Advertisment

ଏୟାରପୋର୍ଟରୁ କମାଲ ଆର ଖାନ ଗିରଫ

ସେ ନିଜର ପୋଷ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଭିନ୍ନ ଗଣମାଧ୍ୟମକୁ ମଧ୍ୟ ଟ୍ୟାଗ କରିଛନ୍ତି।

author-image
Hemant Lenka
Kamal R Khan

Kamal R Khan

ଫିଲ୍ମ ସମୀକ୍ଷ ତଥା ଅଭିନେତା କମାଲ ଆର ଖାନଙ୍କୁ ଆଜି ମୁମ୍ବାଇ ପୁଲିସ୍‌ ଏୟାରପୋର୍ଟରୁ ଗିରଫ କରିଛି। ସେ ଦୁବାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ୨୦୧୬ ମସିହାର ଗୋଟିଏ ମାମଲାର ଗିରଫ କରିଛି। ଗିରଫଦାରୀ ସମ୍ପର୍କରେ କମାଲ ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ବିଗତ ଗୋଟିଏ ବର୍ଷ ହେଲାଣି ମୁଁ ମୁମ୍ବାଇରେ ରହିଛି। ମୁଁ ମୋର ସମସ୍ତ କୋର୍ଟ ତାରିଖରେ ନିୟମିତ ହାଜର ହେଉଛି। ଆଜି ମୁଁ ନୂଆ ବର୍ଷ ପାଇଁ ଦୁବାଇ ଯିବାର ଥିଲା। କିନ୍ତୁ ମୁମ୍ବାଇ ପୁଲିସ୍‌ ମୋତେ ଏୟାରପୋର୍ଟରୁ ଗିରଫ କରିଛି।

ପୁଲିସ୍‌ କହିଛି ଯେ ମୁଁ ୨୦୧୬ ମସିହାର ଗୋଟିଏ କେସ୍‌ରେ ୱାଣ୍ଟେଡ ଥିଲି। ସଲମାନ ଖାନ କହୁଛନ୍ତି ଟାଇଗର ୩ ଫିଲ୍ମ ମୋ ପାଇଁ ଫ୍ଲପ ହେଲା। ଯଦି ମୁଁ କୌଣସି ପରିସ୍ଥିତିରେ ପୁଲିସ୍‌ ଷ୍ଟେସନ କିମ୍ବା ଜେଲରେ ପ୍ରାଣ ହରାଇବି, ତା’ହେଲେ ଆପଣମାନେ ଭାବିନେବେ ଯେ ଏହା ଏକ ହତ୍ୟାକାଣ୍ଡ। ଆପଣମାନେ ମଧ୍ୟ ଜାଣିପାରିବେ ଯେ ଏଥିପାଇଁ କିଏ ଦାୟୀ।” ସେ ନିଜର ପୋଷ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଭିନ୍ନ ଗଣମାଧ୍ୟମକୁ ମଧ୍ୟ ଟ୍ୟାଗ କରିଛନ୍ତି।

Advertisment

ଏହା ପୂର୍ବରୁ ୨୦୨୨ରେ କମାଲ ଆର ଖାନ ଦୁଇ ଥର ଗିରଫ ହୋଇଥିଲେ। ପ୍ରଥମେ ସେ ଦିବଙ୍ଗତ ଷ୍ଟାର ଇରଫାନ ଖାନ ଓ ଋଷି କପୁରଙ୍କ ସମ୍ପର୍କରେ ହୋଇଥିବା ବିବାଦୀୟ ପୋଷ୍ଟକୁ ଶେୟାର କରିଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ସେପ୍ଟେମ୍ବର ମାସରେ ସେ ତାଙ୍କର ଫିଟନେସ ଟ୍ରେନରଙ୍କୁ ଦୁର୍ବ୍ୟବହାର କରି ‍ବନ୍ଧା ହୋଇଥିଲେ।

Bollywood News Kamal Rashid Khan