Advertisment

ଅଭିନେତା ଜୁନିୟର ମହମୁଦଙ୍କୁ କ୍ୟାନସର

10/11 ବର୍ଷ ବୟସରୁ ସେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ।

Junior Mehmood

Junior Mehmood

Advertisment

ଅଭିନେତା ଜୁନିଅର ମହମୁଦ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ପ୍ରକୃତ ନାଁ ନଇମ ସୟିଦ। ତେବେ ଜୁନିୟର ମହମୁଦ ନାଁରେ ସେ ପ୍ରସିଦ୍ଧ। ତାଙ୍କୁ ଏହି ନାଁ ଦେଇଥିଲେ ବଲିଉଡ୍‌ର ବିଗତ ଦିନର ପ୍ରସିଦ୍ଧ ଅଭିନେତା ମହମୁଦ ଅଲୀ।

Advertisment

ଜୁନିୟର ମହମୁଦଙ୍କ ବନ୍ଧୁ ସଲାମ କାଜି କହିଛନ୍ତି, ସେ (ଜୁନିୟର ମହମୁଦ) 2 ମାସ ଧରି ଅସୁସ୍ଥ ଥିଲେ। ସେତେବେଳେ ସମସ୍ତେ ଭାବିଥିଲେ କିଛି ଛୋଟ ସମସ୍ୟା ହୋଇଥିବ। କିନ୍ତୁ ହଠାତ୍ ତାଙ୍କ ଓଜନ ହ୍ରାସ ପାଇବାକୁ ଲାଗିଲା। ଏହା ପରେ ପରୀକ୍ଷା କରିବାରୁ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଲା। ତାଙ୍କ ଲିଭର, ଫୁସଫୁସ ସହିତ ପୂରା ଶରୀରକୁ କ୍ୟାନସର ବ୍ୟାପୀ ସାରିଛି। ତାଙ୍କ ପେଟରେ ଏକ ଟ୍ୟୁମର ହୋଇଛି। ସେ ଜଣ୍ଡିସରେ ବି ପୀଡ଼ିତ ଅଛନ୍ତି। ସେ ଏବେ କ୍ୟାନସରର ଚତୁର୍ଥ ସ୍ତରରେ ଅଛନ୍ତି।

ବଲିଉଡ୍‌ର ପ୍ରସିଦ୍ଧ ହାସ୍ୟ ଅଭିନେତା ଜନି ଲିଭର ନିକଟରେ ଜୁନିୟର ମହମୁଦଙ୍କୁ ଭେଟିବାକୁ ଯାଇଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।

Advertisment

ସଲାମ କାଜି କହିଛନ୍ତି ଜୁନିୟର ମହମୁଦଙ୍କୁ ସାହାଯ୍ୟ କରିବା ପାଇଁ ଜନି ଲିଭର ଯାଇଥିଲେ। ତେବେ ଜୁନିୟର ମହମୁଦଙ୍କ ଆର୍ଥିକ ଅବସ୍ଥା ବେଶ୍ ସ୍ବଚ୍ଛଳ। ଜୁନିୟର ମହମୁଦଙ୍କ ପିଲାମାନେ ତାଙ୍କୁ କହିଥିଲେ ଯେ ଟଙ୍କାପଇସା ନେଇ ସେମାନଙ୍କର କିଛି ଚିନ୍ତା ନାହିଁ। ତଥାପି ଆବଶ୍ୟକ ହେଲେ ତାଙ୍କୁ ଫୋନ କରିବାକୁ ଜନି ଲିଭର ସେମାନଙ୍କୁ କହିଛନ୍ତି।

ଜୁନିୟର ମହମୁଦ 7ଟି ଭିନ୍ନ ଭିନ୍ନ ଭାଷାରେ 250ରୁ ଅଧିକ ଫିଲ୍ମ କରିଛନ୍ତି। ସେ 10/11 ବର୍ଷ ବୟସରୁ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ସେ 6ଟି ମରାଠୀ ଫିଲ୍ମ ନିର୍ମାଣ କରିଥିଲେ। ସେ ନିଜେ ସେଗୁଡ଼ିକର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ।

Junior Mehmood Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe