Advertisment

'କଳକି ୨୮୯୮ ଏଡି' ବକ୍ସଅଫିସ୍ ରେକର୍ଡ; ୪ ଦିନରେ ଆୟ ୫୦୦ କୋଟି ଟଙ୍କା

'କଳକି ୨୮୯୮ ଏଡି' ଶୁକ୍ରବାର ରିଲିଜ୍ ହୋଇଥିଲା।

ଅଦ୍ୟତନ ହୋଇଛି
Kalki 2898 AD Poster

Kalki 2898 AD Poster

Advertisment

ବକ୍ସ ଅଫିସରେ ରେକର୍ଡ କରୁଛି 'କଳକି ୨୮୯୮ ଏଡି'। ରିଲିଜ୍ ହେବାର ଚାରି ଦିନ ମଧ୍ୟରେ ସିନେମା ଆୟ କଲାଣି ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ମାତ୍ର ଚାରି ଦିନ ମଧ୍ୟରେ ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରିର ବହୁ ବିଗ୍ ବଜେଟ୍ ସିନେମାକୁ ପଛରେ ପକାଇ ଦେଇଛି 'କଳକି ୨୮୯୮ ଏଡି'। 

Advertisment

ଫିଲ୍ମ ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଏକ ଏକ୍ସ ପୋଷ୍ଟ ଶେଆର୍ କରି 'କଳକି ୨୮୯୮ ଏଡି'ର ବକ୍ସ ଅଫିସ୍ କଲେକ୍ସନ ବାବଦରେ ସୂଚନା ଦେଇଛନ୍ତି। ବାଲା ଏକ ପୋଷ୍ଟରେ ଲେଖିଛନ୍ତି ଯେ, ସମଗ୍ର ବିଶ୍ୱରେ ଇଭିନିଂ ଶୋ' ଆରମ୍ଭ ହେବାପରେ 'କଳକି ୨୮୯୮ ଏଡି' ୱାର୍ଲ୍ଡୱାଇଡ୍ ବକ୍ସ ଅଫିସରେ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି।

ଉତ୍ତର ଆମେରିକାରେ ଚାରି ଦିନ ମଧ୍ୟରେ 'କଳକି ୨୮୯୮ ଏଡି' ୧୦ ମିଲିଅନ ଡଲାର୍ ଅର୍ଥାତ୍ ୭୪ କୋଟି ୧୫ ଲକ୍ଷ ଟଙ୍କା ଆୟ କରିଛି। ସେହିପରି, ବିଦେଶୀ ଚଳଚ୍ଚିତ୍ର ବିତରକ ପ୍ରତ୍ୟାଙ୍ଗିରା ସିନେମା ଏକ୍ସରେ ଏକ ପୋଷ୍ଟରେ ଶେଆର କରି ସିନେମାର ଆୟ ବାବଦରେ ସୂଚନା ଦେଇଛି।ରବିବାର ସୁଦ୍ଧା, ଉତ୍ତର ଆମେରିକାର ବକ୍ସ ଅଫିସରେ ପ୍ରାୟ ୧୦.୮ ମିଲିୟନ ଡଲାର ରୋଜଗାର ହୋଇଥିବା ପ୍ରତ୍ୟାଙ୍ଗିରା ସିନେମା ପୋଷ୍ଟ କରିଛି।

Advertisment

ଯଦି ଆମେ ଭାରତ କଥା କହିବା, ତେବେ 'କଳକି ୨୮୯୮ ଏଡି' ରିଲିଜ୍ ହେବାର ୪ ଦିନ ମଧ୍ୟରେ ୩୦୦ କୋଟି ଟଙ୍କା ଅତିକ୍ରମ କରିଛି। ବାଣିଜ୍ୟ ପୋର୍ଟାଲ ସାକନିଲ୍କ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୯୫.୩ କୋଟି, ଦ୍ୱିତୀୟ ଦିନରେ ୫୭.୬ କୋଟି, ତୃତୀୟ ଦିନରେ ୬୪.୫ କୋଟି ଟଙ୍କା ରୋଜଗାର କରିଛି ଏବଂ ଚତୁର୍ଥ ଦିନରେ ପ୍ରାୟ ୮୫ କୋଟି ଟଙ୍କା ରୋଜଗାର କରିଥିବା ଜଣାପଡିଛି।

ଏହି ହାଇ ବଜେଟ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ। ମୁଖ୍ୟ ଭୂମିକାରେ ଅମିତାଭ ବଚ୍ଚନ, ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ବ୍ୟତୀତ ଦିଶା ପାଟାନି, ପଶୁପତି, ଶୋବାନା, ଆନ୍ନା ବେନ ଅଭିନୟ କରିଛନ୍ତି। ସେହିପରି ଚଳଚ୍ଚିତ୍ରରେ ଏସ୍ ରାଜାମୌଲି, ବିଜୟ ଦେବରକୋଣ୍ଡା, ରାମ ଗୋପାଳ ବର୍ମା, ଦୁଲକର ସଲମାନ ଏବଂ ମୃଣାଳ ଠାକୁର ଅତିଥି କଳାକାର ଭୂମିକାରେ ନଜର ଆସିଛନ୍ତି। 

Amitabh Bachchan Deepika Padukone Prabhas Kalki 2898 AD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe