Advertisment

୬ କୋଟି ଦେଲେ କଙ୍ଗନା! କହିଲେ- ଷଡ଼ଯନ୍ତ୍ର କରୁଛନ୍ତି ଫିଲ୍ମ ମାଫିଆ

ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ଶେଆର କରି କଙ୍ଗନା ସ୍ପଷ୍ଟୀକରଣ ରଖିଛନ୍ତି।

Kangana Ranaut

Kangana Ranaut

Advertisment

ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ। ନିକଟରେ ତାଙ୍କ ଫିଲ୍ମ ‘ଥଲାଇଭି’କୁ ନେଇ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ‘ଥାଲାଇଭି'ର ବିଶ୍ୱବ୍ୟାପୀ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ପ୍ରଡ୍ୟୁସରଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଛି। ଏହି ଫିଲ୍ମଟି ଦୁଇ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା। ଏହା ଉପରେ ଏବେ ସୋଶାଲ ମିଡିଆରେ କଙ୍ଗନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 

Advertisment

ରିପୋର୍ଟ ଅନୁଯାୟୀ, ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଜି' ‘ଥାଲାଇଭି'ର ଡିଷ୍ଟ୍ରିବ୍ୟୁସନ ରାଇଟ୍‌ସ୍ ପାଇଁ ୬ କୋଟି ଟଙ୍କା ଦେଇଥିଲା। କିନ୍ତୁ ଫିଲ୍ମ ବକ୍ସ ଅଫିସରେ ଅଧିକ ରୋଜଗାର କରିପାରି ନଥିଲା। ଏବେ ଦୁଇ ବର୍ଷ ପରେ, ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଇ-ମେଲ ମାଧ୍ୟମରେ ଇନ୍‌ଭେଷ୍ଟ ହୋଇଥିବା ଟଙ୍କା ଫେରସ୍ତ ମାଗିଛି। ଏନେଇ କମ୍ପାନୀ ପକ୍ଷରୁ କଙ୍ଗନା ରାନାୱତଙ୍କୁ ଏକ ଚିଠି ପଠାଯାଇଛି। 

ସେପଟେ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ଶେଆର କରି କଙ୍ଗନା ସ୍ପଷ୍ଟୀକରଣ ରଖିଛନ୍ତି। ଥଲାଇଭି ଫିଲ୍ମକୁ ନେଇ ଆସିଥିବା ଖବର ଉପରେ ମୁହଁ ଖୋଲିଛନ୍ତି କଙ୍ଗନା। ସେ କହିଛନ୍ତି, ମୋ ବିରୋଧରେ ଫିଲ୍ମ ମାଫିଆମାନଙ୍କ ଏହା ହେଉଛି ଷଡଯନ୍ତ୍ର। ଏହି ମିଛ ଖବର ସେମାନେ ହିଁ ପ୍ରଚାର କରିଛନ୍ତି । ମୁଁ ମୋର ଏମରଜେନ୍ସି ରାଇଟ୍‌କୁ ଜି’ ଷ୍ଟୁଡିଓକୁ ବିକ୍ରି କରିସାରିଛି। ରିଲିଜ୍ ପୂର୍ବରୁ ହିଁ ‘ଥାଲାଇଭି' ଟଙ୍କା ବାବଦକୁ ନେଇ ତା’ର ରିକଭରୀ କରିସାରିଛି। 

Advertisment

ଉଲ୍ଲେଖଯୋଗ୍ୟ, ଦୁଇ ବର୍ଷ ପୂର୍ବେ ରିଲିଜ ହୋଇଥିବା ଫିଲ୍ମ ଥଲାଇଭି ତାମିଲନାଡୁର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଥିଲା। ଏ ଫିଲ୍ମ ପାଇଁ କଙ୍ଗନା ରଣାୱତ ନିଜ ଓଜନ ବଢ଼ାଇଥିଲେ। ଏହି ଫିଲ୍ମକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ କିନ୍ତୁ ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲା।

୧୦୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଏହି ଫିଲ୍ମ ମାତ୍ର ୧.୪୬ କୋଟି ଟଙ୍କାର ବ୍ୟବସାୟ କରିପାରିଥିଲା। ଏହି ଫିଲ୍ମ ପରେ ଏବେ କଙ୍ଗନାଙ୍କ ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସି’ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଫିଲ୍ମ ପାଇଁ କଙ୍ଗନା ନିଜର ସମସ୍ତ ସମ୍ପତ୍ତି ବନ୍ଧକ ରଖିଦେଛନ୍ତି। 

Bollywood News Bollywood Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe