Advertisment

୨୪ ବର୍ଷୀୟ ଅଭିନେତ୍ରୀ ମୃତ, ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ଆଉ ନାହାନ୍ତି ଅଭିନେତ୍ରୀ ଆଲେକଜାଣ୍ଡ୍ରା ଜାଭି। ୨୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ସନ୍ଦେହଜନକ ଅବସ୍ଥାରେ ଗୋଆ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ପୁଲିସ ସନ୍ଦେହ କରୁଛି। ସୂଚନା ମୁତାବକ, ଆଲେକଜାଣ୍ଡ୍ରା ଜାଭି ତାମିଲ ଫିଲ୍ମ କଞ୍ଚନା-୩ରେ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ଭୂତ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିଲା। ମଡେଲ ତଥା ଅଭିନେତ୍ରୀ ଆଲେକଜାଣ୍ଡ୍ରାଙ୍କ ଶୁକ୍ରବାର ମୃତ୍ୟୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
୨୪ ବର୍ଷୀୟ ଅଭିନେତ୍ରୀ ମୃତ, ଆତ୍ମହତ୍ୟା ସନ୍ଦେହ

Alexandra Djavi

ମୁମ୍ବାଇ: ଆଉ ନାହାନ୍ତି ଅଭିନେତ୍ରୀ ଆଲେକଜାଣ୍ଡ୍ରା ଜାଭି। ୨୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ସନ୍ଦେହଜନକ ଅବସ୍ଥାରେ ଗୋଆ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ପୁଲିସ ସନ୍ଦେହ କରୁଛି।

Advertisment

ସୂଚନା ମୁତାବକ, ଆଲେକଜାଣ୍ଡ୍ରା ଜାଭି ତାମିଲ ଫିଲ୍ମ କଞ୍ଚନା-୩ରେ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ଭୂତ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିଲା। ମଡେଲ ତଥା ଅଭିନେତ୍ରୀ ଆଲେକଜାଣ୍ଡ୍ରାଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ପୁଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା କେବଳ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡିଛି।

ଫିଲ୍ମ ବିଟ୍‌ ଦେଇଥିବା ରିପୋର୍ଟ ମୁତାବକ, ଆଲେକଜାଣ୍ଡ୍ରା ଦୀର୍ଘ ଦିନ ଧରି ଡିପ୍ରେସନରେ ଥିଲେ। ତାଙ୍କ ବୟଫ୍ରେଣ୍ଡ ଠାରୁ ବ୍ରେକ-ଅପ୍‌ ହେବା ପରେ ସେ ଏକଟୁଆ ରହୁଥିଲେ ବୋଲି ଉତ୍ତର ଗୋଆ ସ୍ଥିତ ଏକ ଗାଁର ଲୋକମାନେ ଅଭିଯୋଗ କରିଛନ୍ତି। ଏବେ ପୁଲିସ ଉକ୍ତ ବୟଫ୍ରେଣ୍ଡକୁ ପଚରାଉଚରା କରିବା ସମ୍ଭାବନା ରହିଛି।

Advertisment

ଅନ୍ୟପଟେ ୨୦୧୯ରେ ଅଭିନେତ୍ରୀ ଜଣକ ଚେନ୍ନାଇର ଜଣେ ଫଟୋଗ୍ରାଫରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଅଭିଯୋଗ ପାଇ ସେତେବେଳେ ପୁଲିସ ଅଭିଯୁକ୍ତ ଫଟୋଗ୍ରାଫରକୁ ଗିରଫ କରିଥିଲା। ଖବର ଅନୁଯାୟୀ ଆଲେକଜାଣ୍ଡ୍ରାଙ୍କ ମୃତ୍ୟୁ ପରେ ଏବେ ତାଙ୍କୁ ମଧ୍ୟ ପୁଲିସ ପୁଚରାଉଚରା କରିପାରେ ବୋଲି ଜଣାପଡିଛି।

Tollywood