Advertisment

ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ କେଆର୍‌କେ

ମୁମ୍ବାଇ: ବିବାଦୀୟ ଅଭିନେତା ତଥା ସମୀକ୍ଷକ କମାଲ ଆର୍‌ ଖାନ୍‌ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ନିଜକୁ ଫିଲ୍ମ ସମୀକ୍ଷକ ବୋଲି କହୁଥିବା କେଆର୍‌କେ ନିଜ ବିବାଦୀୟ ଟ୍ୱିଟ୍‌ ଯୋଗୁ ଏବେ ଆଇନ ଜାଲରେ ଫସିଛନ୍ତି। ଗତକାଲି ତାଙ୍କୁ ମୁମ୍ବାଇ ପୁଲିସ ବିମାନ ବନ୍ଦରରୁ ଗିରଫ କରିଥିଲା। କିନ୍ତୁ  ଗିରଫ ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଆର୍‌କେ ନାଁରେ ଜଣାଶୁଣା କମଲ ରସିଦ ଖାନ […]

author-image
Madhupriya Mistry
ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ କେଆର୍‌କେ

KRK

ମୁମ୍ବାଇ: ବିବାଦୀୟ ଅଭିନେତା ତଥା ସମୀକ୍ଷକ କମାଲ ଆର୍‌ ଖାନ୍‌ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ନିଜକୁ ଫିଲ୍ମ ସମୀକ୍ଷକ ବୋଲି କହୁଥିବା କେଆର୍‌କେ ନିଜ ବିବାଦୀୟ ଟ୍ୱିଟ୍‌ ଯୋଗୁ ଏବେ ଆଇନ ଜାଲରେ ଫସିଛନ୍ତି। ଗତକାଲି ତାଙ୍କୁ ମୁମ୍ବାଇ ପୁଲିସ ବିମାନ ବନ୍ଦରରୁ ଗିରଫ କରିଥିଲା। କିନ୍ତୁ  ଗିରଫ ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

କେଆର୍‌କେ ନାଁରେ ଜଣାଶୁଣା କମଲ ରସିଦ ଖାନ ଗିରଫ ହେବା ପରେ ତାଙ୍କୁ ବୋରିଭଲି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ସେଠାରୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ହେଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ମୁମ୍ବାଇର ଶତାବ୍ଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ଜେଲକୁ ନିଆଯାଇଛି।

Kamaal R Khan News: KRK was taken to hospital, complaining of chest pain a  few hours

ଉଲ୍ଲେଖଯୋଗ୍ୟ, କମାଲ ଆର୍‌ ଖାନ୍‌ଙ୍କ ବିରୋଧରେ ମୁମ୍ବାଇ ମଲାଡ ପୁଲିସ ଷ୍ଟେସନରେ ମହାରାଷ୍ଟ୍ର ଯୁବ ସେନାର ସଦସ୍ୟ ରାହୁଲ କନାଲ ଅଭିଯୋଗ କରିଥିଲେ। ୨୦୨୦ର ଏକ ବିବାଦୀୟ ଟ୍ୱିଟ୍‌କୁ ନେଇ ସେ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କୁ ଗତକାଲି ପୁଲିସ ଗିରଫ କରିଥିଲା। ଗିରଫ ପରେ ତାଙ୍କର ଜାମିନ ଆବେଦନ କରାଯାଇଥିଲା। ସେପ୍ଟେମ୍ବର ୨ ତାରିଖରେ ଏହି ଆବେଦନର ଶୁଣାଣି ହେବ।

Advertisment

୨୦୨୦ରେ କେଆର୍‌କେ ଧର୍ମକୁ ନେଇ ବିବାଦୀୟ ଟ୍ୱିଟ୍‌ କରିଥିଲେ। ଏହାପରେ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପୁଲିସ ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିବା ପରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିଲା। କେବଳ ସେତିକି ନୁହେଁ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇର୍‌ଫାନ୍‌ ଖାନ୍‌ଙ୍କ ବିରୋଧରେ ଅପମାନଜନକ ଟ୍ୱିଟ୍‌ କରି ଫସିଥିଲେ କେଆର୍‌କେ। ଫିଲ୍ମ 'ରାଧେ'କୁ ନେଇ ବିବାଦୀୟ ଟିପ୍ପଣୀ କରିବା ପରେ ଭାଇଜାନ ସଲମାନ ଖାନ୍‌ ମଧ୍ୟ ତାଙ୍କ ବିରୋଧରେ ମାନହାନୀ ଅଭିଯୋଗ କରିଥିଲେ।