Advertisment

ଫିଲ୍ମ ପାଇଁ ସମସ୍ତ ସମ୍ପତ୍ତି ବନ୍ଧା ପକାଇଲେ କଙ୍ଗନା

ନିକଟରେ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ୍ ତାଙ୍କ ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସି’ର ଶୁଟିଂ ପୂରଣ କରିଛନ୍ତି। ଏନେଇ ସେ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ଶୁଟିଂ ସେଟ୍‌ରୁ କଙ୍ଗନା ନିଜର କିଛି ଫଟୋ ମଧ୍ୟ ଶେଆର କରି ଇନ୍‌ଷ୍ଟାଗ୍ରାମରେ ଏକ ବଡ ଖୁଲାସା କରିଛନ୍ତି।

Kangana ranaut mortgaging her property

ଫିଲ୍ମ ପାଇଁ ସମସ୍ତ ସମ୍ପତ୍ତି ବନ୍ଧା ପକାଇଲେ କଙ୍ଗନା

Advertisment

ଫିଲ୍ମ ପାଇଁ ବାଜିରେ ଲାଗିଛି ପୂରା ସମ୍ପତ୍ତି। ନିଜର ସମସ୍ତ ସମ୍ପତି ବନ୍ଧା ପକାଇଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍। ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସି’ ପାଇଁ ନିଜ ର ସମସ୍ତ ଆୟକୁ ଏବେ କଙ୍ଗନା ବାଜିରେ ଲଗାଇ ଦେଇଥିବା ଖୁଲାସା କରିଛନ୍ତି।

Advertisment

ନିକଟରେ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ୍ ତାଙ୍କ ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସି’ର ଶୁଟିଂ ପୂରଣ କରିଛନ୍ତି। ଏନେଇ ସେ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ଶୁଟିଂ ସେଟ୍‌ରୁ କଙ୍ଗନା ନିଜର କିଛି ଫଟୋ ମଧ୍ୟ ଶେଆର କରିଛନ୍ତି। ଏହି ଫଟୋକୁ ପୋଷ୍ଟକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ବଡ ଖୁଲାସା କରିଛନ୍ତି। 

ଏହି ଫିଲ୍ମକୁ ତିଆରି କିରବା ପାଇଁ କିଭଳି କଙ୍ଗନା ନିଜର ଝାଳ ବୁହାଇଛନ୍ତି ତାହା ବଖାଣିଛନ୍ତି। ଏଥିସହ ସେ ନିଜର ସମସ୍ତ ସମ୍ପତ୍ତିି ବନ୍ଧା ମଧ୍ୟ ପକାଇ ଦେଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଖୋଦ୍ କଙ୍ଗନା କରିଛନ୍ତି। ନିର୍ଦ୍ଦେଶନା ଦେଉଥିବା ବେଳର ଫଟୋକୁ ମଧ୍ୟ ସେ ଶେଆର କରିଛନ୍ତି।

Advertisment

ଫଟୋରେ କଙ୍ଗନା ହାତରେ ମାଇକ୍ ଧରି ମନିଟର୍‌କୁ ଦେଖୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ମୁଁ ଆଜି ଜଣେ ଅଭିନେତ୍ରୀ ରୂପେ ମୋ ଫିଲ୍ମ ‘ଏମରଜେନ୍ସି’ର ଶୁଟିଂ ପୂରଣ କରିଛି। ମୋ ଜୀବନର ସବୁଠାରୁ ଗୌରବଶୀଳ ମୁହୂର୍ତ୍ତ ଶେଷ ହୋଇଛି । ଏହାକୁ ପୂରଣ କରିବା ପାଇଁ ମୁଁ ବେଶ୍ ପରିଶ୍ରମ କରିଛି।’

କଙ୍ଗନା ଆହୁରି କହିଛନ୍ତି, ‘ଫିଲ୍ମ ପାଇଁ ମୋର ଝାଳ ବୁହା ସମ୍ପତ୍ତି ବନ୍ଧକ ରଖିବାକୁ ପଡିଛି । ଫିଲ୍ମ ଶୁଟିଂର ପ୍ରଥମ ଶେଡ୍ୟୁଲରେ ମୁଁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲି। ମୋ ଶରୀରରେ ରକ୍ତ କଣିକାର ଭୟଙ୍କର ଅଭାବ ଦେଖାଦେଇଥିଲା କନ୍ତୁ ଏହା ସତ୍ତ୍ୱେ ମୁଁ ଶୁଟିଂ ପୂରଣ କରିଛି। ଜଣେ ମଣିଷ ଭାବେ ଏହି ଫିଲ୍ମର ନିର୍ମାଣ ସମୟରେ ମୋର ଚରିତ୍ରର ଗୁରୁତର ରୂପେ ପରୀକ୍ଷଣ କରାଯାଇଥିଲା। ମୁଁ ସର୍ବଦା ସୋଶାଲ ମିଡିଆରେ ମୋର ଭାବନାକୁ ପ୍ରକାଶ କରିଆସୁଥିଲି କିନ୍ତୁ ମୁଁ ଏହା ଲୋକଙ୍କୁ କେବେବି କହି ନ ଥିଲି, କାରଣ ଯେଉଁମାନେ ମୋର ଯନ୍ତ୍ରଣା ଉପଭୋଗ କରନ୍ତି, ମୁଁ ସେମାନଙ୍କୁ ମୋର ଯନ୍ତ୍ରଣା ବିଷୟରେ କହିବାକୁ ଚାହେଁ ନାହିଁ।’

ଫିଲ୍ମ ‘ଏମରଜେନ୍ସି’ରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମରେ ମହିମା ଚୌଧୁରୀ ପୁପୁଲ ଜୟକାର ଚରିତ୍ରରେ ଅଛନ୍ତି, ଯିଏ କି ଜଣେ ଭାରତୀୟ ସାଂସ୍କୃତିକ କାର୍ଯ୍ୟକର୍ତ୍ତା ଓ ଲେଖିକା ଥିଲେ। ସେହିପରି ଅନୁପମ ଖେର୍‌ଙ୍କୁ ରାଜନେତା ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ଶ୍ରେୟସ ତଲପଡେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe