Advertisment

ଜବାବ ଦେଲେ କଙ୍ଗନା, କହିଲେ- ହାଡ଼ ଭାଙ୍ଗି ଦେବି

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ କୁଇନ୍‌ କଙ୍ଗନା ରଣାୱତ। କଂଗ୍ରେସ ନେତାଙ୍କୁ ନିଜ ଢଙ୍ଗରେ ଦେଲେ ମୁହଁତୋଡ଼ ଜବାବ। କହିଲେ, ”ମୁଁ ରାଜପୁତ ଝିଅ, ହାଡ଼ ଭାଙ୍ଗି ଦେବି।” ତାଙ୍କର ଏହି ଜବାବ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ କଙ୍ଗନା ରଣାୱତ ମଧ୍ୟପ୍ରଦେଶରେ ନିଜ ଅପକମିଂ ଫିଲ୍ମ ‘ଧାକଡ୍‌’ର ଶୁଟିଂ କରିବା ପାଇଁ ଯାଇଥିଲେ। ଏହି ସମୟରେ ସେଠାରେ କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ଶୁଟିଂକୁ ବିରୋଧ କରିଥିଲେ। ଶୁଟିଂ ବନ୍ଦ କରିବା ପାଇଁ […]

ଅଦ୍ୟତନ ହୋଇଛି
ଜବାବ ଦେଲେ କଙ୍ଗନା, କହିଲେ- ହାଡ଼ ଭାଙ୍ଗି ଦେବି

Kangana Ranaut

Advertisment

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ କୁଇନ୍‌ କଙ୍ଗନା ରଣାୱତ। କଂଗ୍ରେସ ନେତାଙ୍କୁ ନିଜ ଢଙ୍ଗରେ ଦେଲେ ମୁହଁତୋଡ଼ ଜବାବ। କହିଲେ, ''ମୁଁ ରାଜପୁତ ଝିଅ, ହାଡ଼ ଭାଙ୍ଗି ଦେବି।'' ତାଙ୍କର ଏହି ଜବାବ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ନିକଟରେ କଙ୍ଗନା ରଣାୱତ ମଧ୍ୟପ୍ରଦେଶରେ ନିଜ ଅପକମିଂ ଫିଲ୍ମ 'ଧାକଡ୍‌'ର ଶୁଟିଂ କରିବା ପାଇଁ ଯାଇଥିଲେ। ଏହି ସମୟରେ ସେଠାରେ କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ଶୁଟିଂକୁ ବିରୋଧ କରିଥିଲେ। ଶୁଟିଂ ବନ୍ଦ କରିବା ପାଇଁ ମଧ୍ୟ କହିଥିଲେ।

ଏପରିକି କମଳନାଥ ସରକାରରେ ମନ୍ତ୍ରୀ ରହିସାରିଥିବା କଂଗ୍ରେସ ନେତା ସୁଖଦେବ ପାଂସେ କଙ୍ଗନାଙ୍କୁ ଟାର୍ଗେଟ କରି ବିବାଦୀୟ ବୟାନ ମଧ୍ୟ ଦେଇଥିଲେ। ସେ କଙ୍ଗନାଙ୍କୁ 'ନାଚ ଗୀତ ବାଲି’ ବୋଲି କହିଥିଲେ। କେବଳ ସେତିକି ନୁହେଁ, କଂଗ୍ରେସ ନେତା ଏହି ଅଭିନେତ୍ରୀଙ୍କୁ କାଠ କଣ୍ଡେଇ ବୋଲି ମଧ୍ୟ ସମ୍ବୋଧିତ କରିଥିଲେ। ଆଇଏନ୍‌ଏସ ତରଫରୁ କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ବୟାନକୁ ଟୁଇଟରରେ ସେଆର କରାଯାଇଛି।

Advertisment

ଏବେ କଙ୍ଗନା କଂଗ୍ରେସ ନେତା ଦେଇଥିବା ଏଭଳି ବିବାଦୀୟ ବୟାନର ମୁହଁତୋଡ଼ ଜବାବ ଦେଇଛନ୍ତି। ତା’ସହିତ ଅଭିନେତ୍ରୀ ଦୀପିକା ପାଦୁକୋନ, କ୍ୟାଟ୍ରିନ କୈଫ ଏବଂ ଆଲିଆ ଭଟ୍ଟଙ୍କୁ ନେଇ ଟିପ୍ପଣୀ ମଧ୍ୟ କରିଛନ୍ତି।

କଙ୍ଗନା ଟୁଇଟ କରି କହିଛନ୍ତି, “ମୁଁ ଦୀପିକା, କ୍ୟାଟ୍ରିନା କିମ୍ବା ଆଲିଆ ନୁହେଁ। ମୁଁ ଜଣେ ରାଜପୁତ ଝିଅ। ମୁଁ ନାଚ ଗୀତ କରେନି, ହାଡ ଭାଙ୍ଗି ଦିଏ।'' କଙ୍ଗନାଙ୍କ ଏହି ଟୁଇଟ୍‌ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

ତେବେ କଂଗ୍ରେସ ନେତା ଏବଂ କଙ୍ଗନା ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇନାହାନ୍ତି। ପୂର୍ବରୁ ମଧ୍ୟ କଂଗ୍ରେସ ନେତା ଏବଂ କଙ୍ଗନାଙ୍କ ମଧ୍ୟରେ ତୁ-ତୁ-ମେଁ-ମେଁ ହୋଇସାରିଛି। ନିକଟରେ କଙ୍ଗନାଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜସ୍ଥାନର କଂଗ୍ରେସ ବିଧାୟକ ହରିଶ ଚନ୍ଦ୍ର ମିନା। କଙ୍ଗନା ତାଙ୍କୁ ମଧ୍ୟ ନିଜ ଶୈଳୀରେ ଜବାବ ଦେଇଥିଲେ।

Bollywood Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe