Advertisment

ବିଗ୍‌ ବି’ଙ୍କୁ ବଲିଉଡ ମାଫିଆ କହିଲେ କଙ୍ଗନା

ବଲିଉଡ ମାଫିଆମାନେ ଜୋର ଜବରଦସ୍ତି ମୋ ଫିଲ୍ମ ସହ ଟକ୍କର ଦେବାକୁ ଚାହୁଁଛନ୍ତି: କଙ୍ଗନା

author-image
Madhupriya Mistry
Amitabh Bachchan and Kangana

Amitabh Bachchan and Kangana

ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ସେ ନିଜ ବିବାଦୀୟ ବୟାନକୁ ନେଇ ପୁଣି ଥରେ ଲାଇମ ଲାଇଟ୍‌କୁ ଆସିଛନ୍ତି। ଏଥର କଙ୍ଗନା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କରିଛନ୍ତି ଟାର୍ଗେଟ୍। କେଳବ ସେ ନୁହନ୍ତି ଟାଇଗର ସ୍ରଫଙ୍କୁ ମଧ୍ୟ ସେ ଛାଡି ନାହାନ୍ତି। ବିଗ୍ ବି’ ଅମିତାଭ ବଚ୍ଚନ ଓ ଟାଇଗର ସ୍ରଫଙ୍କୁ କଙ୍ଗନା ବଲିଉଡର ମାଫିଆ ବୋଲି କହିଛନ୍ତି।  

Advertisment

ପ୍ରକୃତରେ କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ଯେଉଁ ଦିନ ରିଲିଜ ହେବ ସେହି ଦିନ ହିଁ ଅମିତାଭ ବଚ୍ଚନ ଓ ଟାଇଗର ସ୍ରଫଙ୍କ ଫିଲ୍ମ ‘ଗଣପତ’ ରିଲିଜ ହେବାକୁ ଯାଉଛି। ଏହି ଦୁଇ ଫିଲ୍ମ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଏହାକୁ ନେଇ ଏବେ ପଙ୍ଗା କୁଇନ୍ ରାଗି ଯାଇଛନ୍ତି।

ସେ ଟ୍ୱିଟ୍ କରି ବିଗ୍ ବି’ ଓ ଟାଇଗରଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି କହିଛନ୍ତି, ‘ଏମରଜେନ୍ସି ସହ ବଲିଉଡ ମାଫିଆମାନେ ଟକ୍କର ଦେଉଛନ୍ତି। ମୋ ଫିଲ୍ମ ଆସନ୍ତା ୨୦ ଅକ୍ଟୋବରରେ ରିଲିଜ କରିବାକୁ ଚାହୁଁଥିଲି, କିନ୍ତୁ ବଲିଉଡ ମାଫିଆମାନେ ଜୋର ଜବରଦସ୍ତି ମୋ ଫିଲ୍ମ ସହ ଟକ୍କର ଦେବାକୁ ଚାହୁଁଛନ୍ତି।’ 

Advertisment

 

ଅନ୍ୟ ଏକ ଟ୍ୱିଟରେ କଙ୍ଗନା ‘ଗଣପତ’ ଫିଲ୍ମର ପ୍ରଡ୍ୟୁସରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ଏମରଜେନ୍ସି ଫିଲ୍ମର ରିଲିଜ ତାରିଖକୁ ନଜରରେ ରଖି ଗଣପତ ଫିଲର ରିଲିଜ ତାରିଖ ଯୋଜନାବଦ୍ଧ ଭାବେ ଘୋଷଣା କରାଯାଇଛି। ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ମାସରେ ଅନେକ ତାରିଖ ରିଲିଜ ପାଇଁ ଥିବା ବେଳେ ବଲିଉଡ ମାଫିଆମାନେ ଠିକ୍ ସେହି ଦିନକୁ ହିଁ ରିଲିଜ ପାଇଁ ବାଛିଛନ୍ତି।’ 

ଦୀର୍ଘ ଦିନ ହେବ କଙ୍ଗନା ତାଙ୍କ ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସି’କୁନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନାଙ୍କୁ ପୂର୍ବତନ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିଛି। ଫ୍ୟାନ୍‌ମାନେ ମଧ୍ୟ କଙ୍ଗନାଙ୍କ ଏହି ଫିଲ୍ମ ପାଇଁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଏବେ ବଲିଉଡ ମାଫିଆମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଫିଲ୍ମ ସହ କ୍ଲାସ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ ଆଣିଛନ୍ତି।   

Bollywood News Bollywood Amitabh Bachchan Kangana Ranaut