Advertisment

କଙ୍ଗନାଙ୍କୁ ମିଳିଲା ହତ୍ୟା ଧମକ

ଧମକ ମିଳିବା ପରେ ପୁଲିସର ସହାୟତା ଲୋଡିଛନ୍ତି କଙ୍ଗନା ରଣାଓ୍ୱତ।

author-image
Madhupriya Mistry
Kangana Ranaut

Kangana Ranaut

ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତଙ୍କୁ ହତ୍ୟା ଧମକ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଯେଉଁ ଭଳି ହତ୍ୟା କରାଯାଇଥିବା ସେହିଭଳି କଙ୍ଗନାଙ୍କୁ ଜୀବନରେ ମାରିବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ଶିଖ ସଙ୍ଗଠନ ତାଙ୍କୁ ଧମକ ଦେଇଛି। ତାଙ୍କ ଅପ୍‌କମିଂ ଫିଲ୍ମ 'ଏମରଜେନ୍ସି'ରେ ଟ୍ରେଲର ରିଲିଜ ହେବା ପରଠାରୁ ତାଙ୍କୁ ଏହି ଧମକ ମିଳିଛୁ।

Advertisment

ଜଣେ ଖ୍ରୀଷ୍ଟିଆନ୍‌ରୁ ନିହଙ୍ଗା ଶିଖ ପାଲଟିଥିବା ବିକି ଥମସ ସିଂହ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ କଙ୍ଗନାଙ୍କୁ ସେ ଖୋଲାଖୋଲି ଭାବେ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି, 'ଯଦି ଏହି ଫିଲ୍ମରେ ମୃତ ଖଲିସ୍ତାନୀ ହିରୋ ଜର୍ଣ୍ଣେଲ ସିଂହ ଭିଣ୍ଡରାବାଲେଙ୍କୁ ଆତଙ୍କବାଦୀ ଭାବରେ ଚିତ୍ରଣ କରାଯାଇଛି, ତେବେ ଇନ୍ଦିରା ଗାନ୍ଧୀଙ୍କ ସହିତ କ’ଣ ଘଟିଛି ତାହା ମନେ ରଖନ୍ତୁ, ଯାହାର ଫିଲ୍ମ ଆପଣ ତିଆରି କରୁଛନ୍ତି? ଯେଉଁମାନେ ନିଜ ମୁଣ୍ଡ ଅର୍ପଣ କରିପାରନ୍ତି ସେମାନେ ମୁଣ୍ଡ ମଧ୍ୟ କାଟିପାରନ୍ତି।'

ସେପଟେ ଏହି ଧମକ ମିଳିବା ପରେ କଙ୍ଗନା ରଣାଓ୍ୱତ ପୁଲିସର ସହାୟତା ଲୋଡିଛନ୍ତି। ପୁଲିସକୁ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି। ସୋଶାଲ ମିଡିଆରେ ଉକ୍ତ ଧମକ ଭିଡିଓକୁ ସେୟାର କରି କଙ୍ଗନା ଲେଖିଛନ୍ତି "Please look into this,"। ଏଥିସହ ସେ ଏହି ଭିଡିଓକୁ ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ପଞ୍ଜାବ ପୁଲିସକୁ ଟ୍ୟାଗ ମଧ୍ୟ କରିଛନ୍ତି।

Advertisment

ଅନ୍ୟପଟେ ଅନେକ ଶିଖ ସଙ୍ଗଠନ କଙ୍ଗନାଙ୍କ ଫିଲ୍ମ ' ଏମରଜେନ୍ସି'କୁ ବ୍ୟାନ୍‌ କରିବାକୁ ମଧ୍ୟ ଦାବି କରିଛନ୍ତି। ସଂଗଠନ ଅନୁଯାୟୀ, ଫିଲ୍ମରେ ଶିଖ ସମ୍ପ୍ରଦାୟକୁ ଖରାପ ଚିତ୍ରଣ କରିବାକୁ ଉଦ୍ୟମ କରାଯାଇଛି। ତେଣୁ ଏହାକୁ ବ୍ୟାନ୍‌ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। SGPC କହିଛି ଯେ ଜର୍ଣ୍ଣେଲ ସିଂହ ଭିଣ୍ଡରାବାଲେଙ୍କୁ ସମ୍ପ୍ରଦାୟର ସହିଦ ଘୋଷିତ କରାଯାଇଛି ଏବଂ ସମଗ୍ର ଶିଖ ସମ୍ପ୍ରଦାୟକୁ ବିଚ୍ଛିନ୍ନତାବାଦୀ କହିବା ଭୁଲ ଅଟେ।

କହିରଖୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧିଙ୍କ ଶାସନ କାଳରେ ଦେଶରେ ଲାଗୁ ହୋଇଥିବା ଏମରଜେନ୍ସି ଉପରେ କଙ୍ଗନାଙ୍କ ଏହି ଫିଲ୍ମ ଆଧାରିତ। ଏହି ଫିଲ୍ମର ବର୍ତ୍ତମାନ କେବଳ ଟ୍ରେଲର ହିଁ ରିଲିଜ ହୋଇଛି। ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଏହା ପରଦାକୁ ଆସିବ।

Bollywood Kangana Ranaut