Advertisment

'ପଠାନ୍‌'ର ସଫଳତା ପରେ ବଦଳିଲା କଙ୍ଗନାଙ୍କ ସ୍ୱର

ପୂର୍ବରୁ ଟାର୍ଗେଟ କରୁଥିବା କଙ୍ଗନାଙ୍କ ଏବେ ସ୍ୱର ବଦଳି ଯାଇଛି। ସେ ଶାହରୁଖଙ୍କ ଫିଲ୍ମକୁ କରିଛନ୍ତି ଭୁରିଭୁରି ପ୍ରଶଂସା।

author-image
Madhupriya Mistry
ଅଦ୍ୟତନ ହୋଇଛି
Kangana ranaut and Shahrukh khan

Kangana ranaut and Shahrukh khan

'ପଠାନ' ଆଗରେ ଫିକା ପଡ଼ିଗଲା ସବୁକିଛି। ସମସ୍ତଙ୍କୁ ପଛରେ ପକାଇଲା 'ପଠାନ୍‌'। ଯୁଆଡ଼େ ଦେଖିବ ସିଆଡେ କେବଳ ପଠାନ୍‌ର କ୍ରେଜ। ଦୁଇ ଦିନରେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି ଶାହରୁଖ ଖାନ୍‌ଙ୍କ ଫିଲ୍ମ। ବିରୋଧ ସତ୍ତ୍ୱେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛି ପଠାନ୍‌। ଆଉ ବିରୋଧ କରୁଥିବା ଲୋକଙ୍କର କରି ଦେଇଛି ମୁହଁ ବନ୍ଦ।

Advertisment

ପଠାନ୍‌ର କ୍ରେଜ ଦେଖି ସମସ୍ତେ ଏବେ ଛାନିଆ। ବଲିଉଡ ଠାରୁ ଆରମ୍ଭ କରି ଅନେକ ଲୋକେ ଏବେ ଶାହରୁଖଙ୍କ ଏହି ଫିଲ୍ମକୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହାରି ଭିତରେ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାଓ୍ୱତ ମଧ୍ୟ ଅଛନ୍ତି। ପୂର୍ବରୁ ଟାର୍ଗେଟ କରୁଥିବା କଙ୍ଗନାଙ୍କ ଏବେ ସ୍ୱର ବଦଳି ଯାଇଛି। ସେ ଶାହରୁଖଙ୍କ ଫିଲ୍ମକୁ କରିଛନ୍ତି ଭୁରିଭୁରି ପ୍ରଶଂସା।

ପାଖାପାଖି ଦୁଇ ବର୍ଷ ପରେ କଙ୍ଗନା ଟ୍ୱିଟର୍‌କୁ ଫେରିଛନ୍ତି। ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ ସଚଳ ହେବା ପରେ ସେ ନାଁ ନ ନେଇ ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନ୍‌କୁ ଟାର୍ଗେଟ୍ କରିଥିଲେ। କିନ୍ତୁ ଗତକାଲି ଫିଲ୍ମଟି ରିଲିଜ ହେବା ପରେ ଓ ଏହାର ରେକର୍ଡ ବ୍ୟବସାୟ ପରେ ଏବେ କଙ୍ଗନାଙ୍କ ସ୍ୱର ବଦଳି ଯାଇଛି। କଙ୍ଗନା ଆଜି ଫିଲ୍ମ ପଠାନ୍‌ ଦେଖିବା ପାଇଁ ହଲ୍‌ରେ ପହଞ୍ଚିଥିଲେ। ଫିଲ୍ମ ଦେଖିବା ପରେ ସେ ଶାହରୁଖ ଖାନ୍‌ଙ୍କ ପ୍ରଶଂସା କରିବାରେ ନିଜକୁ ଆଉ ଅଟକାଇ ପାରିନାହାନ୍ତି।

Advertisment

କଙ୍ଗନାଙ୍କ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଫିଲ୍ମ ପଠାନକୁ ନେଇ ପ୍ରଶଂସା କରି କହିଛନ୍ତି, 'ଏହା ଆମ ପାଇଁ ବଡ଼ ସୌଭାଗ୍ୟର କଥା, ପଠାନ୍‌ ଫିଲ୍ମ ଭଲ କରୁଛି। ମଣିଷ ନିଜ ସ୍ତରରେ ଚେଷ୍ଟା କରିବା ଉଚିତ।'

ଉଲ୍ଲେଖେଯୋଗ୍ୟ, ଦୁଇ ବର୍ଷ ପରେ କଙ୍ଗନା ଟ୍ୱିଟର୍‌କୁ ଫେରିବା ପରେ ବଲିଉଡ ଉପରେ ବର୍ଷିଥିଲେ। କଙ୍ଗନା ଯେଉଁ ଟ୍ୱିଟ୍‌ କରିଥିଲେ ତାକୁ ଦେଖି ସେ ପଠାନ ଫିଲ୍ମକୁ ପରୋକ୍ଷରେ ଟାର୍ଗେଟ୍ କରୁଥିବା ଭଳି ମନେ ହେଉଥିଲା। ସେ ନିଜ ଟ୍ୱିଟ୍‌ ଜରିଆରେ ହିନ୍ଦୀ ଫିଲ୍ମକୁ ମୁର୍ଖ ବୋଲି କହିବା ସହ ଏଠି ଫିଲ୍ମର ସଫଳତାକୁ ଟଙ୍କା ସହ ତୁଳନା କରାଯାଉଛି ବୋଲି କହିଥିଲେ।

Pathaan Shah Rukh Khan Kangana Ranaut Bollywood News