Advertisment

ବିବାଦରେ ପ୍ରଭାସଙ୍କ ‘କଳକି ୨୮୯୮ ଏଡି’: ଜାରି ହେଲା ଲିଗାଲ ନୋଟିସ

ଏହି ଫିଲ୍ମ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ଦେଇଥିବା କଂଗ୍ରେସର ପୂର୍ବତନ ନେତା ପ୍ରମୋଦ ଆଚାର୍ଯ୍ୟ ଅଭିଯୋଗ କରିଉଛନ୍ତି।

Kalki

Kalki

Advertisment

ପ୍ରଭାସ ଓ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ‘କଳକି ୨୮୯୮ ଏଡି’ ଏବେ ଆଇନ ଫାସରେ ପଡ଼ିଛି। ପୂରା ବିଶ୍ୱରେ ଭଲ ଆୟ କରି ରେକର୍ଡ ସୃଷ୍ଟି କରିଥିବା ଏହି ଫିଲ୍ମର ପ୍ରଯୋଜକଙ୍କ ସମେତ ପୂରା ଟିମ ପାଖକୁ ଯାଇଛି ଲିଗାଲ ନୋଟିସ।

Advertisment

ଏହି ଫିଲ୍ମ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ଦେଇଥିବା କଂଗ୍ରେସର ପୂର୍ବତନ ନେତା ପ୍ରମୋଦ ଆଚାର୍ଯ୍ୟ ଅଭିଯୋଗ କରିଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ “ଭାରତ ଗୋଟିଏ ଭାବପ୍ରବଣ, ବିଶ୍ୱାସ ଓ ଭକ୍ତିର ମାଟି। ଏଠାରେ ସନାତନ ଧର୍ମକୁ କୌଣସି ପ୍ରକାରରେ ବିକୃତି କରାଯାଇ ପାରିବ ନାହିଁ। ସନାତନର ଧର୍ମଗ୍ରନ୍ତକୁ ଆଦୌ ବଦଳା ଯାଇ ପାରିବ ନାହିଁ। ଭଗବାନ କଳକି ନାରାୟଣ ଆମ ବିଶ୍ୱାସର ମୂଳରେ ରହିଛନ୍ତି। ସେ ଭଗବାନ ବିଷ୍ଣୁଙ୍କ ଅବତାର।

କଳକି ଅବତାର ସମ୍ପର୍କରେ ଅନେକ କିଛି ପୂରାଣରେ ଲେଖାହୋଇଛି। ଏହାକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୯ରେ ଶ୍ରୀ କଳକି ଧାମର ଶିଳାନ୍ୟାଶ କରିଥିଲେ।

Advertisment

ଆମ ଧର୍ମଗ୍ରନ୍ଥରେ ଥିବା ବିଷୟବସ୍ତୁ ବିରୋଧରେ ଯାଇ ‘କଳକି ୨୮୯୮ ଏଡି’ ପ୍ରସ୍ତୁତ କରାଯାଇଛି। ‘କଳକି ୨୮୯୮ ଏଡି’ ଆମ ଧାର୍ମିକ ଭାବାବେଗକୁ ଆଘାତ ଦେଇଛି। ତେଣୁ ଆମେ ଫିଲ୍ମକୁ ନେଇ ଆପତ୍ତିକୁ ଉଠାଇଛୁ ଓ ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ।

ହିନ୍ଦୁମାନଙ୍କ ଭାବାବେଗକୁ ନେଇ ଖେଳିବା ଏବେ ଫିଲ୍ମ ନିର୍ମାତାଙ୍କ ଅଭ୍ୟାସ ହୋଇଗଲାଣି। ସନ୍ଥମାନଙ୍କୁ ରାକ୍ଷାସ ଭଳି ପ୍ରଦର୍ଶିତ କରାଯାଉଛି। ଆମ ବିଶ୍ୱାସ ସହ ଖେଳିବା ବାକ ସ୍ୱାଧୀନତାର ଅର୍ଥ ନୁହେଁ।”

ଆଚାର୍ଯ୍ୟ ପ୍ରମୋଦଙ୍କ ଲିଗାଲ ନୋଟିସକୁ ସୁପ୍ରିମକୋର୍ଟର ଓକିଲ ଉଜ୍ଜ୍ୱଳ ଆନନ୍ଦ ଶର୍ମା ଫିଲ୍ମ ନିର୍ମାତା ଓ ଅନ୍ୟମାନଙ୍କ ପାଖକୁ ପଠାଇଛନ୍ତି। ନୋଟିସରେ କୁହାଯାଇଛି ଯେ “ଆପଣଙ୍କ ସିନେମା ଭଗବାନ କଳକିଙ୍କ ପ୍ରତି ଥିବା ମୂଳ ଚିନ୍ତାଧାରାକୁ ବଦଳାଇ ଦେଇଛି। ହିନ୍ଦୁ ପୌରାଣିକ ଗ୍ରନ୍ଥରେ ଲେଖାଯାଇଥିବା ବିଷୟବସ୍ତୁର ଏହାର ବିରୋଧାଭାଷ କରୁଛି।”

‘କଳକି ୨୮୯୮ ଏଡି’ର ଲେଖକ ଓ ନିର୍ଦ୍ଦେଶକ ହେଉଛନ୍ତି ନାଗ ଅଶ୍ୱିନ। ୬୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଇତି ମଧ୍ୟରେ ୧ ହଜାର କୋଟି ଟଙ୍କା ଆୟ କରିସାରିଲାଣି। ଏଥିରେ ପ୍ରଭାସଙ୍କ ବ୍ୟତୀତ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଓ କମଲ ହାସନଙ୍କ ଭଳି ଅଭିନେତା ରହିଛନ୍ତି।

Amitabh Bachchan Deepika Padukone Prabhas Kalki 2898 AD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe