Advertisment

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଜମ ବା ପ୍ରିୟାପ୍ରୀତି ତୋଷଣକୁ ନେଇ ବାଦବିବାଦ ଦେଖାଯାଇଛି। ଇଣ୍ଡଷ୍ଟ୍ରୀରେ ସବୁ ଷ୍ଟାର କିଡଙ୍କୁ ସମାନ ସୁଯୋଗ ମିଳିନଥାଏ ବୋଲି କାମେଡିଆନ ଜନି ଲିଭରଙ୍କ ଝିଅ ଜେମି ଲିଭର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ସବୁ ଷ୍ଟାର କିଡଙ୍କୁ ଇଣ୍ଡଷ୍ଟ୍ରୀ ଏକାପରି ବ୍ୟବହାର କରି ନଥାଏ। ଏକ ଇଣ୍ଟରଭ୍ୟୁରେ ଜେମି କହିଛନ୍ତି,  ‘ମୁଁ ନିଜ ଅଭିନୟ ଯାତ୍ରା ବିଷୟରେ କହୁଛି। ଷ୍ଟାର କିଡ ହୋଇଥିଲେ ବି […]

ଅଦ୍ୟତନ ହୋଇଛି
‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

jemi

Advertisment

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଜମ ବା ପ୍ରିୟାପ୍ରୀତି ତୋଷଣକୁ ନେଇ ବାଦବିବାଦ ଦେଖାଯାଇଛି। ଇଣ୍ଡଷ୍ଟ୍ରୀରେ ସବୁ ଷ୍ଟାର କିଡଙ୍କୁ ସମାନ ସୁଯୋଗ ମିଳିନଥାଏ ବୋଲି କାମେଡିଆନ ଜନି ଲିଭରଙ୍କ ଝିଅ ଜେମି ଲିଭର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ସବୁ ଷ୍ଟାର କିଡଙ୍କୁ ଇଣ୍ଡଷ୍ଟ୍ରୀ ଏକାପରି ବ୍ୟବହାର କରି ନଥାଏ।

Advertisment

ଏକ ଇଣ୍ଟରଭ୍ୟୁରେ ଜେମି କହିଛନ୍ତି,  'ମୁଁ ନିଜ ଅଭିନୟ ଯାତ୍ରା ବିଷୟରେ କହୁଛି। ଷ୍ଟାର କିଡ ହୋଇଥିଲେ ବି ମୁଁ ନିଜକୁ ଷ୍ଟାର କହିବାକୁ ପସନ୍ଦ କରେନାହିଁ। ନେପୋଟିଜିମ ସବୁ ଜାଗାରେ ଚଳେନାହିଁ। ଏମିତିକି ସବୁ ଷ୍ଟାର କିଡଙ୍କୁ ସମସ୍ତ ଫାଇଦା ମିଳିନଥାଏ। ମୋ ସଂଘର୍ଷର ଯାତ୍ରା ସମ୍ପୂର୍ଣ୍ଣ ଅଲଗା ଥିଲା। ଏଠି ପକ୍ଷପାତ ହୋଇଥାଏ, ନେପୋଟିଜିମ ନୁହେଁ।'

https://www.instagram.com/p/CAfG9E1Heog/?utm_source=ig_web_copy_link

ଜେମି ଆହୁରି ମଧ୍ୟ କହିଛନ୍ତି, ଯିଏ ଯାହାର ପ୍ରିୟ ଏଠି ସେମାନେ ଅଭିନୟ କରନ୍ତି। ଇଣ୍ଡଷ୍ଟ୍ରୀରେ ଗୋଟିଏ ଗ୍ରୁପ ରହିଛି ଯିଏ ନିଜ ସାଙ୍ଗର ଛୁଆଙ୍କୁ ସପୋର୍ଟ କରିଥାନ୍ତି। ମୋ ବାପା ଇଣ୍ଡଷ୍ଟ୍ରୀରେ କାମ କରିବା ପରେ ଏବେ ଅସଲ ଜୀବନକୁ ଫେରି ଆସିଛନ୍ତି। ଏବେ ସେ ପରିବାର ସାଙ୍ଗସାଥୀଙ୍କ ଭିତରେ ଆଧ୍ୟାତ୍ମିକତାର ଜୀବନ କାଟୁଛନ୍ତି। ଆମେ କୌଣସି ପାର୍ଟି କିମ୍ବା ଗ୍ରୁପରେ ଭାଗ ନେଉନାହୁଁ। ଅସଲ ଜୀବନରେ ମୋ ବାପା ଫିଲ୍ମି ନୁହଁନ୍ତି। ମୋ ମା ବି ସାଧାରଣ ବ୍ୟାକଗ୍ରାଉଣ୍ଡରୁ ଆସିଛନ୍ତି।

Advertisment

https://www.instagram.com/p/BtDMTphhLVQ/?utm_source=ig_web_copy_link

କେବଳ ଏତିକି ନୁହେଁ, ଜେମି କୌଣସି ଅଡିସନକୁ ଯିବା ସମୟରେ ନିଜ ବାପାଙ୍କ ନାମ ବ୍ୟବହାର କରନ୍ତି ନାହିଁ। ଜନି ଲିଭର ମଧ୍ୟ ନିଜ ଝିଅର କ୍ୟାରିଅରକୁ ସେଟ କରିବା ପାଇଁ କେବେ କାହାକୁ ଫୋନ କରିନାହାନ୍ତି।

ସୂଚନାଯୋଗ୍ୟ, ବଲିଉଡ କମେଡିଆନ ଜନି ଲିଭରଙ୍କ ଝିଅ ଜେମି ଲିଭର ଜଣେ ଷ୍ଟାଣ୍ଡଅପ କାମେଡିଆନ ଏବଂ ଜଣେ ଭଲ ମିମିକ୍ରି ଆର୍ଟିଷ୍ଟ ଭାବରେ କାମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe