Advertisment

ହେଲିକପ୍ଟରରେ ବସି ଶୁଟିଂ ସେଟ୍‌ରେ ଏଣ୍ଟ୍ରି ମାରିଲେ କମଲ ହାସନ

ଫିଲ୍ମର ଶୁଟିଂ ସମୟରେ ସେ କାର୍‌ରେ ନୁହେଁ ବରଂ ହେଲିକପ୍ଟର ଯୋଗେ ଯାଉଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Kamal Hassan

Kamal Hassan

ଟଲିଉଡ ଓ ବଲିଉଡର ଲୋକପ୍ରିୟ ଅଭିନେତା କମଲ ହାସନ। ସେ ବହୁ ଦିନ ପରେ ପୁଣି ଥରେ ଅଭିନୟ ଜଗତରେ ସକ୍ରିୟ ହୋଇଛନ୍ତି। ଗତବର୍ଷ ରିଲିଜ ହୋଇଥିବା ତାଙ୍କ ଫିଲ୍ମ 'ବିକ୍ରମ' ବକ୍ସ ଅଫିସରେ ବେଶ୍ ହିଟ୍‌ ପ୍ରମାଣିତ ହୋଇଥିଲା। ବଲିଉଡର ଯୁବ ଅଭିନେତାଙ୍କ ଉପରେ ଭାରି ପଡିଥିଲେ ଏହି ୬୦ ବର୍ଷର ଅଭିନେତା। ଏବେ ଏହି ଅଭିନେତା ଜଣକ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରତିଦିନ ସେ ଶୁଟିଂ ସେଟ୍‌କୁ କାର୍‌ ବଦଳରେ ହେଲିକପ୍ଟରରେ ଯାଉଛନ୍ତି, ଯାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Advertisment

'ବିକ୍ରମ' ଫିଲ୍ମର ସଫଳତା ପରେ କମଲ ଏବେ ଆଉ ଏକ ଫିଲ୍ମରେ ନଜର ଆସିବେ। ଅପ୍‌କମିଂ ଫିଲ୍ମ ‘ଇଣ୍ଡିଆନ୍-୨’ରେ ଲିଡ୍‌ ରୋଲରେ ନଜର ଆସିବେ ଏହି ଅଭିନେତା। ଏଥିପାଇଁ ଶୁଟିଂ ଆରମ୍ଭ କରିଛନ୍ତି କମଲ। ଏହି ଫିଲ୍ମର ଶୁଟିଂ ସମୟରେ ସେ କାର୍‌ରେ ନୁହେଁ ବରଂ ହେଲିକପ୍ଟର ଯୋଗେ ଶୁଟିଂ ସେଟ୍‌କୁ ଯାଉଥିବା ଜଣାପଡ଼ିଛି। କମଲ ହାସନ ଏବେ ହେଲିକପ୍ଟରକୁ ତାଙ୍କ କ୍ୟାବରେ ପରିଣତ କରିଛନ୍ତି। ଅଭିନେତା ପ୍ରତିଦିନ ହେଲିକପ୍ଟରରେ ଯାତାୟାତ କରୁଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ କମଲ ହେଲିକପ୍ଟରରେ ବସୁଥିବା ଦେଖିବାକୁ ମିଳିଛି।

ଫିଲ୍ମ ଇଣ୍ଡିଆନ୍‌-୨ର ଶୁଟିଂ ସେଟ୍‌ରେ ହେଲିକପ୍ଟର ଯୋଗେ ଏଣ୍ଟ୍ରି କରୁଥିବାର ଫଟୋକୁ ଖୋଦ୍‌ ଅଭିନେତା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିରେ କମଲ ହାସନ ଗ୍ରେ ଟି-ଶାର୍ଟ ଓ ବ୍ରାଉନ୍‌ ପ୍ୟାଣ୍ଟରେ ନଜର ଆସିଛନ୍ତି। ଫଟୋର କ୍ୟାପସନରେ ସେ ଲେଖିଛନ୍ତି, 'ମୋ କଲେକସନ୍‌କୁ ମାପିବା ବେଶ୍‌ ସହଜ।'

Advertisment

ଉଲ୍ଲେଖଯୋଗ୍ୟ, ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ୪୦୦କୋଟି ଟଙ୍କାର ଆୟ କରିବା ପରେ କମଲ ହାସନଙ୍କ ଅଭିନୟ କ୍ୟାରିୟର ପୁଣିଥରେ ଉପରମୁହାଁ ହୋଇଛି। ମଝିରେ ସେ ରାଜନୀ‌ତିରେ ପ୍ରବେଶ କରିବା ପାଇଁ ଫିଲ୍ମରୁ ବିରତି ନେଇଥିଲେ। ହେଲେ ପରେ ସେ ନିଜ ନିଷ୍ପତ୍ତି ବଦଳାଇ ଫିଲ୍ମ ‘ବିକ୍ରମ’ ସହ ବଡ଼ ପରଦାକୁ ଫେରିଥିଲେ। ଏତେ ଦିନର ବ୍ୟବଧାନ ପରେ କମଲ ଫେରିଥିଲେ ବି ତାଙ୍କ କ୍ରେଜ ପୂର୍ବଭଳି ରହିଛି।

Bollywood News