Advertisment

ଏକତା, କରଣ ଓ କଙ୍ଗନା ପାଇବେ ପଦ୍ମଶ୍ରୀ

ମୁମ୍ବାଇ: ଜାତୀୟ ଫିଲ୍ମ ପୁରସ୍କାର ପରେ ଏବେ ପଦ୍ମଶ୍ରୀ ପୁରସ୍କାର ପାଇବେ ବଲିଉଡର କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ସହ ପ୍ରସିଦ୍ଧ ପିଲ୍ମ ନିର୍ମାତା ଏକତା କପୁର ଓ କରଣ ଜୋହରଙ୍କୁ ମଧ୍ୟ ଏହି ସମ୍ମାନଜକ ପୁରସ୍କାରରେ ସମ୍ମାନୀତ କରାଯିବ। ନିଜ ନିଜ ଫିଲ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏମାନଙ୍କୁ ପୁରସ୍କୃତ କରାଯିବ। ଗତ ବର୍ଷ ଏକତା, କରଣ ଓ କଙ୍ଗନାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଥିଲା। ଏବେ ଆସନ୍ତା ନଭେମ୍ବର ୮ ତାରିଖରେ […]

ଅଦ୍ୟତନ ହୋଇଛି
ଏକତା, କରଣ ଓ କଙ୍ଗନା ପାଇବେ ପଦ୍ମଶ୍ରୀ

Ekta, Kangana and karan

Advertisment

ମୁମ୍ବାଇ: ଜାତୀୟ ଫିଲ୍ମ ପୁରସ୍କାର ପରେ ଏବେ ପଦ୍ମଶ୍ରୀ ପୁରସ୍କାର ପାଇବେ ବଲିଉଡର କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ସହ ପ୍ରସିଦ୍ଧ ପିଲ୍ମ ନିର୍ମାତା ଏକତା କପୁର ଓ କରଣ ଜୋହରଙ୍କୁ ମଧ୍ୟ ଏହି ସମ୍ମାନଜକ ପୁରସ୍କାରରେ ସମ୍ମାନୀତ କରାଯିବ। ନିଜ ନିଜ ଫିଲ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏମାନଙ୍କୁ ପୁରସ୍କୃତ କରାଯିବ।

Advertisment

ଗତ ବର୍ଷ ଏକତା, କରଣ ଓ କଙ୍ଗନାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଥିଲା। ଏବେ ଆସନ୍ତା ନଭେମ୍ବର ୮ ତାରିଖରେ ନୂଆଦିଲ୍ଲୀରେ ଏହି ତିନି ଜଣକଙ୍କୁ ଏହି ପୁରସ୍କାର ଦିଆଯିବ।

ମିଡିଆ ରିପୋର୍ଟ ମୁତାବକ, ଏହା ଏକ ସରକାରୀ ସମାରୋହ। ଏଥିରେ ଭାଗ ନେବା ପାଇଁ ସମସ୍ତ ବିଜେତାଙ୍କୁ ପୂର୍ବରୁ ନିମନ୍ତ୍ରଣ ପଠାଇ ଦିଆଯାଇଛି। ସମସ୍ତ ସେଲେବ୍ରିଟି ଏଠାକୁ ଆସିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି। ଖୁବ୍ ଶୀଘ୍ର କରଣ ଜୋହର, ଏକତା କପୁର ଏବଂ କଙ୍ଗନା ରାଣାୱତ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଯିବେ।

Advertisment

ଏଥି ସହିତ ଏକତା କପୁରଙ୍କୁ ତାଙ୍କ ପିତା ଜିତେନ୍ଦ୍ରଙ୍କ ସହ ଏହି ସମାରୋହରେ ଦେଖିବାକୁ ମିଳିବ। ଏକତା ଚାହୁଁଛନ୍ତି ଯେ ତାଙ୍କ ପିତା ଆଇକନିକ୍ ମୁହୂର୍ତ୍ତକୁ ଲାଇଭ୍ ଦେଖନ୍ତୁ। ଏଥିପାଇଁ ସମସ୍ତ ଆବଶ୍ୟକୀୟ ଔପଚାରିକତା ସରଛି।

ପଦ୍ମଶ୍ରୀ ମିଳିବା ନେଇ କଙ୍ଗନାଙ୍କ ନାଁ ଘୋଷଣା ହେବା ପରେ ସେ କହିଥିଲେ, 'ମଁ ବେଶ୍‌ ବନମ୍ର ଏବଂ ଅଧିକ ସମ୍ମାନୀତ ଅନୁଭବ କରୁଛି। ଏହି ସମ୍ମାନ ପାଇଁ ନିଜ ଦେଶକୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ଏଥିସହ ମୋ ପୁରସ୍କାରକୁ ସେହି ପ୍ରତିଟି ମହିଳାଙ୍କୁ ସମର୍ପିତ କରିବାକୁ ଚାହୁଁଛି, ଯେଉଁମାନେ ସ୍ୱପ୍ନ ଦେଖିବା ପାଇଁ ସାହତ ରଖନ୍ତି।'

Karan Johar Kangana Ranaut Ekta Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe