କୁ ଚୁପ୍‌ ରହିବାକୁ ଧମକାଇ କହିଥିଲେ, ‘ଚୁପ୍‌ ହୋ ଯା, ନେହିଁ ତୋ ତୁଝେ ଭି ସୁଲା ଦେଙ୍ଗେ।’ ଏହି ସାକ୍ଷାତ୍‌କାରରେ ରାବିଆ ଖାନ ବଲିଉଡ୍‌ ମାଫିଆଙ୍କ କଥା ବି କହିଛନ୍ତି। ଜିଆଙ୍କ ହତ୍ୟା ଘଟଣାରେ […]

ଜିଆଙ୍କ ମା’କୁ ମାରିଦେବେ ବୋଲି କହିଥିଲେ ମହେଶ ଭଟ୍ଟ

jiaaa

Advertisment

ମୁମ୍ବାଇ: ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରାବିଆ ଖାନ୍।
ସେ କହିଛନ୍ତି, ଜିଆଙ୍କ ଅନ୍ତିମ କ୍ରିୟା ବେଳେ ମହେଶ ଭଟ୍ଟ ତାଙ୍କୁ ଚୁପ୍‌ ରହିବାକୁ ଧମକାଇ କହିଥିଲେ, ‘ଚୁପ୍‌ ହୋ ଯା, ନେହିଁ ତୋ ତୁଝେ ଭି ସୁଲା ଦେଙ୍ଗେ।’

Advertisment

ଏହି ସାକ୍ଷାତ୍‌କାରରେ ରାବିଆ ଖାନ ବଲିଉଡ୍‌ ମାଫିଆଙ୍କ କଥା ବି କହିଛନ୍ତି। ଜିଆଙ୍କ ହତ୍ୟା ଘଟଣାରେ କିଭଳି ବଲିଉଡ୍‌ ମାଫିଆମାନେ ପାୱାର ଓ ପଇସା ବଳରେ ସୁରଜ ପଞ୍ଚୋଲିଙ୍କୁ ସାହାଯ୍ୟ କଲେ ସେ କଥା ଗଣମାଧ୍ୟମରେ ବଖାଣିଛନ୍ତି ରାବିଆ।

ଜିଆ ଖାନଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନ ଥିଲା- ଜିଆ ପୂର୍ବରୁ ମାନସିକ ଚାପରେ ଥିଲେ ବୋଲି କୁହାଯାଇଥିଲା। ଆପଣ ଏ ବିଷୟରେ କ'ଣ କହିବେ?

Advertisment

ଏହାର ଉତ୍ତର ଦେଇ ରାବିଆ କହିଥିଲେ, ‘କେବଳ ମହେଶ ଭଟ୍ଟଙ୍କୁ ଛାଡ଼ି ଏ କଥା ଆଉ କିଏ କହିଥିଲା ? ମୋ ଝିଅ ଅନ୍ତିମ କ୍ରିୟାରେ ମହେଶ ଭଟ୍ଟ ମୋ ପାଖକୁ ଆସିଥିଲେ। ଜିଆ ମାନସିକ ଚାପରେ ଥିଲା ବୋଲି କହିଥିଲେ। କିନ୍ତୁ ମୁଁ ତାଙ୍କୁ ଜବାବ ଦେଇ କହିଥିଲି, ‘ଏକ୍ସକ୍ୟୁଜ୍‌ ମି ସାର୍, ମୋ ଝିଅ ଚାପରେ ନଥିଲା।’ ଏହାପରେ ସେ ମୋତେ କହିଥିଲେ, ଚୁପ୍ ହେଇଯାଅ ନହେଲେ ତୁମକୁ ବି ଇଞ୍ଜେକ୍ସନ ଦେଇ ସୁଆଇ ଦେବୁ।

ସେହିଭଳି ସୁଶାନ୍ତ ରାଜପୁତଙ୍କ ମାନସିକ ଅବସ୍ଥାରେ ମହେଶ ଭଟ୍ଟଙ୍କ ପ୍ରତିକ୍ରିୟା ବିଷୟରେ ତାଙ୍କୁ ପ୍ରଶ୍ନ ପଚାରିବାରୁ ରାବିଆ କହିଥିଲେ, ‘ମହେଶ ଭଟ୍ଟ ହେଉଛନ୍ତି ବଲିଉଡ୍‌ ମାଫିଆଙ୍କର ମୁଖ୍ୟ। ସେ କିଛି ଜାଣନ୍ତିନି। ଯେତେବେଳେ ମୋ ଝିଅ ମାତ୍ର ୧୬ ବର୍ଷ ବୟସରେ ତାଙ୍କ ପାଇଁ ଫିଲ୍ମରେ କାମ କରୁଥିଲା, ସେତେବେଳେ ସେ ମୋତେ ମୋ ଝିଅକୁ ଅଲଗା ଛାଡ଼ି ଦେବାକୁ କହିଥିଲେ। କିନ୍ତୁ ମୁଁ ତାକୁ କେମିତି ଏକା ଛାଡ଼ି ଦେଇଥାନ୍ତି ? ମୁଁ ସବୁବେଳେ ନ୍ୟାୟ ପାଇଁ ସ୍ୱର ଉଠାଇବି, ସାରା ବିଶ୍ୱକୁ ସେମାନଙ୍କ ଅସଲ ପରିଚୟ କହିବି।

୨୦୧୩ ରେ ମୁମ୍ବାଇସ୍ଥିତ ଜିଆଙ୍କ ବାସ ଭବନରେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାରେ ତାଙ୍କ ପରିବାର ଜିଆଙ୍କ ବୟଫ୍ରେଣ୍ଡ ସୁରଜ ପଞ୍ଚୋଲିଙ୍କୁ ଦାୟୀ କରିଥିଲେ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe