ସାମ୍ବାଦିକଙ୍କୁ ଜୁନିଅର୍ ଏନ୍‌ଟିଆର୍‌ଙ୍କ ସ୍ପେଶାଲ ଗିଫ୍ଟ

ଲସ୍‌ଏଞ୍ଜଲିସ୍‌: ‘ଗୋଲ୍ଡେନ୍ ଗ୍ଲୋବସ୍‌-୨୦୨୩’ରେ ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ଆର୍‌ଆର୍‌ଆର୍‌ର ନାଟୁ ନାଟୁ ଗୀତ ବେଷ୍ଟ ଅରିଜନାଲ ସଙ୍ଗ ପାଇଁ ପୁରସ୍କାର ହାତେଇଛି। ଏଥିପାଇଁ ପିଲ୍ମର ପୂରା ଟିମ୍ ଆମେରିକାର ଲାସ୍ ଭେଗାସ୍‌ରେ ଅଛନ୍ତି। ଏଭଳି ସ୍ଥିତିରେ ଆର୍‌ଆର୍‌ଆର୍‌ର ଷ୍ଟାର୍‌ମାନେ ରିପୋର୍ଟରଙ୍କ ସହ କଥା ହୋଇଛନ୍ତି। କିନ୍ତୁ ଫିଲ୍ମ ଅଭିନେତା ଜୁନିଅର ଏନ୍‌ଟିଆର୍ ଏହି ସମୟରେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ପ୍ରଶ୍ନ ପଚାରୁଥିବା ରିପୋର୍ଟରଙ୍କୁ ଦେଇଛନ୍ତି ସ୍ପେଶାଲ ଗିଫ୍ଟ। […]

junior-ntr

Madhupriya Mistry
  • Published: Wednesday, 11 January 2023
  • , Updated: 11 January 2023, 09:43 AM IST

ଲସ୍‌ଏଞ୍ଜଲିସ୍‌: ‘ଗୋଲ୍ଡେନ୍ ଗ୍ଲୋବସ୍‌-୨୦୨୩’ରେ ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ଆର୍‌ଆର୍‌ଆର୍‌ର ନାଟୁ ନାଟୁ ଗୀତ ବେଷ୍ଟ ଅରିଜନାଲ ସଙ୍ଗ ପାଇଁ ପୁରସ୍କାର ହାତେଇଛି। ଏଥିପାଇଁ ପିଲ୍ମର ପୂରା ଟିମ୍ ଆମେରିକାର ଲାସ୍ ଭେଗାସ୍‌ରେ ଅଛନ୍ତି। ଏଭଳି ସ୍ଥିତିରେ ଆର୍‌ଆର୍‌ଆର୍‌ର ଷ୍ଟାର୍‌ମାନେ ରିପୋର୍ଟରଙ୍କ ସହ କଥା ହୋଇଛନ୍ତି। କିନ୍ତୁ ଫିଲ୍ମ ଅଭିନେତା ଜୁନିଅର ଏନ୍‌ଟିଆର୍ ଏହି ସମୟରେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ପ୍ରଶ୍ନ ପଚାରୁଥିବା ରିପୋର୍ଟରଙ୍କୁ ଦେଇଛନ୍ତି ସ୍ପେଶାଲ ଗିଫ୍ଟ। ଯହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଫିଲ୍ମ ଆର୍‌ଆର୍‌ଆର୍ ପୁରସ୍କାର ହାତେଇବା ପରେ ଜୁନିଅର୍ ଏନ୍‌ଟିଆର୍ ନିଜ ଫିଲ୍ମ ବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ଫିଲ୍ମ ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲୀଙ୍କ ଜୋରଦାର ପ୍ରଶଂସା କରିଛନ୍ତି। ଏହାପରେ ସେ ପ୍ରଶ୍ନ ପଚାରୁଥିବା ରିପୋର୍ଟରଙ୍କୁ ଆଜି ତୁମ ଜନ୍ମଦିନ କି ବୋଲି ପଚାରୁଛନ୍ତି। ଏହା ଶୁଣି ସାମ୍ବାଦିକ ହଁ କହିବା ପରେ ଜୁନିଅର୍ ଏନ୍‌ଟିଆର୍ ତାଙ୍କୁ ଏକ ସ୍ପେଶାଲ ଗିଫ୍ଟ ଦେଇଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜୁନିଅର୍ ଏନ୍‌ଟିଆର୍‌ଙ୍କୁ ଚାରିଆଡୁ ପ୍ରଶଂସା ମିଳିଛି।

https://twitter.com/sidkannan/status/1612982565371248641?s=20&t=KMNIJoP3lvgvMhoEh4ujNw

ଫିଲ୍ମର ପୂରା ଟିମ୍ ନିଜ ନିଜ ପତ୍ନୀ ଓ ପରିବାରଙ୍କ ସହ ଲାସ୍ ଭେଗାସରେ ଅଛନ୍ତି। ନିର୍ଦ୍ଦେଶକ ରାଜାମୌଲୀ ମଧ୍ୟ ନିଜ ପତ୍ନୀ ରମା ରାଜାମୌଲୀଙ୍କ ସହ ନଜର ଆସିଛନ୍ତି। ଏହି ସମୟରେ ତାଙ୍କ ପତ୍ନୀଙ୍କୁ ପାରମ୍ପରିକ ଭାରତୀୟ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସେହିପରି ରାଜାମୌଲୀ କଳା ରଙ୍ଗର କୁର୍ତାରେ ନଜର ଆସିିଥିଲେ।

ଫିଲ୍ମ ଆର୍‌ଆର୍‌ଆର୍ ଗତ ବର୍ଷ ମାର୍ଚ୍ଚରେ ରିଲିଜ ହୋଇଥିଲା। ବିଶ୍ୱବ୍ୟାପୀ ଏହି ଫିଲ୍ମଟି ୧୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା।

Related story