Advertisment

‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ

ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।

Kangana

Kangana

Advertisment

ଅଭିନେତ୍ରୀରୁ ବିଜେପି ସାଂସଦ ହୋଇଥିବା କଙ୍ଗନା ରାଣାୱତ ନିଜର ପରବର୍ତ୍ତୀ ସିନେମା ଏମର୍ଜେନ୍ସିର ରିଲିଜକୁ ନେଇ ବେଶ ଉତ୍ସାହିତ। ସେ ଏହି ଫିଲ୍ମ ଦେଖିବାକୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିମନ୍ତ୍ରଣ କରିଥିବା ତଥ୍ୟ ସାର୍ବଜନୀନ କରିଛନ୍ତି। ଏମର୍ଜେନ୍ସି ସିନେମା ୧୯୭୫ରୁ ୧୯୭୭ ମଧ୍ୟରେ ୨୧ ମାସ ଯାଏ ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଲାଗୁ କରିଥିବା ଏମର୍ଜେନ୍ସି ଉପରେ ଆଧାରିତ।

Advertisment

ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ କଙ୍ଗନା କହିଛନ୍ତି, “ମୁଁ ସଂସଦରେ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲି। ପ୍ରଥମ ଭେଟରେ ମୁଁ ତାଙ୍କୁ ଏମର୍ଜେନ୍ସି ସିନେମା ଦେଖିବାକୁ ନିମନ୍ତ୍ରଣ କରିଥିଲି।

ସେ ବେଶ ବିନମ୍ର ରହିଥିଲେ। ସେ କହିଥିଲେ, ସମ୍ଭବତଃ ଦେଖିବି। ତେଣୁ ସେମାନେ ସିନେମା ଦେଖୁଛନ୍ତି କି ନାହିଁ, ଦେଖାଯାଉ। ମୁଁ ଭାବୁଛି ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସିନେମା। ଗୋଟିଏ ଘଟଣା ଓ ଜଣଙ୍କ ବ୍ୟକ୍ତିତ୍ୱକୁ ନେଇ ଅଭିନୟ କରିବା ବେଶ ଚ୍ୟାଲେଞ୍ଜିଂ। ମୁଁ ବେଶ ସମ୍ମାନର ସହ ଶ୍ରୀମତୀ ଗାନ୍ଧିଙ୍କୁ ସ୍କ୍ରିନରେ ଦେଖାଇବାକୁ ଚେଷ୍ଟା କରିଛି। କାରଣ ତାଙ୍କ ଉପରେ ମୁଁ ବହୁତ ରିସର୍ଚ୍ଚ କରିଛି।”

Advertisment

କଙ୍ଗନା କହିଛନ୍ତି ଯେ ଇନ୍ଦିରା ଗାନ୍ଧି ଜଣେ ଭଲ ନେତା ମଧ୍ୟ ଥିଲେ। ତାଙ୍କୁ ଲୋକମାନେ ଭଲ ମଧ୍ୟ ପାଉଥିଲେ। ୩ ଥର ପ୍ରଧାନମନ୍ତ୍ରୀ ହେବା ଗୋଟିଏ ସାଧାରଣ କଥା ନୁହେଁ।

Kangana Ranaut Priyanka Gandhi Vadra Emergency
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe