Advertisment

ବିଚରା ଆମୀର ଖାନ୍‌…ଏମିତି କହି କଟାକ୍ଷ କଲେ କଙ୍ଗନା

ଏବେ ଆମୀର ଖାନ୍‌ଙ୍କୁ କଟାକ୍ଷ କରିଛନ୍ତି କଙ୍ଗନା। ସେ ଟ୍ୱିଟ୍‌ କରି ଆମୀରଙ୍କ ଉପରେ ବର୍ଷିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Kangana ranaut and Aamir khan

Kangana ranaut and Aamir khan

ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ୱତ। ପ୍ରାୟତଃ ସେ ଫିଲ୍ମ ଅପେକ୍ଷା ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। କୌଣସି ରାଜନେତା ହୁଅନ୍ତୁ ଅବା ବଲିଉଡ ଷ୍ଟାର୍‌ ସେ କାହାକୁ ବି ଛାଡ଼ନ୍ତି ନାହିଁ। ଏହି ତାଲିକାରେ ଏବେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ନାଁ ସାମିଲ ହୋଇଛି। ଏବେ କଙ୍ଗନା ଆମୀର ଖାନ୍‌ଙ୍କୁ କଟାକ୍ଷ କରିଛନ୍ତି। ସେ ଟ୍ୱିଟ୍‌ କରି ଆମୀରଙ୍କ ଉପରେ ବର୍ଷିଛନ୍ତି।

Advertisment

ନିକଟରେ ଲେଖକ ଶୋଭା ଦେ'ଙ୍କ ଭୂମିକା ପାଇଁ କିଏ ସବୁଠାରୁ ଭଲ ଅଭିନେତ୍ରୀ? ବୋଲି ଆମୀର ଖାନଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ ଆମୀର ଖାନ ବଲିଉଡର ସେଲିବ୍ରିଟି ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ନାଁ ରଖିଥିଲେ।

Advertisment

ଆମୀର କହିଥିଲେ, ଏହି ଅଭିନେତ୍ରୀ ଶୋଭା ଦେ'ଙ୍କ ଭୂମିକାରେ ବହୁତ ଭଲ ଅଭିନୟ କରିପାରନ୍ତି। କିନ୍ତୁ ଶୋଭା ଦେ' ଆମୀର ଖାନଙ୍କୁ ଅଟକାଇ କହିଥିଲେ ଯେ ଆପଣ ଜଣେ ଅଭିନେତ୍ରୀଙ୍କ ନାଁ ଭୁଲିଯାଉଛନ୍ତି। ତାହା ହେଉଛି କଙ୍ଗନା ରାଣାୱତ। ଶୋଭା ଦେ' ମନେପକାଇବା ପରେ ସ୍ମାରକ ପରେ ଆମୀର କଙ୍ଗନାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, 'ହଁ, କଙ୍ଗନା ମଧ୍ୟ ଏହି ଭୂମିକାରେ ଭଲ ଭାବେ ଅଭିନୟ କରିପାରିବେ।'

ଆମୀରଙ୍କ ଏହି ଉତ୍ତର ଶୁଣି ଏବେ କଙ୍ଗନା ତାଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି। ସେ ଟ୍ୱିଟ୍‌ କରି ବିଚରା ଆମୀର ଖାନ୍‌ ବୋଲି ଲେଖିଛନ୍ତି। ଏଥିସହ ଆମୀରଙ୍କ ସେହି ବୟାନର ଭିଡିଓକୁ ଟ୍ୱିଟ୍‌ କରି କହିଛନ୍ତି, 'ବିଚରା ଆମୀର ଖାନ୍‌ ହା ହା...ସେ ଦେଖାଇବାକୁ ଚେଷ୍ଟା କରିଥିଲେ ଯେପରି ସେ ଜାଣନ୍ତି ନାହିଁ ଯେ ମୁଁ ଏକମାତ୍ର ଅଭିନେତ୍ରୀ ଯିଏ ତିନିଥର ଜାତୀୟ ପୁରସ୍କାର ଜିତିଛି। ସେ ଉଲ୍ଲେଖ କରିଥିବା ଅଭିନେତ୍ରୀଙ୍କ ମଧ୍ୟରୁ କେହି ଏହି ପୁରସ୍କାର ପାଇ ନାହାନ୍ତି। ଧନ୍ୟବାଦ @DeShobhaa ji ମୁଁ ଆପଣଙ୍କ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରିବି।'

କଙ୍ଗନା ଆହୁରି କହିଛନ୍ତି, 'ଶୋଭା ଜୀ ଓ ମୋର ରାଜନୈତିକ ଦୃଷ୍ଟିକୋଣ ମେଳ ନ ହୋଇପାରେ, କିନ୍ତୁ ସେ ମୋର କାମ, ପରିଶ୍ରମ ଏବଂ ନିଷ୍ଠାକୁ ପ୍ରଶଂସା କରିବା ଭୁଲନ୍ତି ନାହିଁ। ଏହା ଜଣଙ୍କର ମୂଲ୍ୟବୋଧ ପ୍ରଦର୍ଶିତ କରିଥାଏ। ଆପଣଙ୍କୁ ଆପଣଙ୍କର ନୂଆ ପୁସ୍ତକ ପାଇଁ ଶୁଭେଚ୍ଛା। କ୍ଷମା କରିବେ, ମୋ ପାଖରେ ପୂର୍ବରୁ ୪ଟି ଜାତୀୟ ପୁରସ୍କାର ଏବଂ ଗୋଟିଏ ପଦ୍ମଶ୍ରୀ ପୁରସ୍କାର ଅଛି। ଯଦିଓ ମୋର କେତେ ପୁରସ୍କାର ଅଛି ତାହା ମୋର ମନେ ନଥିଲା, ମୋର ପ୍ରଶଂସକମାନେ ମୋତେ ମନେ ପକାଇଦେଇଛନ୍ତି।'

ଉଲ୍ଲେଖଯୋଗ୍ୟ, କଙ୍ଗନା ଆମୀର ଖାନ୍‌ଙ୍କୁ ନେଇ କରିଥିବା ଏହି କଟାକ୍ଷ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଆମୀର କିନ୍ତୁ କଙ୍ଗନାଙ୍କ ଏହି କଟାକ୍ଷାର କୌଣସି ଜବାବ ଏଯାଏଁ ଦେଇନାହାନ୍ତି।

Bollywood News Kangana Ranaut Aamir Khan