ନୂପୁରଙ୍କ ସମର୍ଥନରେ ବାହାରିଲେ କଙ୍ଗନା

ମୁମ୍ବାଇ: ନୂପୁରଙ୍କ ସମର୍ଥନରେ ବାହାରିଲେ ବଲିଉଡ କୁଇନ୍‌ କଙ୍ଗନା ରଣାୱତ। ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ  ଆସିଥିଲେ ନୂପୁର ଶର୍ମା। ଏହାକୁ ନେଇ ତାଙ୍କୁ ଚାରିଆଡୁ ନିନ୍ଦା କରିବା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଯାହା ପରେ ସେ ତାଙ୍କ ବୟାନ ପାଇଁ କ୍ଷମା ମାଗିଛନ୍ତି। ତେବେ ନୂପୁର ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ତାଙ୍କୁ ହତ୍ୟା କରିବାର ଧମକ ମିଳୁଛି। ଏଭଳି ପରିସ୍ଥିତିରେ ଏବେ […]

kangna support Nupur

Madhupriya Mistry
  • Published: Wednesday, 08 June 2022
  • , Updated: 08 June 2022, 11:26 AM IST

ମୁମ୍ବାଇ: ନୂପୁରଙ୍କ ସମର୍ଥନରେ ବାହାରିଲେ ବଲିଉଡ କୁଇନ୍‌ କଙ୍ଗନା ରଣାୱତ। ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ  ଆସିଥିଲେ ନୂପୁର ଶର୍ମା। ଏହାକୁ ନେଇ ତାଙ୍କୁ ଚାରିଆଡୁ ନିନ୍ଦା କରିବା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଯାହା ପରେ ସେ ତାଙ୍କ ବୟାନ ପାଇଁ କ୍ଷମା ମାଗିଛନ୍ତି। ତେବେ ନୂପୁର ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ତାଙ୍କୁ ହତ୍ୟା କରିବାର ଧମକ ମିଳୁଛି। ଏଭଳି ପରିସ୍ଥିତିରେ ଏବେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ ଜଣାଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ।

ସେ ନୂପୁର ଶର୍ମାଙ୍କୁ ମିଳିଥିବା ହତ୍ୟା ଧମକୁ ନିନ୍ଦା କରିଛନ୍ତି। ଏଥିସହ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ସେ କହିଛନ୍ତି, 'ନୂପୁରଙ୍କୁ ତାଙ୍କ ନିଜସ୍ୱ ମତାମତ ରଖିବା ଅଧିକାର ଅଛି। ତାଙ୍କୁ ହତ୍ୟା ଧମକ ମିଳୁଛି। ଯେତେବେଳେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯାଏ, ସେତେବେଳେ ଆମେ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥାଉ। ଏହା ସମସ୍ତଙ୍କ ପାଇଁ ହେବା ଉଚିତ୍। ନିଜକୁ ଡନ୍‌ ବୋଲି ଭାବିବାକୁ ଚେଷ୍ଟା କର ନାହିଁ। ଏହା ଆଫଗାନିସ୍ତାନ ନୁହେଁ। ମୁଁ ସେମାନଙ୍କୁ ସ୍ମରଣ କରାଇଦେବି ଯେଉଁମାନେ ଭୁଲିଯାଇଛନ୍ତି ଯେ ଆମର ଏକ ଭଲ ସରକାର ଅଛି, ଯାହାକୁ ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ନିର୍ବାଚିତ କରାଯାଇଛି।'

କଙ୍ଗନା ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି ସେମାନେ ଚାହାନ୍ତି ତେବେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନୂପୁର ଶର୍ମା ତାଙ୍କୁ ଧମକ ମିଳୁଛି ଏବଂ ତାଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ହଇରାଣ କରାଯାଉଛି ବୋଲି ଅଭିଯୋଗ କରିବାର କିଛି ଘଣ୍ଟା ପରେ ଅଭିନେତ୍ରୀ କଙ୍ଗନାଙ୍କ ଏହି ବିବୃତ୍ତି ଆସିଛି।

ସେପଟେ ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିବା ପରେ ବିଜେପି ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, 'ଏହି ପ୍ରକାରର ଟିପ୍ପଣୀ ଦେବା ବିଜେପିର ମୂଳ ବିଚାର ବିରୋଧୀ।' ତେବେ ବିବାଦ ବଢ଼ିବା ପରେ ଏହି ପୂରା ମାମଲାରେ ନୂପୁର କ୍ଷମା ମଧ୍ୟ ମାଗିସାରିଛନ୍ତି। କାହାର ଧାର୍ମିକ ଭାବନାକୁ ଆଘାତ ଦେବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)

Related story