kkkkk
ମୁମ୍ୱାଇ : ଗତକାଲି ମୁମ୍ୱାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହ ତୁଳନା କରିବା ପରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଆଜି ପୁଣିଥରେ ସୋଶାଲ ମିଡିଆରେ ସମସ୍ତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଏକ ଟ୍ୱିଟ୍ କରି କଙ୍ଗନା ୯ ସେପ୍ଟେମ୍ୱରକୁ ମୁମ୍ୱାଇ ଆସିବେ ବୋଲି ଲେଖିଛନ୍ତି।
ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ଦେଖୁଛି ସୋଶାଲ ମିଡିଆରେ ଅନେକ ଲୋକ ମୋତେ ଧମକ ଦେଉଛନ୍ତି ଯେ ମୁମ୍ୱାଇ ଆଉ ଥରେ ଫେରନାହିଁ। ମୁଁ ନିଷ୍ପତ୍ତି ନେଇଛି ଯେ ମୁମ୍ୱାଇ ଯିବି। ସେପ୍ଟେମ୍ୱର ୯ ତାରିଖରେ ମୁଁ ମୁମ୍ୱାଇରେ ପହଞ୍ଚିବି। ମୁମ୍ୱାଇ ଏୟାରପୋର୍ଟରେ ପହଞ୍ଚିବା ପରେ ମୁଁ ଟାଇମ୍ ମଧ୍ୟ ପୋଷ୍ଟ କରିବି। ଯଦି କାହା ବାପାର ସାହସ ଅଛି, ତେବେ ମୋତେ ଅଟକାଇ ଦେଖାଅ।
କଙ୍ଗନାଙ୍କର ଏହି ଟ୍ୱିଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି। କିଛି ୟୁଜର ତାଙ୍କୁ ସପୋର୍ଟ କରୁଥିବା ବେଳେ ଅନ୍ୟ କିଛି ଓଲଟାସିଧା କମେଣ୍ଟ ଦେବାରେ ଲାଗିଛନ୍ତି।
କଙ୍ଗନାଙ୍କର ଏହି ଚ୍ୟାଲେଞ୍ଜ ପରେ ଶିବସେନା ନେତା ସଞ୍ଜୟ ରାୱତ ପ୍ରତିକ୍ରିୟାରେ କହିଛନ୍ତି, କଙ୍ଗନା ଜଣେ ପାଗେଳି। ଯେଉଁ ଥାଳିରେ ଖାଉଛନ୍ତି, ସେଥିରେ ସେ ଛେପ ପକାଉଛନ୍ତି। ଏଥିରେ ତାଙ୍କୁ କିଛି ରାଜନୈତିକ ଦଳ ସାହାଯ୍ୟ କରୁଛନ୍ତି। ତାଙ୍କୁ ପିଓକେ ପଠାଇଦିଅ। ପିଓକେ ଯିବାର ତାଙ୍କର ଦୁଇଦିନିଆ ଖର୍ଚ୍ଚ ସରକାର ବହନ କରୁନ୍ତୁ। ଯଦି ସରକାର ତାଙ୍କ ଟ୍ରିପର ଖର୍ଚ୍ଚ ବହନ କରିପାରିବେ ନାହିଁ, ତେବେ ଆମେ ସମସ୍ତ ଖର୍ଚ୍ଚ ଉଠାଇବୁ। ପିଓକେ ଭାରତର ଅଂଶ ବୋଲି ଭାରତ ସରକାର କହିସାରିଛନ୍ତି। ତେବେ କଙ୍ଗନା କେଉଁ ପିଓକେ କଥା କହୁଛନ୍ତି। ପିଓକେରେ ମୋଦି ସର୍ଜିକାଲ୍ ଷ୍ଟ୍ରାଇକ୍ ମଧ୍ୟ କରିସାରିଛନ୍ତି। ତେବେ କଙ୍ଗନା କାହା ପଟେ ଅଛନ୍ତି ? ଆତଙ୍କବାଦୀଙ୍କ ସହିତ ରହିଛନ୍ତି କି? ଯଦି ଏପରି ତେବେ କଙ୍ଗନାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ।
ସୂଚନାଯୋଗ୍ୟ, କିଛିଦିନ ତଳେ କଙ୍ଗନା କହିଥିଲେ ମୁଁ ମୁମ୍ୱାଇ ପୁଲିସକୁ ଭୟ କରୁଛି। ମୁମ୍ୱାଇ ପୁଲିସ କୌଣସି ‘ମୁଭି ମାଫିଆ’ଠାରୁ କମ୍ ନୁହେଁ। ଏଥିପାଇଁ ସେ ହରିୟାଣା ପୁଲିସ ଓ କେନ୍ଦ୍ର ସରକାରଙ୍କୁ ସୁରକ୍ଷା ମାଗିଥିଲେ।
କଙ୍ଗନାଙ୍କର ଏହି ମନ୍ତବ୍ୟ ପରେ ଶିବସେନା ଏମ୍ପି ସଞ୍ଜୟ ରାୱତ କହିଥିଲେ, କଙ୍ଗନା ମୁମ୍ୱାଇ ପୁଲିସକୁ ଅପମାନ କରିଛନ୍ତି। ସେ ଯଦି ମୁମ୍ୱାଇ ପୁଲିସକୁ ଏତେ ଭୟ କରୁଛନ୍ତି, ତେବେ ମୁମ୍ୱାଇ ଆସନ୍ତୁ ନାହିଁ। ଯାହାର ଉତ୍ତରରେ କଙ୍ଗନା ମୁମ୍ୱାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିଥିଲେ। କଙ୍ଗନାଙ୍କର ଏହି ବୟାନ୍ ପରେ ମୁମ୍ୱାଇବାସୀ ତାଙ୍କୁ ଟ୍ୱିଟରରେ ଟ୍ରୋଲ କରିବା ଦେଖିବାକୁ ମିଳିଥିଲା। କିଛି ୟୁଜର #କଙ୍ଗନା_ପାଗଲ୍_ହୈ ନାମରେ ଟ୍ରେଣ୍ଡ ମଧ୍ୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/kkkkk.jpg)