Advertisment

ଧୁମ୍ ମଚାଉଛି 'କଳକି ୨୮୯୮ ଏଡି'; ୨ ଦିନରେ ୨୯୮ କୋଟି ଟଙ୍କା ଆୟ

ରିଲିଜର ଦୁଇ ଦିନ ମଧ୍ୟରେ ୨୯୮ କୋଟି ଟଙ୍କା ଆୟ କରିଛି 'କଳକି ୨୮୯୮ ଏଡି'।

ଅଦ୍ୟତନ ହୋଇଛି
Kalki 2898 AD Poster

Kalki 2898 AD Poster

Advertisment

ବିଗ୍ ବି ଅମିତାଭ ବଚ୍ଚନ, ସାଉଥ ସୁପରଷ୍ଟାର୍ ପ୍ରଭାସ ଓ ଦୀପିକା ପାଦୁକନଙ୍କୁ ନେଇ ପ୍ରସ୍ତୁତ 'କଳକି ୨୮୯୮ ଏଡି' ବକ୍ସ ଅଫିସରେ ଧୁମ୍ ମଚାଉଛି। ରିଲିଜର ଦୁଇ ଦିନ ମଧ୍ୟରେ ସିନେମା ରୋଜଗାର କଲାଣି ୨୯୮ କୋଟି ଟଙ୍କା। 

Advertisment

ବିଶ୍ୱସ୍ତରରେ ରିଲିଜ୍ ହୋଇଥିବା 'କଳକି ୨୮୯୮ ଏଡି', ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ୧୯୧.୫ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୯୮ କୋଟି ଟଙ୍କାରେ ପହଞ୍ଚିଛି। ଯଦି ଭାରତ କଥା କହିବା ତେବେ ପ୍ରଥମ ଦିନରେ ଭାରତରେ ୯୫.୩୦ କୋଟି ଟଙ୍କା ଆୟ କରିଥିଲା 'କଳକି ୨୮୯୮ ଏଡି'।

Sacnilk ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ଦିନରେ ଭାରତରେ ୫୪ କୋଟି ଟଙ୍କା ସହ ସମଗ୍ର ବିଶ୍ୱରେ ୧୪୯.୩୦ କୋଟି ଟଙ୍କା ଆୟ କରିଛି ଏହି ସିନେମା। ବିଶ୍ୱରେ ୨୯୮.୫୦ କୋଟି ଟଙ୍କା ଆୟ କରିଥିବା ନେଇ ଫିଲ୍ମର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି।

Advertisment

ଏହି ହାଇ ବଜେଟ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ। ମୁଖ୍ୟ ଭୂମିକାରେ ଅମିତାଭ ବଚ୍ଚନ, ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ବ୍ୟତୀତ ଦିଶା ପାଟାନି, ପଶୁପତି, ଶୋବାନା, ଆନ୍ନା ବେନ ଅଭିନୟ କରିଛନ୍ତି। ସେହିପରି ଚଳଚ୍ଚିତ୍ରରେ ଏସ୍ ରାଜାମୌଲି, ବିଜୟ ଦେବରକୋଣ୍ଡା, ରାମ ଗୋପାଳ ବର୍ମା, ଦୁଲକର ସଲମାନ ଏବଂ ମୃଣାଳ ଠାକୁର ଅତିଥି କଳାକାର ଭୂମିକାରେ ନଜର ଆସିଛନ୍ତି। 

ଏହି ସିନେମା ହିନ୍ଦୁ ପୁରାଣରୁ ଉଦ୍ଧୃତ ହୋଇଥିବା ନିର୍ଦ୍ଦେଶକ ନାଗ ଅଶ୍ୱିନ କହିଛନ୍ତି। ସିନେମାର ଏପରି ନାମକରଣ ପଛର କାରଣ ପଚରାଯିବାରୁ ସେ କହିଛନ୍ତି ଯେ, ଆମର ଚଳଚ୍ଚିତ୍ର ମହାଭାରତରୁ ଆରମ୍ଭ ହୋଇ ୨୮୯୮ରେ ଶେଷ ହୋଇଛି। ସେ ଦୃଷ୍ଟିରୁ ସିନେମାର ନାମ 'କଳକି ୨୮୯୮ ଏଡି' ରଖାଯାଇଛି। 

Amitabh Bachchan Prabhas Kalki 2898 AD Deepika Padukon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe