ଜାମିନ୍‌ ମିଳିବା ପରେ ବି ଜେଲ୍‌ରେ ରହିବେ କେଆର୍‌କେ

ମୁମ୍ବାଇ: ବିବାଦୀୟ ଅଭିନେତା କମାଲ ରସିଦ ଖାନ୍‌ ଓରଫ୍‌ କେଆର୍‌କେଙ୍କ ଅଡୁଆ ଥମିବାର ନାଁ ଧରୁନି। ଦୁଇ ଦିନ ପୂର୍ବେ ଗିରଫ ହୋଇଥିବା ଅଭିନେତାଙ୍କୁ ଜାମିନ୍‌ ମିଳିଥିଲେ ମଧ୍ୟ ଜେଲ୍‌ରୁ ମିଳିବନି ମୁକ୍ତି। ସେ ଜେଲ୍‌ରେ ହିଁ ରହିବେ। ନିକଟରେ ସ୍ଥାନୀୟ କୋର୍ଟ କମାଲ ଆର ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପୁରୁଣା ଯୌନ ଶୋଷଣ ମାମଲାକୁ ନେଇ କେଆର୍‌କେଙ୍କୁ ମୁମ୍ବାଇ ମଲାଡ ପୁଲିସ ଗିରଫ କରିଥିଲା। ବର୍ତ୍ତମାନ ଏହି ମାମଲାରେ କେଆରକେଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। […]

KRK

Madhupriya Mistry
  • Published: Wednesday, 07 September 2022
  • , Updated: 07 September 2022, 05:05 PM IST

ମୁମ୍ବାଇ: ବିବାଦୀୟ ଅଭିନେତା କମାଲ ରସିଦ ଖାନ୍‌ ଓରଫ୍‌ କେଆର୍‌କେଙ୍କ ଅଡୁଆ ଥମିବାର ନାଁ ଧରୁନି। ଦୁଇ ଦିନ ପୂର୍ବେ ଗିରଫ ହୋଇଥିବା ଅଭିନେତାଙ୍କୁ ଜାମିନ୍‌ ମିଳିଥିଲେ ମଧ୍ୟ ଜେଲ୍‌ରୁ ମିଳିବନି ମୁକ୍ତି। ସେ ଜେଲ୍‌ରେ ହିଁ ରହିବେ।

ନିକଟରେ ସ୍ଥାନୀୟ କୋର୍ଟ କମାଲ ଆର ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପୁରୁଣା ଯୌନ ଶୋଷଣ ମାମଲାକୁ ନେଇ କେଆର୍‌କେଙ୍କୁ ମୁମ୍ବାଇ ମଲାଡ ପୁଲିସ ଗିରଫ କରିଥିଲା। ବର୍ତ୍ତମାନ ଏହି ମାମଲାରେ କେଆରକେଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ଜାମିନ୍‌ ପାଇବା ପରେ ବି ସେ ଜେଲରେ ହିଁ ରହିବେ। କାରଣ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇର୍‌ଫାନ୍‌ ଖାନ୍‌ଙ୍କ ବିରୋଧରେ କରିଥିବା ବିବାଦୀୟ ଟ୍ୱିଟ୍ ମାମଲା ଏବେବି ବୋରିଭଲି ମାଜିଷ୍ଟ୍ରେଟ୍ କୋର୍ଟରେ ବିଚାରାଧୀନ ଅଛି।

ଅପମାନଜନକ ଟ୍ୱିଟ୍ ଅଭିଯୋଗରେ କେଆରକେଙ୍କୁ ଅଗଷ୍ଟ ୩୦ ରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ଏଥି ସହିତ ତାଙ୍କୁ ବୋରିଭଲି ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା। ଅଗଷ୍ଟ ୩୦ ଯାଏଁ ତାଙ୍କୁ ହେପାଜତକୁ ପଠାଯାଇଥିଲା।

ଏହାପରେ ରବିବାର ଦିନ ବର୍ସୋଭା ପୁଲିସ ଯୌନ ଶୋଷଣା ମାମଲାରେ ପୁଣି କେଆର୍‌କେଙ୍କୁ ଗିରଫ କରିଥିଲା। ତାଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ପାଜତକୁ ପଠାଯାଇଥିଲା।

ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ଦାଖଲ ହୋଇଥିବା ଜାମିନ ଆବେଦନରେ କେଆରକେଙ୍କ ଓକିଲ ଅଶୋକ ସରୋଗୀ ଏବଂ ଜୟ ଯାଦବ ଦାବି କରିଛନ୍ତି ଯେ ଏଫଆଇଆରର ବିଷୟବସ୍ତୁ ଅଭିଯୁକ୍ତଙ୍କ ନିର୍ଯାତନା ଘଟଣା ସହିତ ମେଳ ଖାଉ ନାହିଁ। ଏହି ଘଟଣାର ୧୮ ମାସ ପରେ ଏଫଆଇରା ରୁଜୁ ହୋଇଛି। ତେଣୁ କେଆର୍‌କେଙ୍କୁ ଜାମିନ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ।

ଜୁନ ୨୦୨୧ରେ ଜଣେ ୨୭ ବର୍ଷିୟ ମହିଳା କେଆର୍‌କେ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। କେଆର୍‌କେ ଉକ୍ତ ମହିଳାଙ୍କୁ ଘରକୁ ଡାକି ଜବରଦସ୍ତି ତାଙ୍କ ହାତ ଧରିବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ କେଆର୍‌କେଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Related story