କଙ୍ଗନାଙ୍କ 'ଏମରଜେନ୍ସି'କୁ ନେଇ ଆପତ୍ତି, ଗାନ୍ଧି ପରିବାରକୁ ବଦନାମ କରିବାକୁ ଚେଷ୍ଟା

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ଏଥର ତାଙ୍କ ଫିଲ୍ମକୁ ନେଇ ଉଠିଛି ଆପତ୍ତି। କଂଗ୍ରେସ ତାଙ୍କ ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସିକୁ ନେଇ ଆପିତ୍ତି ଉଠାଇଛି। ଏହି ଫିଲ୍ମ ଜରିଆରେ କଙ୍ଗନା ନେହେରୁ ଓ ଗାନ୍ଧିଙ୍କ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ଅଭିଯୋଗ ଆସିଛି। ମଧ୍ୟପ୍ରଦେଶ ଭୋପାଲର କଂଗ୍ରେସ ବିଧାୟକ ପିସି ଶର୍ମା ଏଭଳି କିଛି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘କଙ୍ଗନା ରଣାୱତ ବିଜେପିର ଅଘୋଷିତ ମୁଖପାତ୍ର ଭାବେ […]

Kangana Ranaut

Kangana Ranaut

Madhupriya Mistry
  • Published: Saturday, 23 July 2022
  • Updated: 23 July 2022, 03:20 PM IST

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ଏଥର ତାଙ୍କ ଫିଲ୍ମକୁ ନେଇ ଉଠିଛି ଆପତ୍ତି। କଂଗ୍ରେସ ତାଙ୍କ ଅପ୍‌କମିଂ ଫିଲ୍ମ 'ଏମରଜେନ୍ସିକୁ ନେଇ ଆପିତ୍ତି ଉଠାଇଛି। ଏହି ଫିଲ୍ମ ଜରିଆରେ କଙ୍ଗନା ନେହେରୁ ଓ ଗାନ୍ଧିଙ୍କ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ଅଭିଯୋଗ ଆସିଛି।

ମଧ୍ୟପ୍ରଦେଶ ଭୋପାଲର କଂଗ୍ରେସ ବିଧାୟକ ପିସି ଶର୍ମା ଏଭଳି କିଛି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, 'କଙ୍ଗନା ରଣାୱତ ବିଜେପିର ଅଘୋଷିତ ମୁଖପାତ୍ର ଭାବେ ପୂର୍ବରୁ ଅନେକ ବୟାନ ଦେଇ ଆସିଛନ୍ତି। ଏବେ ଯେପରି ଭାବେ ତାଙ୍କୁ 'ଏମରଜେନ୍ସି' ଫିଲ୍ମରେ ଲିଡ୍‌ ରୋଲ୍‌ ଦିଆଯାଇଛି, ତାକୁ ଦେଖି ଲାଗୁଛି ଯେ ସେ ଏହି ଫିଲ୍ମ ଜରିଆରେ ନେହରୁ-ଗାନ୍ଧି ପରିବାରର ଭାବମୂର୍ତ୍ତି ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି।'

କମଲ ନାଥ ସରକାରରେ ମନ୍ତ୍ରୀ ରହି ସରିଥିବା ଶର୍ମା କହିଛନ୍ତି ଯେ ରିଲିଜ ହେବା ପୂର୍ବରୁ ସେନସର ବୋର୍ଡ ଏହି ଫିଲ୍ମର ଦୃଶ୍ୟକୁ ଭଲଭାବେ ଦେଖିବା ଉଚିତ। ଯଦିଓ ଫିଲ୍ମ ମାଧ୍ୟମରେ ନେହରୁ-ଗାନ୍ଧୀ ପରିବାର ଉପରେ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରାଯିବ, କିନ୍ତୁ ନେହରୁ-ଗାନ୍ଧି ପରିବାରର ବଳିଦାନ ଏବଂ ଦେଶର ବିକାଶରେ ସେମାନଙ୍କର ଅବଦାନକୁ ଦେଶର ଲୋକମାନେ ଭଲଭାବେ ଜାଣିଛନ୍ତି।

ସେପଟେ କଂଗ୍ରେସର ଏହି ଅଭିଯୋଗକୁ ନେଇ ବିଜେପି ଜବାବ ରଖିଛି। ବିଜେପି ମୁଖପାତ୍ର ରାଜପାଳ ସିସୋଦିଆ କହିଛନ୍ତି, 'ପୂର୍ବତମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶାସନ କାଳରେ ହିଁ ଦେଶରେ ଏମରଜେନ୍ସି ଲାଗୁ କରାଯାଇଥିଲା। ସେ ହିଁ ଏହାର ନାୟିକା ଥିଲେ। ଏଥିପାଇଁ କଂଗ୍ରେସ ଏହି ଫିଲ୍ମକୁ ନେଇ ଆପତ୍ତି ଉଠାଉଛି। କଂଗ୍ରେସ ଜାଣେ ଯେ ଦେଶର ଗଣତନ୍ତ୍ରରେ ଜରୁରୀକାଳୀନ ପରିସ୍ଥିତି ଏକ କଳା ଚିହ୍ନ ଥିଲା ଏବଂ ଏହି ଫିଲ୍ମ ମାଧ୍ୟମରେ ସେମାନଙ୍କ ଦଳର ଅସଲମୁଖା ପଦାରେ ପଡିପାରେ।'

ଏହାପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ ଉପ-ସଭାପତି ସଂଗୀତା ଶର୍ମା ଏହି ଫିଲ୍ମକୁ ନେଇ ଆପତ୍ତି ଉଠାଇଥିଲେ। ସେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। କଙ୍ଗନାଙ୍କ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିବାକୁ ନେଇ ସେ ବିରୋଧ କରିଥିଲେ। ଫିଲ୍ମ ରିଲିଜ ହେବା ପୂର୍ବରୁ ସେମାନଙ୍କୁ ଦେଖାଇବାକୁ ସେ ଦାବି କରିଥିଲେ।

'ଏମରଜେନ୍ସି' ଫିଲ୍ମର ନିର୍ମାଣ କଙ୍ଗନା ରଣାୱତ ହିଁ କରୁଛନ୍ତି। ସେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ମଧ୍ୟ ଅଛନ୍ତି। ଫିଲ୍ମଟି ୧୯୭୫ରୁ ୧୯୭୭ ମଧ୍ୟରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ପ୍ରଦର୍ଶନ କରିବ। ଏହାପୂର୍ବରୁ କଙ୍ଗନାଙ୍କୁ 'ଥଲାଇଭି' ଫିଲ୍ମରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଭୂମିକାର ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos