Advertisment

କ୍ୟାଟ୍ରିନାଙ୍କ ଠାରୁ ବିକ୍କି କେତେ ସାନ? କଙ୍ଗନା କହିଲେ ଚଳିବ

ମୁମ୍ବାଇ: ଆରମ୍ଭ ହୋଇଯାଇଛି ବିକ୍କି-କ୍ୟାଟ୍ରିନାଙ୍କ ବିବାହ ଆୟୋଜନ। କାଲି ଥିଲା ମେହେନ୍ଦୀ  ଆଜି ତାଙ୍କର ହଳଦୀ। ସନ୍ଧ୍ୟାରେ ହେବ ସଙ୍ଗୀତ ସେରେମୋନି। ଆସନ୍ତା ୯ ତାରିଖରେ ସାତ ଫେରା ନେବେ ବିକ୍କି-କ୍ୟାଟ୍ରିନା। ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ। ଚକ୍‌ ମକ୍‌ ଆଳୁଆରେ ପୂରା ରଙ୍ଗୀନ ହୋଇଛି ବାରବରା ହୋଟେଲ। ଏହି ଦୁଇ ଷ୍ଟାର ସେଲେବ୍ରିଟିଙ୍କ ବିବାହକୁ ନେଇ ଏବେ ଚାରିଆଡେ ଲାଗି ରହିଛି ଚର୍ଚ୍ଚା। ଏହାରି ଭିତରେ ବଲିଉଡର ସୁନ୍ଦରୀ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କ୍ୟାଟ୍ରିନାଙ୍କ ଠାରୁ ବିକ୍କି କେତେ ସାନ? କଙ୍ଗନା କହିଲେ ଚଳିବ

Kangana, katrina and vicky

ମୁମ୍ବାଇ: ଆରମ୍ଭ ହୋଇଯାଇଛି ବିକ୍କି-କ୍ୟାଟ୍ରିନାଙ୍କ ବିବାହ ଆୟୋଜନ। କାଲି ଥିଲା ମେହେନ୍ଦୀ  ଆଜି ତାଙ୍କର ହଳଦୀ। ସନ୍ଧ୍ୟାରେ ହେବ ସଙ୍ଗୀତ ସେରେମୋନି। ଆସନ୍ତା ୯ ତାରିଖରେ ସାତ ଫେରା ନେବେ ବିକ୍କି-କ୍ୟାଟ୍ରିନା। ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ। ଚକ୍‌ ମକ୍‌ ଆଳୁଆରେ ପୂରା ରଙ୍ଗୀନ ହୋଇଛି ବାରବରା ହୋଟେଲ। ଏହି ଦୁଇ ଷ୍ଟାର ସେଲେବ୍ରିଟିଙ୍କ ବିବାହକୁ ନେଇ ଏବେ ଚାରିଆଡେ ଲାଗି ରହିଛି ଚର୍ଚ୍ଚା। ଏହାରି ଭିତରେ ବଲିଉଡର ସୁନ୍ଦରୀ କ୍ୟାଟ୍ରନା ବିକ୍କିଙ୍କ ଠାରୁ ବୟସରେ କେତେ ବଡ ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ବିକ୍କି କୌଶାଲ ବୟସ ୩୩ ବର୍ଷ ରହିଥିବା ବେଳେ କ୍ୟାଟ୍ରିନାଙ୍କ ବୟସ ରହିଛି ୩୮।  କ୍ୟାଟ୍ରିନାଙ୍କ ଠାରୁ ବିକ୍କି ୫ ବର୍ଷ ସାନ। ଉଭୟଙ୍କ ମଧ୍ୟରେ ଥିବା ଏହି ବୟସ ଅନ୍ତରକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ତେବେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ କିନ୍ତୁ ବିକ୍କି-କ୍ୟାଟ୍‌ଙ୍କ ଏହି ବୟସ ଅନ୍ତରକୁ ନେଇ ମୁହଁ ଖୋଲିଛନ୍ତି।

ସେ ନିଜ ଇନ୍‌ଷ୍ଟାଗ୍ରାମରେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ଏଜ୍‌ ଗେପ୍‌କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଏହା ଏକ ଭଲ ନିଷ୍ପତ୍ତି, ଚଳିବ ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ସଫଳ ଧନୀ ପୁରୁଷଙ୍କ ସହ କମ୍‌ ବୟସ୍କା ଯୁବତୀଙ୍କ ବିବାହ କରିବାର ଅନେକ କାହାଣୀ ଶୁଣିଥିଲୁ। ମହିଳାମାନେ ନିଜ ସ୍ୱାମୀଙ୍କ ଅପେକ୍ଷା ଅଧିକ ସଫଳ ହେବା ଏକ ବଡ ସଙ୍କଟ ଥିଲା। ଏକ ନିର୍ଦ୍ଦିଷ୍ଟ ବୟସ ପରେ ମହିଳାଙ୍କୁ ତାଙ୍କଠାରୁ ସାନ ପୁରୁଷକୁ ବିବାହ କରିବା ଅସମ୍ଭବ ଥିଲା। ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଧନୀ ଏବଂ ସଫଳ ମହିଳାମାନଙ୍କୁ ଯୌନବାଦୀ ନିୟମ ଭାଙ୍ଗୁଥିବା ଦେଖି ଭଲ ଲାଗିଲା। ଲିଙ୍ଗଗତ ବୈଷମ୍ୟର ପୁନଃ ବ୍ୟାଖ୍ୟା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଅଭିନନ୍ଦନ ବୋଲି ଲେଖିଛନ୍ତି କଙ୍ଗନା।

Advertisment

q09bu4k

ୱିକିପିଡିଆ ଅନୁଯାୟୀ, ବିକ୍କି କୌଶାଲଙ୍କ ଜନ୍ମ ମେ’ ମାସ ୧୬ ତାରିଖ ୧୯୮୮ରେ ହୋଇଛି । ଅର୍ଥାତ୍ ଭିକି କୌଶଲଙ୍କ ବୟସ ୩୩ ବର୍ଷ । ସେହିଭଳି କ୍ୟାଟ୍ରିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ରେ ହୋଇଛି । ଅର୍ଥାତ କ୍ୟାଟ୍ରିନାଙ୍କ ବୟସ ୩୮ ବର୍ଷ । ବିକ୍କିଙ୍କ ବୟସ ୩୩ ବର୍ଷ ହୋଇଥିବା ବେଲେ କ୍ୟାଟ୍ରିନା ତାଙ୍କଠାରୁ ବୟସରେ ୫ବର୍ଷ ବଡ। ପୂର୍ବରୁ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ବୟସରେ ୧୦ ବର୍ଷ ସାନ ହଲିଉଡ୍ ଅଭିନେତା ନିକ୍ ଜୋନସଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ଏବେ କ୍ୟାଟ୍ରିନା ତାଙ୍କଠାରୁ ୫ବର୍ଷ ସାନ ବିକ୍କି କୌଶାଲଙ୍କୁ ବିବାହ କରି ପୁଣି ଚର୍ଚ୍ଚା ସୃଷ୍ଟି କରିଛନ୍ତି।

Bollywood News