Advertisment

୨୭ ବର୍ଷ ପରେ ପୁଣି ଏକାଠି ଆସୁଛନ୍ତି କାଜଲ ଓ ପ୍ରଭୁଦେବା

ଶେଷ ଥର ପାଇଁ ୧୯୯୭ରେ ଏହି ଦୁଇ ଷ୍ଟାର ସ୍କ୍ରିନ୍ ଶେଆର କରିଥିଲେ।

ଅଦ୍ୟତନ ହୋଇଛି
Prabhudeba and Kajol

Prabhudeba and Kajol

Advertisment

ହିନ୍ଦୀ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ ତେଲୁଗୁ ଫିଲ୍ମ ନିର୍ମାତା ଚରଣ ତେଜ ଉପ୍ପଲପତି। ତାଙ୍କର ଏହି ହିନ୍ଦୀ ଫିଲ୍ମଟି ଏକ ହାଇ-ବଜେଟ୍ ଆକ୍ସନ ଥ୍ରୀଲର ହେବ। ଆଉ ଏଥିରେ ୨୭ ବର୍ଷ ପରେ ଏକାଠି ହେଉଛନ୍ତି କାଜଲ ଓ ପ୍ରଭୁଦେବା। ଶେଷ ଥର ପାଇଁ ୧୯୯୭ରେ ‘ସପନେ’ରେ ସ୍କ୍ରିନ୍ ଶେଆର କରିଥିଲେ ଏହି ଦୁଇ ଷ୍ଟାର।

Advertisment

ଚରଣ ତେଜ ଉପ୍ପଲପତିଙ୍କ ଏହି ଅପକମିଂ ଫିଲ୍ମରେ କାଜଲ ଓ ପ୍ରଭୁଦେବାଙ୍କ ବ୍ୟତୀତ ନସୀରୁଦ୍ଦୀନ ଶାହ, ସଂଯୁକ୍ତା ମେନନ, ଯୀଶୁ ସେନଗୁପ୍ତା ଓ ଆଦିତ୍ୟ ସିଲ ପ୍ରମୁଖ ଅଛନ୍ତି। ଖୁବ୍‌ଶୀଘ୍ର ଫିଲ୍ମଟିର ଟିଜର ରିଲିଜ ହେବ। ଫିଲ୍ମଟିର ସଙ୍ଗୀତ ନିର୍ଦ୍ଦେଶନା ଦେବେ ହର୍ଷବର୍ଦ୍ଧନ ରାମେଶ୍ୱର। ଏଡିଟର ଭାବେ ନବୀନ ନୂଲିଙ୍କୁ ନିଆଯାଇଛି। ଫିଲ୍ମର ଚିତ୍ରନାଟ୍ୟ ଲେଖିଛନ୍ତି ନିରଞ୍ଜନ ଆୟଙ୍ଗର ଓ ଜେସିକା ଖୁରାନା।

୧୯୯୭ରେ ରାଜୀବ ମେନନଙ୍କ ତାମିଲ ଫିଲ୍ମ ‘ମିନସାରା କନାବୁ’ରେ ପ୍ରଭୁଦେବାଙ୍କ ସହିତ କାମ କରିଥିଲେ କାଜଲ। ଏହା ଥିଲା କାଜଲଙ୍କ ପ୍ରଥମ ତାମିଲ ଫିଲ୍ମ। ଏହି ଫିଲ୍ମରେ ଅରବିନ୍ଦ ସ୍ୱାମୀ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମଟି ହିନ୍ଦୀରେ ‘ସପନେ’ ନାଁରେ ରିଲିଜ୍ ହୋଇଥିଲା।

Advertisment
Kajol Prabhudeva
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe