ରିଲିଜ ପୂର୍ବରୁ କଙ୍ଗନାଙ୍କ ଫିଲ୍ମକୁ ବୟକଟ୍ ଦାବି
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ। ବିବାଦ ସହ ରହିଛି ତାଙ୍କର ପୁରୁଣା ସମ୍ପର୍କ। ସେ ସର୍ବଦା ବିବାଦ ଭିତରେ ଛନ୍ଦି ହୋଇ ରହିଥାନ୍ତି। ତାଙ୍କର ପ୍ରତିଟି ଫିଲ୍ମ ବିବାଦ ମଧ୍ୟରେ ହିଁ ରିଲିଜ ହୁଏ। କେବଳ ସେତିକି ନୁହେଁ ନିଜର ତୁଣ୍ଡ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଯେ କୌଣସି ପ୍ରସଙ୍ଗକୁ ନେଇ ସେ ଦେଇଥାନ୍ତି ମୁହଁତୋଡ ଜବାବ। ଏହାକୁ ନେଇ ଅନେକ ସମୟରେ ବାକ୍ ଯୁଦ୍ଧ ବିବାଦ ମଧ୍ୟ ହୁଏ। ତାଙ୍କୁ ଟାର୍ଗେଟ୍ ମଧ୍ୟ କରାଯାଏ। ଏବେ ପୁଣି ଥରେ ଏଭଳି କିଛି ବିବାଦରେ ଫସିଛନ୍ତି ପଙ୍ଗା କୁଇନ୍ କଙ୍ଗନା। ରିଲିଜ ପୂର୍ବରୁ ତାଙ୍କ ଫିଲ୍ମ ‘ଧାକଡ’କୁ ବୟକଟ୍ କରିବାକୁ ଦାବି ଉଠିଛି। କଙ୍ଗନା ଜଣେ ଧୋକାବାଜ ବୋଲି ପ୍ରଶଂସକମାନେ କହୁଛନ୍ତି।
ଆସନ୍ତାକାଲି ରିଲିଜ ହେବାକୁ ଯାଉଛି କଙ୍ଗନାଙ୍କ ଫିଲ୍ମ ‘ଧାକଡ’। କିନ୍ତୁ ରିଲିଜ ପୂର୍ବରୁ ଟ୍ୱିଟର୍ରେ ଏହାକୁ ବୟକଟ୍ କରିବାକୁ ଦାବି ଉଠିଛି। ଟ୍ୱିଟ୍ର୍ରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକମାନେ କଙ୍ଗନାଙ୍କ ଉପରେ ଅତ୍ୟଧିକ ରାଗିଯାଇଛନ୍ତି। ଏହି ବିବାଦ ଭିତରକୁ ସେମାନେ ସଲମାନ ଖାନ୍, କାର୍ତ୍ତିକ ଆର୍ଯ୍ୟନ୍ ଓ ଲକ୍ ଅପ୍ର ବିଜେତା ମନୱର ଫାରୁକିଙ୍କୁ ଟାଣିଛନ୍ତି। କଙ୍ଗନା ଭୋଟ୍ ଦେଇ ତାଙ୍କ ଶୋ’ରେ ମୁନାୱରଙ୍କୁ ଜିତାଇଥିଲେ। ଏହି ପ୍ରସଙ୍ଗକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।
ଏହି ବିବାଦର ମୁଖ୍ୟ କାରଣ ହେଉଛି ସଲମାନ ଖାନ୍ ଓ କଙ୍ଗନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବନ୍ଧୁତା। ଦିନ ଥିଲା ଯେତେବେଳେ କଙ୍ଗନା ସଲମାନ ଖାନ୍ଙ୍କୁ ସମାଲୋଚନା କରିବାରେ ଥକୁନଥିଲେ। ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ ଯେ ଫିଲ୍ମ ପାଇଁ ତାଙ୍କୁ କୌଣସି ଖାନଙ୍କ ଆବଶ୍ୟକତା ନାହିଁ। କିନ୍ତୁ ନିକଟରେ ତାଙ୍କୁ ସଲମାନ ଖାନଙ୍କ ଇଦ୍ ପାର୍ଟିରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ସଲମାନ ସୋସିଆଲ ମିଡିଆରେ କଙ୍ଗନା ରାନାୱତଙ୍କ ଫିଲ୍ମ ‘ଧାକଡ’ର ଟ୍ରେଲରକୁ ଶେଆର କରି ପ୍ରମୋସନ୍ କରିଥିଲେ। ଏହାର ପ୍ରତିବଦଳରେ କଙ୍ଗନା ମଧ୍ୟ ତାଙ୍କୁ ବହୁତ ପ୍ରଶଂସା କରିଥିଲେ।
SSR Case Exposed Bollywood 💯
If hypocrisy had a face it would be Kangana Ranaut
Opportunist No. 1 #BoycottBollywood #BoycottDhaakad pic.twitter.com/LuAPlXh6bb
— Keesha 4 SSR a Proud SSRian (@keesain99) May 19, 2022
ସଲମାନ ଖାନ୍ଙ୍କ ପୋଷ୍ଟକୁ ନିଜ ଇନ୍ଷ୍ଟା ଷ୍ଟୋରୀରେ ଶେଆର କରି କଙ୍ଗନା ତାଙ୍କୁ ‘ଗୋଲ୍ଡେନ୍ ହାର୍ଟ’ ବ୍ୟକ୍ତି ଓ ‘ମେରା ଦବଙ୍ଗ ହିରୋ’ ବୋଲି କହିଥିଲେ। ତେବେ କଙ୍ଗନାଙ୍କ ସଲମାନଙ୍କୁ ଏଭଳି ପ୍ରଶଂସା କରି ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ମାନଙ୍କୁଚ ପସନ୍ଦ ଆସିନାହିଁ।
ଏହା ବ୍ୟତୀତ, ମେ ୧୮ରେ କଙ୍ଗନା କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ତାଙ୍କ ସହ ଥିଲେ। ଏଠାରେ କଙ୍ଗନା ଭଗବାନ ମହାଦେବଙ୍କ ସମେତ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଏପରି ପରିସ୍ଥିତିରେ ସୁଶାନ୍ତଙ୍କ ପ୍ରଶଂସକମାନେ କହିଛନ୍ତି ଯେ ‘କଙ୍ଗନା ସ୍ୱାର୍ଥପର। ସେ ନିଜ ସ୍ୱାର୍ଥ ପାଇଁ ସୁଶାନ୍ତଙ୍କ ନାଁ ବ୍ୟବହାର କରୁଛନ୍ତି।’ ତେଣୁ ତାଙ୍କ ଫିଲ୍ମକୁ ବୟକଟ୍ କରିବାକୁ ସେ ଦାବି କରିଛନ୍ତି।
More Power To You All
Let's Continue to #BoycottBollywood #BoycottDhaakad #BhoolBhulaiyaa2
SSR Case Exposed Bollywood pic.twitter.com/RXIdAdotS2
— ANGRY BOT 🦋 🌟 🦋 🌟 🦋 (@United__4SSR) May 19, 2022
#BoycottBollywood each and everyone #BoycottDhaakad
SSR Case Exposed Bollywood pic.twitter.com/P0AxXLgm10— Satya🇮🇳 (@SatyaSSRian1) May 19, 2022
After successfully getting 2 mins FAME from INDIA using SUSHANT name for personal agenda now Kangana had started praising Bollywood (Sushant murderers)
Sb DOGLE bhare hain Bollywood mein#BoycottBollywood
STOP FUNDING BOLLYWOOD#BoycottDhaakad #Dhaakad#BhoolBhulaiyaa2 pic.twitter.com/mhqbLXOib0— Nitika Singh🦋🇮🇳 (@itsNitikaSingh) May 19, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।