Advertisment

'ମହାରାଜ୍ଞୀ' ଟିଜର ଆଉଟ୍, ଆକ୍ସନ ଅନ୍ଦାଜରେ କାଜଲ

'କ୍ଷମତା ମାଗିକି ନୁହେଁ, ଛଡ଼ାଇ ନେବାକୁ ହୁଏ...' ଡାଏଲଗ୍ ସହ କାଜଲଙ୍କ ଜବରଦସ୍ତ ଏଣ୍ଟ୍ରି।

ଅଦ୍ୟତନ ହୋଇଛି
Kajol

Kajol

Advertisment

ବହୁ ପ୍ରତିକ୍ଷିତ ସିନେମା 'ମହାରାଜ୍ଞୀ' ଟିଜର୍ ରିଲିଜ୍ ହୋଇଛି। ଏହି ସିନେମା ଜରିଆରେ ଅଭିନେତ୍ରୀ କାଜଲ ଦେବନଙ୍କୁ ଏକ ନୂଆ ଅନ୍ଦାଜରେ ଦେଖିବାକୁ ପାଇବେ ଦର୍ଶକ। ପୂର୍ବରୁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା କାଜଲ 'ମହାରାଜ୍ଞୀ'ରେ ଆକ୍ସନ ମୁଡରେ ନଜର ଆସିଛନ୍ତି।

Advertisment

ବିଶେଷ କରି କାଜଲଙ୍କ ଆକ୍ସନ ଅନ୍ଦାଜ ସାଙ୍ଗକୁ ଜବରଦସ୍ତ ଡାଏଲଗ୍ ଚାର୍ ଚାନ୍ଦ ଲଗାଇଦେଇଛି। ତାଙ୍କ ଏଣ୍ଟ୍ରି ଏକ ଜବରଦସ୍ତ ଡାଏଲଗ୍ ସହ ହେଉଛି, ଯେଉଁଥିରେ ସେ କହୁଛନ୍ତି, 'କ୍ଷମତା ମାଗିକି ନୁହେଁ, ଛଡ଼ାଇ ନେବାକୁ ହୁଏ।' ଏହାପରେ କାଜଲ ଫାଇଟ୍ କରୁଥିବା ଟିଜରରେ ଦେଖିବାକୁ ମିଳୁଛି।

ଏସବୁ ଶୁଟିଂ ସମୟରେ ବ୍ୟାକଗ୍ରାଉଣ୍ଡରେ ଦୁର୍ଗାପୂଜା ସମୟର ଦୃଶ୍ୟ ରହିଛି। ଫାଇଟ୍ ସମୟରେ କାଜଲଙ୍କ ଆଉ ଏକ ଡାଏଲଗରେ ମଧ୍ୟ ମା ଦୁର୍ଗା, କାଳୀ ଏବଂ ସରସ୍ୱତୀଙ୍କ ଶକ୍ତିର ମହତ୍ୱ ଉପରେ ଉଲ୍ଲେଖ କରାଯାଇଛି। 

Advertisment

ସିନେମାରେ କାଜଲଙ୍କ ବ୍ୟତୀତ ପ୍ରଭୁ ଦେବା ମଧ୍ୟ ଆକ୍ସନ ମୁଡରେ ନଜର ଆସିଛନ୍ତି। 'ମହାରାଜ୍ଞୀ'ରେ ନାସିରୁଦ୍ଦିନ ଶାହ ମଧ୍ୟ ଅଭିନୟ କରିଛନ୍ତି। ଅନ୍ୟ କଳାକାରଙ୍କ ମଧ୍ୟରେ ସମ୍ୟୁକ୍ତା, ଜିଶୁ ସେନ୍ ଗୁପ୍ତା, ଆଦିତ୍ୟ ସିଲ୍, ଛାୟା କଦମ୍, ପ୍ରମୋଦ ପାଠକ। ସିନେମାର କାହାଣୀ ଓ ନିର୍ଦ୍ଦେଶନା ଭାର ଚରଣତେଜ ଉପଲପତି ସମ୍ଭାଳି ଥିବାବେଳେ ଭେଙ୍କଟ ଅନିଶ ଡୋରିଗିଲୁ ଓ ହରମାନ ବାୱେଜା ପ୍ରଯୋଜନା ଦେଇଛନ୍ତି।

ମଙ୍ଗଳବାର ଟିଜର ଆଉଟ୍ ହେବା ପରେ କାଜଲ ସୋଶାଲ ମିଡିଆରେ ପୋଷ୍ଟ କରି 'ମହାରାଜ୍ଞୀ',  ରାଣୀମାନଙ୍କ ରାଣୀ ଟିଜର୍ ରିଲିଜ୍ ହୋଇଛି, ଆଶା କରେ ଏହା ଆପଣଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି। ସେହିପରି କାଜଲଙ୍କ ସ୍ୱାମୀ ତଥା ଅଭିନେତା ଅଜୟ ଦେବଗନ ମଧ୍ୟ ସୋଶାଲ ମିଡିଆରେ ଟିଜର ପୋଷ୍ଟ କରି 'ଆଲିରେ ଆଲି ମହାରାଜ୍ଞୀ ଆଲି' କ୍ୟାପ୍ସନ ଲେଖିଛନ୍ତି। 

Kajol MahaRagni Teaser Out MahaRagni Prabhu Deva Naseeruddin Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe