Advertisment

ତୁନିଶା ଶର୍ମାଙ୍କୁ ହତ୍ୟା ସନ୍ଦେହ କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମୁ ନାହିଁ। ଏହି ଘଟଣାରେ ମୁମ୍ବାଇ ପୁଲିସ ତଦନ୍ତ କରୁଥିବା ବେଳେ ତୁନିଶା କୋ-ଷ୍ଟାର ସିଜାନ ମହମ୍ମଦ ଖାନଙ୍କୁ  ଗିରଫ କରାଯାଇଛି। ତେବେ ଉକ୍ତ ମାମଲାରେ ଏବେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱାତ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତୁନିଶାଙ୍କୁ ହତ୍ୟା କରାଯାଇଛି। କଙ୍ଗନା ଆହୁରି କହିଛନ୍ତି ଯେ ଏହା ହେଉଛି ଏକ ଦୁର୍ଭାଗ୍ୟଜନକ ଘଟଣା। ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି […]

ତୁନିଶା ଶର୍ମାଙ୍କୁ ହତ୍ୟା ସନ୍ଦେହ କଲେ କଙ୍ଗନା

kangana-ranwat

Advertisment

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମୁ ନାହିଁ। ଏହି ଘଟଣାରେ ମୁମ୍ବାଇ ପୁଲିସ ତଦନ୍ତ କରୁଥିବା ବେଳେ ତୁନିଶା କୋ-ଷ୍ଟାର ସିଜାନ ମହମ୍ମଦ ଖାନଙ୍କୁ  ଗିରଫ କରାଯାଇଛି। ତେବେ ଉକ୍ତ ମାମଲାରେ ଏବେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱାତ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତୁନିଶାଙ୍କୁ ହତ୍ୟା କରାଯାଇଛି। କଙ୍ଗନା ଆହୁରି କହିଛନ୍ତି ଯେ ଏହା ହେଉଛି ଏକ ଦୁର୍ଭାଗ୍ୟଜନକ ଘଟଣା। ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଜଣେ ମହିଳା ସବୁକିଛି ସହିପାରିବ। ପ୍ରେମରେ ବିଫଳ, ବିବାହ ବିଫଳ  ସମ୍ପର୍କ  ଏମିତି ସବୁକିଛି ଘଟଣା ନିଜଜୁ ଖରାପ ଖୁଆଇ ପାରିବ। କିନ୍ତୁ ସେ ନିଜଠାରୁ ଅଧିକ ଭଲ ପାଉଥିବା ମନର ମଣିଷ ଧୋକାକୁ ସହ୍ୟ କରିବା କଷ୍ଟକର ହୋଇପଡ଼େ ।

Advertisment

ତେବେ ତାଙ୍କ ମୃତ୍ୟୁ ଯେ, ଆତ୍ମହତ୍ୟା ବୋଲି କହିହେବା ନାହିଁ ବରଂ ତାଙ୍କୁ ହତ୍ୟା କରାଯାଥିବା ସେ ସନ୍ଦେହ କରିଛନ୍ତି। ତାଙ୍କ ନିଧନ ଖବର ପୂରା ଟିଭି ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି। ତୁନିଶାଙ୍କ  ମୃତ୍ୟୁକୁ ନେ ଭିନ୍ନ ଭିନ୍ନ କଥା ସବୁ ଉଠୁଛି। ମହାରାଷ୍ଟ୍ରର ନାଇଗାଓଁରେ ଚାଲିଥିବା ସୁଟିଂ ସେଟରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଥିବା ନେଇ ଗତ ଶନିବାର ଖବର ଆସିଥିଲା। ଏହି ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଥିଲା। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ମୃତ୍ୟୁ ପରେ ତୁନିଶାଙ୍କ ମୁମ୍ବାଇର ଜେଜେ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇଥିଲା।

ତେବେ ମାତ୍ର ୨୦ବର୍ଷ ବୟସରେ ତୁନିଶା ଆତ୍ମହତ୍ୟା କରିବେ ଏହି ଖବରକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି। ଏହାରି ଭିତରେ ତୁନିଶାଙ୍କ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ କହୁଛି, ତାଙ୍କ ଶ୍ୱାସରୁଦ୍ଧ ହୋଇଯାଇଥିବା ହେତୁ ମୃତ୍ୟୁ ହୋଇଛି। ଅର୍ଥାତ ଫାଶୀ ଲଗାଇବା ପରେ ସେ ନିଶ୍ୱାସ-ପ୍ରଶ୍ୱାସ ନନେଇ ପାରିବାରୁ ପ୍ରାଣବାୟୁ ଉଡି ଯାଇଥିବା କୁହାଯାଉଛି। ଏଥିସହିତ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ବି ନାହିଁ। ତୁନିଶାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ସେ ଗର୍ଭବତୀ ଥିବା ନେଇ କେତେଜଣ କହୁଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି। ଗତକାଲି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe