ଜୟାଙ୍କୁ ଧମକ ଦେଲେ କାଜୋଲ, କହିଲେ-ମାସ୍କ ବାହାର କରିବାକୁ ପଡ଼ିବ

ମୁମ୍ବାଇ: ଚଣ୍ଡି ରୂପ ଦେଖାଇଲେ ଅଭିନେତ୍ରୀ କାଜୋଲ। ସମସ୍ତଙ୍କ ସାମ୍ନାରେ ଜୟା ବଚ୍ଚନଙ୍କୁ ଦେଲେ ଧମକ। ନାଲି ଆଖି ଦେଖାଇ କହିଲେ ମାସ୍କ ବାହାର କରିବାକୁ ପଡିବ। ଯହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚାରିଆଡେ ଜାରି ରହିଛି ନବରାତ୍ରୀ ଧୁମ୍‌। ଧୂମ୍‌ଧାମରେ ପାଳନ ଚାଲିଛି ଦୁର୍ଗା ପୂଜା। ବି-ଟାଉନର ସେଲେବ୍ରିଟିମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଭିନେତ୍ରୀ କାଜୋଲ ମୁମ୍ବାଇ ଜୁହୁ ସ୍ଥିତ ଦୁର୍ଗା ମା’ଙ୍କ ପ୍ରତିମା ସ୍ଥାପିତ କରିଛନ୍ତି। ବଡ ଧରଣର ପେଣ୍ଡାଲ ତିଆରି କରିଛନ୍ତି। ଏଠାକୁ ଅନେକ ସେଲେବ୍ରିଟି ଆସି ମା’ଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି।

ନିକଟରେ ଜୟା ବଚ୍ଚନ ମଧ୍ୟ ଜୁହୁ ସ୍ଥିତ ପୂଜା ପେଣ୍ଡାଲରେ ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଜୟା ବଚ୍ଚନ ମୁହଁରେ ମାସ୍କ ଲଗାଇଥିବା ଦେଖିବାକୁ ମିଳିଥିଲା। ଜୟାଙ୍କ ମାସ୍କକୁ ଦେଖି କାଜୋଲ ମଜାଳିଆ ଢ଼ଙ୍ଗରେ ତାଙ୍କୁ ପ୍ରତିକ୍ରିୟା ଦେଇଥିଲେ। ଆଉ ଫିଲ୍ମି ଷ୍ଟାଇଲ୍‌ରେ ଶାଶୁ ବୋହୂ ଝଗଡା ଲାଗିଲା ଭଳି କାଜୋଲ ଜୟାଙ୍କୁ ଧମକ ଦେଇଥିଲେ। କହିଥିଲେ-ମାସ୍କ ବହାର କରିବାକୁ ପଡିବ। ଜୟା ବଚ୍ଚନ ମଧ୍ୟ କାଜୋଲଙ୍କ ଏଭଳି କଥା ଶୁଣି ହସି ଦେଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Viral Bhayani (@viralbhayani)

ପ୍ରଶଂସକଙ୍କୁ ଜୟା ଓ କାଜୋଲଙ୍କ ଏହି ଫନି ଅନ୍ଦାଜ ବେଶ୍‌ ପସନ୍ଦ ଆସିଛି। ସୋଶାଲ ମିଡିଆରେ ୟୁଜର୍ସମାନେ ଭିଡିଓରେ ଜୋରଦାର କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଜୟାଙ୍କୁ ଏଭଳି ଗାଳି କରିବା ସାହାସ କେବଳ କାଜୋଲଙ୍କର ହିଁ ଅଛି।’ ଆଉ ଜଣେ ୟୁଜର୍ସ ଏହାକୁ ମା’-ଝିଅଙ୍କ ଭଲ ପାଇବା ବୋଲି କହିଛନ୍ତି।

ଅଷ୍ଟମୀ ପୂଜା ଅବସରେ ଜୟା ବଚ୍ଚନ ମୁମ୍ବାଇରେ କାଜୋଲଙ୍କ ପରିବାର ଦ୍ୱାରା ଆୟୋଜିତ ଦୁର୍ଗା ପୂଜା ପଣ୍ଡାଲରେ ପହଞ୍ଚିଥିଲେ। ଏଠାରେ କାଜୋଲ ଓ ଜୟାଙ୍କ କେମେଷ୍ଟ୍ରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଥିଲା। କେବଳ ଜୟା ବଚ୍ଚନ ନୁହେଁ ରାଣୀ ମୁଖାର୍ଜୀ, ରଣବୀର କପୁର, ଅୟାନ ମୁଖାର୍ଜୀ ଓ ମୌନି ରୟଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by Viral Bhayani (@viralbhayani)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।