ମୁଁ ମାଡମ୍‌ ନୁହେଁ ସାର୍‌: କଙ୍ଗନା

ମୁମ୍ବାଇ: ‘ମୁଁ ମାଡମ୍‌ ନୁହେଁ ସାର୍‌। ଆମେରିକାର ପ୍ରେସିଡେଣ୍ଟକୁ କହିଦେବ ମୋତେ ମୋ ଅଫିସରେ ସମସ୍ତେ ମ୍ୟାଡମ୍‌ ନୁହେଁ ସାର୍‌ କୁହନ୍ତି।’ ଏଭଳି କିଛି ଦମ୍‌ଦାର ଡାଏଲଗ୍‌ ସହ ନୂଆ ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ରାଣୀ ଝାନ୍ସୀ ବାଇ, ଜୟଲଳିତା ପରେ ଏବେ ସେ ସାଜିଛନ୍ତି ଇନ୍ଦିରା ଗାନ୍ଧି। ନୂଆ ଲୁକ୍‌ରେ ଫ୍ୟନ୍‌ମାନଙ୍କୁ ଦେଇଛନ୍ତି ସର୍‌ପ୍ରାଇଜ୍‌। ଦେଶର ସବୁଠୁ ଶକ୍ତିଶାଳୀ ମହିଳା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ […]

Kangana ranaut

Madhupriya Mistry
  • Published: Thursday, 14 July 2022
  • , Updated: 14 July 2022, 04:44 PM IST

ମୁମ୍ବାଇ: 'ମୁଁ ମାଡମ୍‌ ନୁହେଁ ସାର୍‌। ଆମେରିକାର ପ୍ରେସିଡେଣ୍ଟକୁ କହିଦେବ ମୋତେ ମୋ ଅଫିସରେ ସମସ୍ତେ ମ୍ୟାଡମ୍‌ ନୁହେଁ ସାର୍‌ କୁହନ୍ତି।' ଏଭଳି କିଛି ଦମ୍‌ଦାର ଡାଏଲଗ୍‌ ସହ ନୂଆ ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ରାଣୀ ଝାନ୍ସୀ ବାଇ, ଜୟଲଳିତା ପରେ ଏବେ ସେ ସାଜିଛନ୍ତି ଇନ୍ଦିରା ଗାନ୍ଧି। ନୂଆ ଲୁକ୍‌ରେ ଫ୍ୟନ୍‌ମାନଙ୍କୁ ଦେଇଛନ୍ତି ସର୍‌ପ୍ରାଇଜ୍‌। ଦେଶର ସବୁଠୁ ଶକ୍ତିଶାଳୀ ମହିଳା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ନଜର ଆସିଛନ୍ତି କଙ୍ଗନା।

ରିଲିଜ ହୋଇଛନ୍ତି ଅପ୍‌କମିଂ ଫିଲ୍ମ 'ଏମରଜେନ୍ସି'ର ଟିଜର। ଏଥିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଦେଖିବାକୁ ମିଳିଛି। ଫିଲ୍ମର ଟିଜର ଏକ ଫୋନ୍ କଲ୍‌ରୁ ଆରମ୍ଭ ହୋଇଛି । କଙ୍ଗନାଙ୍କୁ ପଛରୁ ଦେଖିବାକୁ ମିଳିଛି । ଏଥିରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଛନ୍ତି। ସେ ଆମେରିକାର ରାଷ୍ଟ୍ରପତିଙ୍କୁ ବାର୍ତ୍ତା ପଠାଇବାକୁ ଯାଇ କହୁଛନ୍ତି, 'ଅଫିସରେ ତାଙ୍କୁ ମାଡମ୍‌ ନୁହଁ ସାର୍‌ ବୋଲି କୁହନ୍ତି।'

ରିଲିଜ ହୋଇଥିବା ଟିଜରରେ କଙ୍ଗନାଙ୍କୁ ଲୁକ୍ସ, ଏକ୍ସପ୍ରେସନ ଓ ତାଙ୍କର ଭଏସ୍‌ ପୂରାପୁରି ଇନ୍ଦିରା ଗାନ୍ଧିଙ୍କ ମ୍ୟାଚ୍‌ କରିବାକୁ ଚେଷ୍ଟା କରାଯାଇଛି। କେବଳ ସେତିକି ନୁହେଁ କଙ୍ଗନା ପୂରା ପାଖାପଖି ଇନ୍ଦିରା ଗାନ୍ଧିଙ୍କ ଭଳି ହିଁ ଦେଖାଯାଉଛନ୍ତି। ହଠାତ୍‌ ଦେଖିଲେ ତାଙ୍କୁ ଚିହ୍ନବା ମୁସ୍‌କିଲ୍‌ ଲାଗୁଛି।

କଙ୍ଗନାଙ୍କ ଏହି ଲୁକ୍‌କୁ ସୋଶାଲ ମିଡିଆରେ ଜବରଦସ୍ତ ପ୍ରଶଂସା କରାଯାଉଛି। ଫ୍ୟାନ୍‌ମାନେ ତାଙ୍କୁ ଇନ୍ଦିରା ଗାନ୍ଧିଙ୍କ ଲୁକ୍‌ରେ ଖୁବ୍‌ ପସନ୍ଦ କରୁଛନ୍ତି। ବଲିଉଡ କୁଇନ୍‌ ଏହି ଫିଲ୍ମ ଜରିଆରେ ବକ୍ସ ଅଫିସରେ ଧମାଲ କରିବେ ବୋଲି ଲୋକେ ଆଶା କରୁଛନ୍ତି। ଏହି ଫିଲ୍ମ ଜରିଆରେ କଙ୍ଗନା ପୁଣି ଥରେ ନ୍ୟାସନାଲ ଫିଲ୍ମ ଆୱାର୍ଡ ଜିତିବେ ବୋଲି ଅନେକ ୟୁଜର୍ସ କହୁଛନ୍ତି।

ସୋସିଆଲ ମିଡିଆରେ କଙ୍ଗନା ଏହି ଫିଲ୍ମ ବିଷୟରେ ବହୁତ କିଛି ଲେଖିଛନ୍ତି। ସେ ଲେଖିଛନ୍ତି ଯେ 'ମୁଁ ପ୍ରାୟ ଏକ ବର୍ଷ ଧରି ଏହା ଉପରେ କାମ କରୁଛି। ବର୍ତ୍ତମାନ ମୋତେ ଲାଗୁଛି ଯେ ଏହି ଚଳଚ୍ଚିତ୍ର ପାଇଁ ମୋ ଅପେକ୍ଷା ଭଲ ନିର୍ଦ୍ଦେଶକ ଆଉ କେହି ହୋଇପାରିବେ ନାହିଁ।'

ଫିଲ୍ମ 'ଏମରଜେନ୍ସି'କୁ ରିତେଶ ଶାହ ଲେଖିଛନ୍ତି। ବଡ କଥା ହେଉଛି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଖୋଦ୍‌ କଙ୍ଗନା ସମ୍ଭାଳିଛନ୍ତି। କେବଳ ସେତିକି ନୁହେଁ ସେ ଏହାର କୋ-ପ୍ରଡ୍ୟୁସର୍‌ ମଧ୍ୟ। ମଣିକର୍ଣ୍ଣିକାଙ୍କ ପରେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହା ହେଉଛି ଦ୍ୱିତୀୟ ଫିଲ୍ମ। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ରାଜନୈତିକ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମରେ ଅନୁପମ ଖେର୍‌ଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ୨୦୨୩ ରେ ଫିଲ୍ମଟି ପରଦାକୁ ଆସିବ।

 

View this post on Instagram

 

A post shared by Kangana Ranaut (@kanganaranaut)

Related story