kangana
ମୁମ୍ୱାଇ : ଅଭିନେତ୍ରୀ କଙ୍ଗନା ରାଣାୱତ୍ ବଲିଉଡ୍ରେ ଡ୍ରଗ୍ସ ସହିତ ଥିବା କନେକ୍ସନ୍କୁ ନେଇ ତଥ୍ୟ ଦେବାକୁ ଚାହୁଁଛନ୍ତି। ଏବେ କଙ୍ଗନା କରିଥିବା କିଛି ଟ୍ୱିଟସ୍ ସାମ୍ନାକୁ ଆସିଛି। ବଲିଉଡ୍ରେ କେଉଁ ପପୁଲାର୍ ଡ୍ରଗସ୍ ଅଧିକ ବ୍ୟବହାର କରାଯାଇଥାଏ, ଏହି ଟ୍ୱିଟ୍ରେ କଙ୍ଗନା ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ, ସେ ନାର୍କୋଟିକ୍ସ ଡିପାର୍ଟମେଣ୍ଟକୁ ସାହାଯ୍ୟ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି, ହେଲେ ଏହା ପରିବର୍ତ୍ତେ ସେ କେନ୍ଦ୍ର ସରକାରଙ୍କଠାରୁ ସୁରକ୍ଷା ଚାହୁଁଛନ୍ତି। ଏବେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ ମଧ୍ୟ କଙ୍ଗନାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି।
ଟ୍ୱିଟରେ କଙ୍ଗନା ଲେଖିଛନ୍ତି, ‘ଫିଲ୍ମ ଇଣ୍ଡଷ୍ଟ୍ରୀରେ ସବୁଠାରୁ ପପୁଲାର୍ ଡ୍ରଗ୍ ହେଉଛି କୋକେନ୍। ଏହି ଡ୍ରଗସ୍ ପାଖାପାଖି ସବୁ ହାଉସ୍ ପାର୍ଟିରେ ବ୍ୟବହାର କରାଯାଇଥାଏ। ଏହି ଡ୍ରଗ୍ର ଦାମ୍ ବହୁତ ଅଧିକ। ଯେବେ ଆରମ୍ଭରେ ଆପଣ କୌଣସି ବଡ଼ ହାଉସ୍ ପାର୍ଟିକୁ ଯାଇଥା’ନ୍ତି, ଏହି ଡ୍ରଗ୍ ଆପଣଙ୍କୁ ମାଗଣାରେ ଦିଆଯାଇଥାଏ। ଏପରିକି ଆପଣଙ୍କ ଅଜାଣତରେ ପାଣିରେ ଏମ୍ଡିଏମ୍ଏ କ୍ରିଷ୍ଟାଲ୍ ମିଶାଇ ଆପଣଙ୍କୁ ପିଇବାକୁ ଦିଆଯାଇଥାଏ।’
ସେହିପରି ଅନ୍ୟ ଏକ ଟ୍ୱିଟ୍ରେ କଙ୍ଗନା ଲେଖିଛନ୍ତି, ‘ମୁଁ ନାର୍କୋଟିକ୍ସ ବ୍ୟୁରୋକୁ ଏହି ମାମଲାରେ ସାହାଯ୍ୟ କରିବାକୁ ଚାହୁଁଛି। କାରଣ ଏସବୁ ମୁଁ ବ୍ୟକ୍ତିଗତ ଭାବରେ ଦେଖିଛି। କିନ୍ତୁ ମୋ କ୍ୟାରିଅର୍ ଓ ଜୀବନ ପ୍ରତି ବିପଦ ରହିଛି। ତେଣୁ ମୋତେ ସୁରକ୍ଷା ଯୋଗାଇ ଦିଆଯାଉ।’
କଙ୍ଗନାଙ୍କର ଏହି ଟ୍ୱିଟକୁ ସୁଶାନ୍ତଙ୍କ ଭଉଣୀ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘ନାର୍କୋଟିକ୍ସ ବ୍ୟୁରୋକୁ ସାହାଯ୍ୟ କରିବା ପାଇଁ କଙ୍ଗନାଙ୍କୁ ସୁରକ୍ଷା ଦିଅନ୍ତୁ।’
https://www.instagram.com/p/CEXT8O_FqxO/?utm_source=ig_web_copy_link
ସୂଚନାଯୋଗ୍ୟ, ରିଆ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ ଚାଟ୍ ଭାଇରାଲ୍ ହେବା ପରେ ସୁଶାନ୍ତଙ୍କ କେସ୍ ଏକ ନୂଆ ମୋଡ଼ ନେଇଥିଲା। ରିଆ ସୁଶାନ୍ତଙ୍କୁ ଡ୍ରଗ୍ ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏପରିକି ସେ ଡ୍ରଗ୍ ଡିଲିଙ୍ଗ୍ ସହିତ ସମ୍ପୃକ୍ତ ଥିବା ନେଇ ସନ୍ଦେହ ଉପୁଜିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/kangana5.jpg)