Advertisment

ନରମିଲା କଙ୍ଗନାଙ୍କ ସ୍ୱର

ମୁମ୍ବାଇ: ବଦଳିଲା ବଲିଉଡର ପଙ୍ଗା କୁଇନ୍‌ କଙ୍ଗନାଙ୍କ ମିଜାଜ। ସର୍ବଦା ରୋକଠୋକ କହୁଥିବା ଓ ରୁବାବ ଦେଖାଉଥିବା କଙ୍ଗନା ହଠାତ୍‌ ପଡି ଯାଇଛନ୍ତି ଶାନ୍ତ। ନରମି ଯାଇଛି ତାଙ୍କ ସ୍ୱର। ଫିଲ୍ମ ରିଲିଜ ପୂର୍ବାରୁ ବଦଳି ଯାଇଛି ତାଙ୍କ ମୁଡ୍‌। ଅପ୍‌କମିଂ ଫିଲ୍ମ ‘ଥଲାଇଭି’ ପାଇଁ ଆଙ୍ଗ୍ରି ଉମେନ୍‌ରୁ କଙ୍ଗନା ପାଲଟିଗଲେ ସୁଇଟ୍‌ ଗାର୍ଲ। ଶୁକ୍ରବାର ରିଲିଜ ହେବ ଫିଲ୍ମ ‘ଥଲାଇଭି’। ଯେଉଁ ସବୁ ସ୍ଥାନରେ ସିନେମାଘର ଖୋଲିଛି ସେହି ସ୍ଥାନରେ ଏହି ଫିଲ୍ମଟି ପରଦାକୁ ଆସିବ। […]

author-image
Madhupriya Mistry
ନରମିଲା କଙ୍ଗନାଙ୍କ ସ୍ୱର

Kangana-1

ମୁମ୍ବାଇ: ବଦଳିଲା ବଲିଉଡର ପଙ୍ଗା କୁଇନ୍‌ କଙ୍ଗନାଙ୍କ ମିଜାଜ। ସର୍ବଦା ରୋକଠୋକ କହୁଥିବା ଓ ରୁବାବ ଦେଖାଉଥିବା କଙ୍ଗନା ହଠାତ୍‌ ପଡି ଯାଇଛନ୍ତି ଶାନ୍ତ। ନରମି ଯାଇଛି ତାଙ୍କ ସ୍ୱର। ଫିଲ୍ମ ରିଲିଜ ପୂର୍ବାରୁ ବଦଳି ଯାଇଛି ତାଙ୍କ ମୁଡ୍‌। ଅପ୍‌କମିଂ ଫିଲ୍ମ 'ଥଲାଇଭି' ପାଇଁ ଆଙ୍ଗ୍ରି ଉମେନ୍‌ରୁ କଙ୍ଗନା ପାଲଟିଗଲେ ସୁଇଟ୍‌ ଗାର୍ଲ।

Advertisment

ଶୁକ୍ରବାର ରିଲିଜ ହେବ ଫିଲ୍ମ 'ଥଲାଇଭି'। ଯେଉଁ ସବୁ ସ୍ଥାନରେ ସିନେମାଘର ଖୋଲିଛି ସେହି ସ୍ଥାନରେ ଏହି ଫିଲ୍ମଟି ପରଦାକୁ ଆସିବ। କରୋନା ଯୋଗୁଁ ଏବେବି ମହାରାଷ୍ଟ୍ରରେ ଫିଲ୍ମ ହଲ ସବୁ ବନ୍ଦ ପଡିଛି। ଏଭଳି ସ୍ଥିତିରେ ସର୍ବଦା ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ତାଙ୍କୁ ନରମ ସ୍ୱରରେ ଅପିଲ କରିଛନ୍ତି। ମହାରାଷ୍ଟ୍ରରେ ସିନେମା ଘର ଖୋଲିବା ପାଇଁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି।

ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ କଙ୍ଗନା କହିଛନ୍ତି, 'ମହାରାଷ୍ଟ୍ରରେ ଏବେ କରୋନା ମାମଲା ପ୍ରାୟତଃ କମିଛି। ତେଣୁ ମହାରାଷ୍ଟ୍ର ସରକାରଙ୍କୁ ମୁଁ ଅପିଲ କରୁଛି ଯେ, ଏଠି ସିନେମା ହଲ୍‌ ସବୁ  ଖୋଲି ଦିଆଯାଉ। ଲୋପ ପାଇବାକୁ ବସିଥିବା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଥିଏଟର ବିଜେନେସ୍‌କୁ ରକ୍ଷା କରନ୍ତୁ।'

Advertisment

ତାମିଲନାଡୁର ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ତିଆରି ଫିଲ୍ମ 'ଥଲାଇଭି'। ଏଥିରେ କଙ୍କନାଙ୍କୁ ଜୟଲଳିତା ଭୂମିକାରେ ଦେଖିବାକୁ ମିଳିବ। ଏଏଲ୍‌ ବିଜୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି।  ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ, ମଲୟାଲମ, ତେଲୁଗୁ, କନ୍ନଡ ଆଦି ଭାଷାରେ ରିଲିଜ ହେବ।

Kangana Ranaut