Advertisment

'ଜିଗରା' ଟ୍ରେଲର ରିଲିଜ୍, ଆକ୍ସନ ମୁଡରେ ଆଲିଆ ଭଟ୍ଟ

ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନାଙ୍କ ଅଭିନୀତ ଜିଗରା ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି।

author-image
Debibandita Barick
Jigra Poster

Jigra Poster

ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନାଙ୍କ ଅଭିନୀତ ଜିଗରା ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଅନାବିଳ ପ୍ରେମକୁ ସିନେମାରେ ଦର୍ଶାଯାଇଛି। ଆଲିଆ ଭଟ୍ଟ ସିନେମାରେ ବେଦାଙ୍ଗଙ୍କ ବଡ଼ ଭଉଣୀ ଭୂମିକା ନିଭାଇଛନ୍ତି। 

Advertisment

ଦଶହରା ଅବସରରେ ଅର୍ଥାତ୍ ଆସନ୍ତା ଅକ୍ଟୋବରରେ ପରଦାକୁ ଆସିବ ଜିଗରା। ଆଜି ଏହାର 3 ମିନିଟ୍ ଏକ ସେକେଣ୍ଡର ଏକ ଟ୍ରେଲର୍ ରିଲିଜ୍ ହୋଇଛି। ଯେଉଁଥିରେ ଫିଲ୍ମର ବିଷୟବସ୍ତୁ ଅଳ୍ପ-ବହୁତେ ଜଣାପଡୁ ଥିବାବେଳେ ଏହାକୁ ଜବରଦସ୍ତ ଭ୍ୟୁଉଜ ମିଳିଛି। 

ଟ୍ରେଲର୍ ରିଲିଜ୍ ହେବାର 3 ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ 11 ଲକ୍ଷରୁ ଅଧିକ ଲୋକେ ଦେଖି ସାରିଥିଲେ। ଟ୍ରେଲରରେ ଆଲିଆ ଭଟ୍ଟ ତାଙ୍କ ଭାଇଙ୍କୁ ଏକ ବିପଦରୁ ରକ୍ଷା କରିବା ପାଇଁ କିପରି ସଙ୍ଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି।  

Advertisment

ବାସନ୍ ବାଲା ସିନେମାର ନିର୍ଦ୍ଦେଶନା ଦେଇ ଥିବାବେଳେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ରିଲିଜ୍ ହେବ। ଆଲିଆ ଭଟ୍ଟ ମଧ୍ୟ ସହପ୍ରଯୋଜକ ଅଛନ୍ତି। 

Alia Bhatt Jigra Jigra Release