Advertisment

ସପ୍ତାହକ ଭିତରେ ପୁଣି ଗିରଫ ହେଲେ କେଆର୍‌କେ

ମୁମ୍ବାଇ: ବଢ଼ିବାରେ ଲାଗିଛି ବିବାଦୀୟ ଅଭିନେତା ତଥା ସମୀକ୍ଷକ କମାଲ ରସିଦ ଖାନ୍‌ ଓରଫ୍‌ କେଆର୍‌କେଙ୍କ ଅଡୁଆ। ବିବାଦୀୟ ଟ୍ୱିଟ୍‌ ମାମଲାକୁ ନେଇ ଗତ ସପ୍ତାହରେ ସେ ଆଇନ ଜାଲରେ ଫସିଥିଲେ। ଏବେ ପୁଣି ଥରେ ସେ ଆଉ ଏକ ନୂଆ ଅଡୁଆରେ ଫସିଛନ୍ତି। ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି। ବିବାଦୀୟ ଟ୍ୱିଟ୍‌ ମାମଲାରେ କେଆର୍‌କେଙ୍କୁ କୋର୍ଟ ଅଗଷ୍ଟ ୩୦ ଯାଏଁ ନ୍ୟାୟିକ ହେପାଜତକୁ ଫଠାଇଥିଲେ। ବର୍ତ୍ତମାନ କମଲ ଆର୍‌ ଖାନଙ୍କୁ ତିନି ବର୍ଷ ପୁରୁଣା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସପ୍ତାହକ ଭିତରେ ପୁଣି ଗିରଫ ହେଲେ କେଆର୍‌କେ

KRK Arrest

ମୁମ୍ବାଇ: ବଢ଼ିବାରେ ଲାଗିଛି ବିବାଦୀୟ ଅଭିନେତା ତଥା ସମୀକ୍ଷକ କମାଲ ରସିଦ ଖାନ୍‌ ଓରଫ୍‌ କେଆର୍‌କେଙ୍କ ଅଡୁଆ। ବିବାଦୀୟ ଟ୍ୱିଟ୍‌ ମାମଲାକୁ ନେଇ ଗତ ସପ୍ତାହରେ ସେ ଆଇନ ଜାଲରେ ଫସିଥିଲେ। ଏବେ ପୁଣି ଥରେ ସେ ଆଉ ଏକ ନୂଆ ଅଡୁଆରେ ଫସିଛନ୍ତି। ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି।

Advertisment

ବିବାଦୀୟ ଟ୍ୱିଟ୍‌ ମାମଲାରେ କେଆର୍‌କେଙ୍କୁ କୋର୍ଟ ଅଗଷ୍ଟ ୩୦ ଯାଏଁ ନ୍ୟାୟିକ ହେପାଜତକୁ ଫଠାଇଥିଲେ। ବର୍ତ୍ତମାନ କମଲ ଆର୍‌ ଖାନଙ୍କୁ ତିନି ବର୍ଷ ପୁରୁଣା ମାମଲାରେ ପୁଣି ଗିରଫ କରାଯାଇଛି। ଫିଟ୍‌ନେସ୍‌ ଟ୍ରେନରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କେଆର୍‌କେଙ୍କୁ ଗିରଫ କରିଛି।

ମୁମ୍ବାଇ ବୋରିବଲି ସ୍ଥିତ ୨୪ ଏମ୍‌ଏମ୍‌ କୋର୍ଟଙ୍କ ଟ୍ରାନ୍ସଫର ଅର୍ଡର ପରେ ତାଙ୍କୁ ଗିରଫ କରାଯାଇଛି। ଏହାପରେ ପୁଲିସ ତାଙ୍କୁ ଆଜି ବାନ୍ଦ୍ରା କୋର୍ଟରେ ହାଜର କରିଥିଲା। ଏଠାରୁ ତାଙ୍କୁ ୧୪ ଦିନିଆ ହେପାଜତକୁ ପଠାଇ ଦିଆଯାଇଛି।

Advertisment

ସୂଚନା ମୁତାବକ, ଏହି ମାମଲା ହେଉଛି ୨୦୧୯ର। କିନ୍ତୁ ୨୦୨୧ରେ ଫିଟ୍‌ନେସ ଟ୍ରେନର୍‌ କେଆର୍‌କେଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ୨୦୧୯ରେ ଜିମ୍‌ ଟ୍ରେନ୍‌ର ଜଣକ କେଆର୍‌କେଙ୍କ ଏକ ପାର୍ଟିକୁ ଯାଇଥିଲେ। ସେଠାରେ କେଆର୍‌କେ ତାଙ୍କୁ ଘରକୁ ନେଇଯାଇଥିଲେ। କୋଲ୍ଡ ଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେବା ସହ ତାଙ୍କ ସହ ଅସଦାଚରଣ କରି ଜୋର ଜବରଦସ୍ତି ହାତ ଧରିବାକୁ ଚେଷ୍ଟା କରିଥିବା ଉକ୍ତ ପୀଡିତା ଅଭିଯୋଗ କରିଥିଲେ। ଏହି ମାମଲାରେ ବର୍ସୋଭା ପୁଲିସ କମାଲ ଆର୍‌ ଖାନ୍‌ଙ୍କ ବିରୋଧରେ ୨୦୨୧ରେ ୩୫୪(କ) ଓ ୫୦୯ରେ ମାମଲା ରୁଜୁ କରିଥିଲା।

ଖଲ୍ଲେଖ ଯୋଗ୍ୟ, ମୁମ୍ବାଇ ମଲାଡ ପୁଲିସ ଗତ ସପ୍ତାହରେ କେଆର୍‌କେଙ୍କୁ ଦୁଇ ବର୍ଷ ପୁରୁଣା ବିବାଦୀୟ ଟ୍ୱିଟ୍‌ ମାମଲରେ ମୁମ୍ବାଇ ବିମାନ ବନ୍ଦରରୁ ଗିରଫ କରିଥିଲା। ଦିବଙ୍ଗତ ଅଭିନେତା ଋଷି କପୁର ଓ ଇରଫାନ୍‌ ଖାନ୍‌ଙ୍କ ଉପରେ ଆପମାନଜନକ ଟ୍ୱିଟ୍‌ ପୋଷ୍ଟ କରିଥିଲେ କେଆର୍‌କେ। ଏହାକୁ ନେଇ ଯୁବ ନେତା ରାହୁଲ କନାଲ କେଆର୍‌କେଙ୍କ ବିରୋଧରେ ଅଭିଯୋଗ କରିଥିଲେ।

https://twitter.com/ANI/status/1566488684119326720?s=20&t=2GB5tswLP9lUopuDTEfHOA